ଆଇପିଏଲ ଫାଇନାଲ: ଟଳିଲା ବର୍ଷା ବିପଦ, ପଡିଲା ଟସ୍; ଦେଖନ୍ତୁ, ଦୁଇ ଦଳର ଚୁଡାନ୍ତ ଏକାଦଶ
IPL 2023 Final, GT vs CSK: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ରିଜର୍ଭ ଡେ ରେ ଆରମ୍ଭ ହୋଇଛି । ଗତକାଲି (ରବିବାର) ବର୍ଷା ହେବାରୁ ମ୍ୟାଚ ରିଜର୍ଭ ଡେ'କୁ ଘୁଞ୍ଚିଥିଲା ।
ତେବେ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଧୋନି ପାଣିପାଗକୁ ବିଚାର କରି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଆଇପିଏଲରେ ଚାରିଥର ଟାଇଟଲ ଜିତିଛି । ଧୋନିଙ୍କ ଅଧିନାୟକତ୍ୱରେ ଏହି ଦଳ ବର୍ତ୍ତମାନ ପଞ୍ଚମ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଖୋଜୁଛି । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଧିନାୟକତ୍ୱ ସହିତ ଚମତ୍କାର କରିଛନ୍ତି । ଗତ ସିଜନରେ ପ୍ରଥମ ଥର ପାଇଁ ଅଧିନାୟକ ଥିବାବେଳେ ପାଣ୍ଡ୍ୟା ତାଙ୍କ ଦଳକୁ ଚାମ୍ପିଅନ୍ କରିଥିଲେ । ଏହା ପରେ, ବର୍ତ୍ତମାନ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ସେ ନିଜ ଦଳକୁ ଫାଇନାଲକୁ ଆଣିଛନ୍ତି । ଲଗାତାର ଦୁଇଥର ଟାଇଟଲ୍ ଜିତିଥିବା ଦଳରେ ପାଣ୍ଡ୍ୟା ମଧ୍ୟ ନିଜକୁ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି ।
- ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା (ୱିକେଟରକ୍ଷକ), ଶୁଭମାନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମୋହିତ ଶର୍ମା, ନୁର ଅହମ୍ମଦ, ମହମ୍ମଦ ଶାମି
- ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ରୁତୁରାଜ ଗାଇକୱାଡ, ଡିଭନ୍ କନୱେ, ଅଜିଙ୍କ୍ୟ ରାହାନେ, ମୋଇନ୍ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଏମ୍.ଏସ୍ ଧୋନି (ଅଧିନାୟକ), ଦୀପକ ଚହର, ମାଥିଶା ପାଥିରାନା, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷଣା ।












Click it and Unblock the Notifications