ଆଇପିଏଲ ଫାଇନାଲ: ଟସ୍ ସମୟରେ ଧୋନି ଦେଲେ ବଡ଼ ସୂଚନା...
IPL 2023 Final, GT vs CSK: ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ରିଜର୍ଭ ଡେ'ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ।
ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଗୁଜୁରାଟ ଟାଇଟାନ୍ସ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ପଞ୍ଚମ ଆଇପିଏଲ୍ ଟାଇଟଲ୍ ହାସଲ କରିବାକୁ ଚେଷ୍ଟା କରିବେ। ଏଥି ସହିତ ଗୁଜୁରାଟ ଟାଇଟାନ୍ସର ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିବାକୁ ଚାହୁଁଛି ।

କଣ କହିଲେ ଧୋନି: ଫାଇନାଲ ମ୍ୟାଚରେ ଟସ୍ ବେଳେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କ ଏହି ବିବୃତ୍ତି ହଠାତ୍ କ୍ରିକେଟ୍ ଜଗତରେ ହଇଚୟୀ ସୃଷ୍ଟି କରିଛି । ଟସ୍ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି, 'ବର୍ଷାର ପୂର୍ବାନୁମାନକୁ ଦେଖି ଆମେ ପ୍ରଥମେ ବୋଲିଂ କରିବୁ । ଗତକାଲି ଆମେ ଡ୍ରେସିଂ ରୁମରେ ଥିଲୁ । ଜଣେ କ୍ରିକେଟର ଭାବରେ ଆପଣ ସବୁବେଳେ ଖେଳିବାକୁ ଚାହାଁନ୍ତି । ସବୁଠାରୁ ବଡ ସମସ୍ୟା ପ୍ରଶଂସକଙ୍କ ସମ୍ମୁଖୀନ ହୋଇଥିଲା । ଆଶା କରୁଛୁ ଯେ, ଆଜି ଆମେ ସେମାନଙ୍କୁ ମନୋରଞ୍ଜର ସମ୍ପୂର୍ଣ୍ଣ ଖୋରାଗ ଯୋଗାଇବାକୁ ଚେଷ୍ଟା କରିବୁ । ଆମେ ବହୁତ ଖୁସି ଯେ ଆଜି ଆମେ ପୁରା 20 ଓଭର ମ୍ୟାଚ୍ ଖେଳିବାକୁ ପାଇବୁ ।
ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, 'ଆମେ ମଧ୍ୟ ପ୍ରଥମେ ବୋଲିଂ କରିଥାନ୍ତୁ । କିନ୍ତୁ ମୋର ହୃଦୟ ବ୍ୟାଟିଂ କରିବାକୁ ଚାହୁଁଥିଲା । ସେଥିପାଇଁ ମୁଁ ଟସ୍ ହାରିବା ପରେ ମନ ଦୁଖଃ କରି ନାହିଁ । ପାଣିପାଗ ଆମ ନିୟନ୍ତ୍ରଣ ବାହାରେ । କେଉଁ ଦଳ ଭଲ ଖେଳିବ ଟ୍ରଫି ହାତରେ ରହିବ ।
- ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା (ୱିକେଟରକ୍ଷକ), ଶୁଭମାନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମୋହିତ ଶର୍ମା, ନୁର ଅହମ୍ମଦ, ମହମ୍ମଦ ଶାମି
- ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ରୁତୁରାଜ ଗାଇକୱାଡ, ଡିଭନ୍ କନୱେ, ଅଜିଙ୍କ୍ୟ ରାହାନେ, ମୋଇନ୍ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଏମ୍.ଏସ୍ ଧୋନି (ଅଧିନାୟକ), ଦୀପକ ଚହର, ମାଥିଶା ପାଥିରାନା, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷଣା ।












Click it and Unblock the Notifications