ଆଇପିଏଳ ଫାଇନାଲ: ଯଦି ଆଜି ବି ବର୍ଷା ହୁଏ ? ତେବେ କେଉଁ ଦଳ ଜିତିବ ମ୍ୟାଚ୍‌ ? ଜାଣନ୍ତୁ..

IPL 2023 Final, GT vs CSK: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଆଜି ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ । ଗତକାଲି (ରବିବାର) ବର୍ଷା ହେବାରୁ ମ୍ୟାଚ ରିଜର୍ଭ ଡେ'କୁ ଘୁଞ୍ଚିଥିଲା ।

ହେଲେ ଜାଣିଛନ୍ତି କି ଯଦି ରିଜର୍ଭ ଡେ'ରେ ଅର୍ଥାତ ଆଜି ମଧ୍ୟ ବର୍ଷା ପାଇଁ ମ୍ୟାଚ୍‌ ବାତିଲ ହୁଏ, ତେବେ କେଉଁ ଦଳ ବିଜୟୀ ହେବ । ରିଜର୍ଭ ଡେ'ରେ ମ୍ୟାଚ୍‌ର କୌଣସି ନିୟମରେ ପରିବର୍ତ୍ତନ ହେବ ନାହିଁ । ଆଇପିଏଲର ପ୍ରତିଟି ମ୍ୟାଚ୍‌ ଭଳି ସମାନ ସ୍ଥିତିରେ ଖେଳାଯିବ । ଯଦି କାଲି ଭଳି ବର୍ଷା ହୁଏ ଏବଂ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହୁଏ, ତେବେ ଅମ୍ପାୟାର ମ୍ୟାଚ୍‌ ଆରମ୍ଭ କରିବା ପାଇଁ ରାତି ୯.୪୫ ମିନିଟ୍‌ ଯାଏଁ ଅପେକ୍ଷା କରିବେ ।

IPL 2023 Final, GT vs CSK

ଏହି ସମୟ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେଲେ ସମ୍ପୂର୍ଣ୍ଣ ୨୦ ଓଭର୍‌ ଖେଳାଯିବ । ଯଦି ବି ଏହି ସମୟ ଅତିକ୍ରମ କରିଯାଏ । ତେବେ ୫ ଓଭର ମ୍ୟାଚ୍‌ ଖେଳାଯିବାର ନିୟମ ରହିଛି । ଏହାର ମଧ୍ୟ ସମୟ ସୀମା ରାତି ୧୧ଟା ୫୬ ମିନିଟ୍‌ ରହିଛି । ଯଦି ତାହା ବି ସମ୍ଭବ ନ ହୁଏ, ରାତି ୧ଟା ୨୦ ମିନିଟ୍‌ ମଧ୍ୟରେ ସୁପର ଓଭର୍‌ ଖେଳାଯିବାର ନିୟମ ରହିଛି ।

ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ଯଦି ବାତିଲ ହୁଏ, ତେବେ ଗୁଜରାଟ ଟାଇଟନ୍ସ ଙ୍କୁ ବିଜୟୀ ଘୋଷଣା କରାଯିବ । କାହିଁକି ନା ଗୁଜରାଟ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି । ଲିଗର ୧୪ଟି ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରି ୨୦ ପଏଣ୍ଟରେ ଟେବୁଲ୍‌ ଟପ୍ପର ରହିଛି । ମ୍ୟାଚକୁ ନେଇ ଫ୍ୟାନ୍ସ, ବେଶ୍‌ ଉତ୍ସାହିତ ରହିଛନ୍ତି ।

ସୂଚନାଥାଉ କି, ଗତକାଲି ଅହମ୍ମଦାବାଦ ଲଗାଣ ବର୍ଷା ଫଳରେ ମ୍ୟାଚ ପାଇଁ ଟସ୍ ସୁଦ୍ଧା ପଡିପାରି ନଥିଲା । ଫଳରେ ଆଇପିଏଲ ନିୟମ ଅନୁଯାଇ ଫାଇନାଲ ମ୍ୟାଚ ଏବେ ରିଜର୍ଭ ଡେ'କୁ ଘୁଞ୍ଚିଥିଲା ।

ସନ୍ଧ୍ୟା 6.30 ବେଳକୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହେବାକୁ ଲାଗିଲା । ଫଳରେ ମ୍ୟାଚର ନିର୍ଦ୍ଧାରିତ ସମୟ 7.30ରେ ଟସ୍ ପଡିପାରି ନଥିଲା । ପରେ ରାତି ପ୍ରାୟ 9ଟା ବେଳକୁ ହଠାତ୍ ବର୍ଷା ଛାଡ଼ି ଯାଇଥିଲା । ତେଣୁ ଆଉଟଫିଲ୍ଡ କୁ ଶୁଖାଇବା ପାଇଁ ଦୁଇଟି ମେସିନ୍ ଏବଂ ଗ୍ରାଉଣ୍ଡଷ୍ଟାଫ୍ କାମରେ ଲାଗି ପଡିଲେ ।
ପଡିଆରୁ କଭରଗୁଡିକ ହଟାଗଲା । ଉଭୟ ଦଳର ଖେଳାଳିମାନେ ପଡିଆକୁ ଆସି ସେମାନଙ୍କର ପ୍ରି-ମ୍ୟାଚ୍ ରୁଟିନ୍ ଆରମ୍ଭ କରିବାକୁ ଲାଗିଲେ । ମାତ୍ର କିଛି ସମୟ ପରେ ପୁଣି ବର୍ଷା ଆରମ୍ଭ ହୋଇଗଲା ।

ତେବେ ବର୍ଷା ଲାଗି ରହିବା ଫଳରେ 9.30 ମ୍ୟାଚରେ ଓଭର କଟାଯିବାକୁ ପ୍ରଥମେ କୁହାଗଲା । ପରେ କୁହାଗଲା କି, ଦୁଇ ଦଳ ମଧ୍ୟରେ 5-5 ଓଭର ମ୍ୟାଚ୍ ଦେଖିବାକୁ ମିଳିବ । ମାତ୍ର ଶେଷରେ ଆୟୋଜକ ଏହି ନିଷ୍ପତ୍ତିରେ ଉର୍ତ୍ତିନ୍ନ ହେଲେ ଯେ, ଯଦି ରାତି 11 ସୁଦ୍ଧା ବର୍ଷା ନ ଛାଡେ, ତେବେ ଫାଇନାଲକୁ ରିଜର୍ଭ ଡେକୁ ସ୍ଥାନାନ୍ତରିତ କରାଯିବ । ତେବେ ରାତି 11ଟା ବେଳକୁ ବର୍ଷା ନ ଛାଡିବା ଫଳରେ ମ୍ୟାଚକୁ ରିଜର୍ଭ ଡ଼େ କୁ ସ୍ଥାନାନ୍ତରିତ କରାଯାଇଛି । ମ୍ୟାଚ୍ ଦେଖିବା ପାଇଁ ଦୂରରୁ ଷ୍ଟାଡିୟମକୁ ଆସିଥିଲେ ପ୍ରଶଂସକମାନେ । ବର୍ଷାରେ ମଧ୍ୟ ସେମାନେ ଷ୍ଟାଡିୟମରେ ଅପେକ୍ଷା କରି ରହିଥିଲେ ମ୍ୟାଚ୍ ଦେଖିବା ଲାଗି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+