ଆଇପିଏଲ ଫାଇନାଲ: ଅହମ୍ମଦାବାଦରେ ପୁଣି ବର୍ଷା ବିଗାଡିଲା ଖେଳ, ମ୍ୟାଚ ବାତିଲ ହେଲେ କିଏ ହେବ ବିଜେତା ? ଜାଣନ୍ତୁ...
IPL 2023 Final, GT vs CSK: ଇଣ୍ଡିଆନ ପ୍ରିମିୟର ଲିଗ୍ 2023 ର ଫାଇନାଲ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରିଜର୍ଭ ଦିନରେ ଖେଳା ଯାଉଛି । ଗତକାଲି ବର୍ଷା ପାଇଁ ମ୍ୟାଚ ବାତିଲ ହୋଇଥିବା ବେଳେ ଆଜି ମ୍ୟାଚ ମଝିରେ ପୁଣି ବର୍ଷା ଖେଳ ବିଜାଡିଛି ।
ଆଜି ମ୍ୟାଚରେ ଚେନ୍ନାଇ ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୧୪ ରନ କରିଛି । ତେବେ ୨୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ତାର ଇଂନିସ ଆରମ୍ଭ କରିବା ମାତ୍ରା ବର୍ଷା ମ୍ୟାଚରେ ବାଧକ ସାଜିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ମାତ୍ର 3ଟି ବଲ ବୋଲିଂ ହୋଇଥିବା ବେଳେ ଚେନ୍ନାଇ 4 ରନ୍ ସଂଗ୍ରହ କରିଛି । ଷ୍ଟାଡିୟମରେ ଏବେ ବର୍ଷା ଲାଗି ରହିଛି । ଫଳରେ ମ୍ୟାଚକୁ ଏବେ ବନ୍ଦ କରାଯାଇଛି ।

ଗୁଜୁରାଟ୍ ପକ୍ଷରୁ ଋଦ୍ଧିମାନ ଶାହା ୫୪ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି । ସେହିପରି ଶୁଭମନ ଗିଲ୍ ୩୯ ଏବଂ ହାର୍ଦ୍ଦିକ ପାଣ୍ଡ୍ରି ୨୧ ରନରେ କରିଥିଲେ। ପଞ୍ଚମ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗୁ ଆଗରେ ୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଏବଂ ମଥଶା ପଥୁରାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଯଦି ମ୍ୟାଚ ଏହି ସ୍ଥିତିରେ ବାତିଲ ହୁଏ, ତେବେ ଗୁଜରାଟ ଟାଇଟନ୍ସକୁ ବିଜୟୀ ଘୋଷଣା କରାଯିବ । କାହିଁକି ନା ଗୁଜରାଟ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛି । ଲିଗର ୧୪ଟି ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରି ୨୦ ପଏଣ୍ଟରେ ଟେବୁଲ୍ ଟପ୍ପର ରହିଛି ।
ସୂଚନାଥାଉ କି, ଗତକାଲି ଅହମ୍ମଦାବାଦ ଲଗାଣ ବର୍ଷା ଫଳରେ ମ୍ୟାଚ ପାଇଁ ଟସ୍ ସୁଦ୍ଧା ପଡିପାରି ନଥିଲା । ଫଳରେ ଆଇପିଏଲ ନିୟମ ଅନୁଯାଇ ଫାଇନାଲ ମ୍ୟାଚ ଏବେ ରିଜର୍ଭ ଡେ'କୁ ଘୁଞ୍ଚିଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications