ଆଇପିଏଲ 2023: ଆଜି ପ୍ରଥମ ଡବଲ ହେଡର; ଜାଣନ୍ତୁ କାହାକୁ ଭେଟୁଛି କିଏ ?

IPL 2023, Double Header

IPL 2023 Double Header: ଆଜି ଆଇପିଏଲ 2023ରେ ପ୍ରଥମ ଡବଲ ହେଡର ମୁକାବିଲା । ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକବିଲା ହେବ । ଏହି ମ୍ୟାଚ୍ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅପରାହ୍ନ 3.30ରେ ଖେଳାଯିବ।

ପଞ୍ଜାବ କିଙ୍ଗସ୍ ବନାମ କୋଲକାତା ନାଇଟ୍ ରାଇଡର୍ସ

ପଞ୍ଜାବ କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ଦଳ ସମସ୍ତେ ନୂତନ ଅଧିନାୟକଙ୍କ ସହ ଆଇପିଏଲ 2023 ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସିଜିନ ଆରମ୍ଭ ପୂର୍ବରୁ ପଞ୍ଜାବ ଭାରତୀୟ ତାରକା ଖେଳାଳି ଶିଖର ଧୱନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ସେହିପରି କେକେଆର ନୀତିଶ ରାଣାଙ୍କୁ ଅଧିନାୟକ ଭାବରେ ବାଛିଛି । ଦଳର ନିୟମିତ ଅଧିନାୟକ ଶ୍ରେୟାସ ଆୟର ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆହତ ହୋଇଥିଲେ । ଯେଉଁଥି ପାଇଁ ରାଣା ଏହି ସିଜନରେ ଦଳର ନେତୃତ୍ୱ ନେଉଥିବାର ନଜର ଆସିବେ।

ଯଦି ଆମେ ଉଭୟ ଦଳର ହେଡ-ଟୁ-ହେଡ୍ ମ୍ୟାଚ୍ ବିଷୟରେ କଥା ହେବା, ତେବେ ଏପର୍ଯ୍ୟନ୍ତ ଏହି ଦୁଇ ଦଳ ଆଇପିଏଲରେ 30 ଥର ସଂଘର୍ଷ କରିଛନ୍ତି । ଯେଉଁଥିରେ କେକେଆର୍ 20ଟି ମ୍ୟାଚ୍ ଜିତି ପ୍ରାଧାନ୍ୟ ବିସ୍ତାର କରିଛି। ମୋହାଲିରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ବର୍ଷାର ଛାଇ ରହିବ । ମ୍ୟାଚରେ ବର୍ଷା ହେବାର 50 ପ୍ରତିଶତ ସମ୍ଭାବନା ରହିଛି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ମୋହାଲିରେ ପ୍ରବଳ ବର୍ଷା ହୋଇଥିଲା।

ମୋହାଲି ପିଚ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ସହାୟକ ହେବ । କିନ୍ତୁ ଯଦି ବର୍ଷା ହୁଏ ତେବେ ପରିସ୍ଥିତି ବଦଳିପାରେ। ଆହତ ଖେଳାଳିଙ୍କ ଯୋଗୁଁ ଉଭୟ ଦଳ ଅସୁବିଧାରେ ଅଛନ୍ତି। ଜନି ବେୟାରଷ୍ଟୋ ପଞ୍ଜାବ କିଙ୍ଗ୍ସରେ ନାହାନ୍ତି । ସେହିପରି ଲିଆମ୍ ଲିଭିଙ୍ଗଷ୍ଟୋନ୍ ମଧ୍ୟ ପ୍ରଥମ ମ୍ୟାଚ୍ ଖେଳୁ ନାହାଁନ୍ତି ।

  • କୋଲକାତା ନାଇଟ୍ ରାଇଡର୍ସ ସ୍କ୍ୱାର୍ଡ: ମନଦୀପ ସିଂ, ନୀତିଶ ରାଣା (କ୍ୟାପଟେନ), ରିଙ୍କୁ ସିଂ, ଶ୍ରେୟସ୍ ଆୟର୍, ଆଣ୍ଡ୍ରେ ରସେଲ, ଅନୁକୁଲ ରୟ, ଡେଭିଡ ଭିଜେ, ଶାକିବ ଅଲ ହାସନ, ସୁନୀଲ ନାରିନ, ଭେଙ୍କଟେଶ ଆୟର, ଲିଟନ ଦାସ (ୱିକେଟ୍- ରକ୍ଷକ), ନାରାୟଣ ଜଗଦେସନ (ୱିକେଟ୍- ରକ୍ଷକ), ରହମାନୁଲ୍ଲା ଗୁରୁବାଜ (ୱିକେଟ୍- ରକ୍ଷକ), ହର୍ଷିତ ରାଣା, କୁଲୱନ୍ତ ଖେଜ୍ରୋଲିୟା, ଲକି ଫର୍ଗୁସନ୍, ଶାର୍ଦ୍ଦୁଲ ଠାକୁର, ସୁୟାଶ ଶର୍ମା, ଟିମ୍ ସାଉଥୀ, ଉମେଶ ଯାଦବ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।
  • ପଞ୍ଜାବ କିଙ୍ଗସ୍ ସ୍କ୍ୱାର୍ଡ: ଶିଖର ଧୱନ, ହରପ୍ରୀତ ସିଂ ଭାଟିଆ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଶିବମ୍ ସିଂ, ଅଟାର୍ଭା ଟାଇଡ୍, ସିକନ୍ଦର ରଜା, ଋଷି ଧାୱନ, ବାଲଟେଜ ସିଂ, ଶାହରୁଖ ଖାନ, ହରପ୍ରୀତ ବ୍ର, ସାମ କରଣ, ମୋହିତ ରଥୀ, ମାଥ୍ୟୁ ସର୍ଟ, ଭାନୁକା ରାଜପକ୍ସା, ଜିତେଶ ଶର୍ମା, ପ୍ରଭାସମ୍ରନ୍ ସିଂ, ରାହୁଲ ଚହର, ନାଥାନ୍ ଏଲିସ୍, କାଗିସୋ ରାବାଡା, ଅର୍ଶଦୀପ ସିଂ, ବିଦ୍ୱତ କବିରାପପ୍ପା, ରାଜ ବାୱା ।

ଡବଲ ହେଡରର ଦ୍ୱିତୀୟ ମ୍ୟାଚ୍

ତେବେ ଡବର ହେଲରଡ ଦ୍ବିତୟୀ ମ୍ୟାଚରେ ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯିବ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ସନ୍ଧ୍ୟା 7:30 ରେ ଆରମ୍ଭ ହେବ । କେଏଲ ରାହୁଲ ଏଲଏସଜି ଅଧିନାୟକ ଥିବାବେଳେ ଡେଭିଡ ୱାର୍ଣ୍ଣର ଦିଲ୍ଲୀର ଦାୟିତ୍ୱା ଗ୍ରହଣ କରିବେ।

ଡେଭିଡ ୱାର୍ନର ପ୍ରଥମ ଥର ପାଇଁ ଦିଲ୍ଲୀର ଅଧିନାୟକ ହେବେ। ସେ ତାଙ୍କ ଅଧିନାୟକତ୍ୱରେ 2016 ରେ SRH କୁ ଚାମ୍ପିଅନ୍ କରିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ଦଳ ଥରେ ବି ଆଇପିଏଲ ଟାଇଟଲ ଜିତିବାରେ ସକ୍ଷମ ହୋଇନାହିଁ । 15 ଋତୁ ମଧ୍ୟରୁ ଦଳ 6 ଥର ପ୍ଲେ ଅଫ୍ ରେ ପହଞ୍ଚି ଫାଇନାଲ୍ ଖେଳିଛି । ଗତ ସିଜନରେ 14 ଟି ମ୍ୟାଚ ମଧ୍ୟରୁ 7 ଟି ହାରିଯିବା ପରେ ଦଳକୁ 5 ନମ୍ବରରେ ଟୁର୍ନାମେଣ୍ଟ ଶେଷ କରିବାକୁ ପଡିଥିଲା ।

ସେପଟେ କେଏଲ୍ ରାହୁଲଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ଆତ୍ମ ବିଶ୍ୱାସରେ ଭରପୁର ରହିଛି। କାରଣ ଦଳ ଏହାର ଡେବ୍ୟୁ ଋତୁରେ ପ୍ଲେ ଅଫରେ ପହଞ୍ଚି 14 ଟି ମ୍ୟାଚ୍ ମଧ୍ୟରୁ 9 ଟି ଜିତି ଟପ୍-4 ରେ ସ୍ଥାନ ପାଇଥିଲା । ଏଥର ନିକୋଲାସ ପୁରନଙ୍କ ଆଗମନ ସହିତ ଦଳ ଆହୁରି ଶକ୍ତିଶାଳୀ ହୋଇଛି।

  • ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସମ୍ଭାବ୍ୟ ଏକାଦଶ: କେ.ଏଲ୍ ରାହୁଲ (କ୍ୟାପଟେନ୍), କାଇଲ୍ ମାୟର୍ସ, ନିକୋଲାସ୍ ପୁରନ୍, ଦୀପକ ହୁଡା, ମାର୍କସ୍ ଷ୍ଟୋଇନିସ୍, ଆୟୁଷ ବାଡୋନି, କ୍ରୁନାଲ ପାଣ୍ଡ୍ୟା, ମାର୍କ ଉଡ଼, ରବି ବିଷ୍ଣୋଇ, ଆବେଶ ଖାନ ଏବଂ ଜୟଦେବ ଉନାଦକଟ ।
  • ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ପୃଥ୍ୱୀ ଶ, ମନୀଷ ପାଣ୍ଡେ, ଫିଲ୍ ସଲ୍ଟ / ରେଲି ରାଉଷ, ସରଫରାଜ ଖାନ (ୱିକେଟ୍ କିପର), ରୋଭମାନ ପାୱେଲ, ଅକ୍ସର ପଟେଲ, କୁଲଦୀପ ଯାଦବ, ଚେତନ ସାକରିଆ, ମୁସ୍ତାଫିଜୁର ରହମାନ ଏବଂ କମଲେଶ ନାଗରକୋଟି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+