ଆଇପିଏଲ ଫାଇନାଲ: ପଞ୍ଚମଥର ପାଇଁ ଟ୍ରଫି ଟେକିଲା ଧୋନି ଧୁରନ୍ଦର
IPL 2023 Final, GT vs CSK: ଚେନ୍ନାଇ ଚାମ୍ପିୟନ୍ । ପଞ୍ଚମଥର ପାଇଁ ଟ୍ରଫି ଟେକିଲା ଧୋନି ଧୁରନ୍ଦର । ଇଣ୍ଡିଆନ ପ୍ରିମିୟର ଲିଗ୍ 2023 ର ଫାଇନାଲ ମ୍ୟାଚରେ DLS ମେଥର୍ଡ଼ ଦ୍ୱାରା 5 ୱିକେଟରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କଲା ଚେନ୍ନାଇ । ଏହି ବିଜୟ ସହ ଆଇପିଏଲ ଇତିହାସରେ ପଞ୍ଚମଥର ପାଇଁ ଚାମ୍ପିୟନ ବନିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରିଜର୍ଭ ଡେ' ରେ ଖେଳା ଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୧୪ ରନ କରିଥିଲା । ତେବେ ୨୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ତାର ଇଂନିସ ଆରମ୍ଭ କରିବା ମାତ୍ରା ବର୍ଷା ମ୍ୟାଚରେ ବାଧକ ସାଜିଥିଲା । ପରେ ବର୍ଷା ଛାଡିବା ପରେ DLS ମେଥର୍ଡ଼ ଅନୁଯାଇ 15 ଓଭରରେ 171 ରନର ଟର୍ଗେଟ୍ ରହିଥିଲା ଚେନ୍ନାଇ ସାମ୍ନାରେ । ଯାହାକୁ 5 ୱିକେଟରେ ହାସଲ କରି ନେଇଛି ସିଏସକେ ।
ଚେନ୍ନାଇ ପାଇଁ ଦୁଇ ଓପନିଂ ଯୋଡି ଋତୁରାଜ ଗାଇକ୍ୱାର୍ଡ (26) ଓ ଡେଭିନ କନୱେ (47) ଦଳକୁ ଭଲ ଆରମ୍ଭ ଦେଇଥିଲେ । ମଧ୍ୟ ଭାଗରେ ଶିବମ ଦୁବେ (32 ନଟ୍ ଆଉଟ୍), ଆଜିଙ୍କ୍ୟ ରାହାଣେ (27) ଓ ଅମ୍ବାତି ରାଇଡୁ (19) ରନର ଉଲେଖନିୟ ପାଳି ଖେଳିଥିଲେ । ଶେଷ ଭାଗକୁ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ଶେଷ ଦୁଇ ବଲରେ 10 ରନ ସ୍କୋର କରି ଚେନ୍ନାଇକୁ ଏହି ବିଜୟ ଭେଟି ଦେଇଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୨୧୪ ରନ କରିଥିଲା । ଗୁଜୁରାଟ୍ ପକ୍ଷରୁ ଋଦ୍ଧିମାନ ଶାହା ୫୪ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି । ସେହିପରି ଶୁଭମନ ଗିଲ୍ ୩୯ ଏବଂ ହାର୍ଦ୍ଦିକ ପାଣ୍ଡ୍ରି ୨୧ ରନରେ କରିଥିଲେ । ପଞ୍ଚମ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗୁ ଆଗରେ ୨୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିବ । ଚେନ୍ନାଇ ପକ୍ଷରୁ ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଏବଂ ମଥଶା ପଥୁରାନା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।












Click it and Unblock the Notifications