ଆଇପିଏଲ ଫାଇନାଲ: ବନ୍ଦ ହେଉ ନାହିଁ ବର୍ଷା, ଦେଖନ୍ତୁ, DLS ମେଥର୍ଡ଼ରେ CSK ପାଇଁ କେତେ ହୋଇପାରେ ବିଜୟ ଲକ୍ଷ୍ୟ ?
IPL 2023 Final, GT vs CSK: ଇଣ୍ଡିଆନ ପ୍ରିମିୟର ଲିଗ୍ 2023 ର ଫାଇନାଲ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରିଜର୍ଭ ଦିନରେ ଖେଳା ଯାଉଛି । ଗତକାଲି ବର୍ଷା ପାଇଁ ମ୍ୟାଚ ବାତିଲ ହୋଇଥିବା ବେଳେ ଆଜି ମ୍ୟାଚ ମଝିରେ ପୁଣି ବର୍ଷା ଖେଳ ବିଗାଡିଛି ।
ଯଦି ବର୍ଷା ହେତୁ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇଯାଏ । ତେବେ ଗୁଜୁରାଟ ଚମ୍ପିୟାନ ହେବ। ଗ୍ରୁପ୍ ଷ୍ଟେଜ ମ୍ୟାଚରେ ଗୁଜୁରାଟ ଟେବୁଲ୍ ଟପ୍ପର ଥିବାରୁ ଏପରି ହେବ। ତେବେ ଯଦି ମ୍ୟାଚରେ DLS ମେଥର୍ଡ଼ ବ୍ୟବାହର କରାଯାଏ ଦେଖନ୍ତୁ କଣ ହୋଇପାରେ ଚେନ୍ନାଇ ପାଇଁ ବିଜୟ ଲକ୍ଷ୍ୟ...

DLS ମେଥର୍ଡ଼ରେ CSK ପାଇଁ ବିଜୟ ଲକ୍ଷ୍ୟ:
- 20 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 215 ରନ ।
- 19 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 207 ରନ ।
- 18 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 198 ରନ ।
- 17 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 190 ରନ ।
- 16 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 181 ରନ ।
- 15 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 171 ରନ ।
- 14 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 162 ରନ ।
- 13 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 153 ରନ ।
- 12 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 143 ରନ ।
- 11 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 133 ରନ ।
- 10 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 123 ରନ ।
- 9 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 112 ରନ ।
- 8 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 101 ରନ ।
- 7 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 90 ରନ ।
- 6 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 78 ରନ ।
- 5 ଓଭର ଖେଳ ହେଲେ - ବିଜୟ ଲକ୍ଷ୍ୟ 66 ରନ ।
ସୂଚନାଥାଉ କି, ଆଜି ମ୍ୟାଚରେ ଚେନ୍ନାଇ ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୧୪ ରନ କରିଛି । ତେବେ ୨୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ତାର ଇଂନିସ ଆରମ୍ଭ କରିବା ମାତ୍ରା ବର୍ଷା ମ୍ୟାଚରେ ବାଧକ ସାଜିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ମାତ୍ର 3ଟି ବଲ ବୋଲିଂ ହୋଇଥିବା ବେଳେ ଚେନ୍ନାଇ 4 ରନ୍ ସଂଗ୍ରହ କରିଛି । ଷ୍ଟାଡିୟମରେ ଏବେ ବର୍ଷା ଲାଗି ରହିଛି । ଫଳରେ ମ୍ୟାଚକୁ ଏବେ ବନ୍ଦ କରାଯାଇଛି ।
ଗୁଜୁରାଟ୍ ପକ୍ଷରୁ ଋଦ୍ଧିମାନ ଶାହା ୫୪ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି । ସେହିପରି ଶୁଭମନ ଗିଲ୍ ୩୯ ଏବଂ ହାର୍ଦ୍ଦିକ ପାଣ୍ଡ୍ରି ୨୧ ରନରେ କରିଥିଲେ। ପଞ୍ଚମ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗୁ ଆଗରେ ୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଏବଂ ମଥଶା ପଥୁରାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications