Get Updates
Get notified of breaking news, exclusive insights, and must-see stories!

ଆଇପିଏଲ ୨୦୨୩: ଆଜି ପଞ୍ଜାବ ପାଇଁ 'କର ବା ମର' ସ୍ଥିତି

ଧର୍ମଶାଳା: ଚଳିତ ଆଇପିଏଲ ସଂସ୍କରଣର ୬୪ତମ ଲିଗ୍‌ ମୁକାବିଲାରେ ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍‌ ଘରୋଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ଶିଖର ଧାୱନଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗ୍ସ ୧୨ଟି ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ହାସଲ କରିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଶେଷ ୨ଟି ମ୍ୟାଚ୍‌ କର ବା ମାର ପରିସ୍ଥିତି । ସେପଟେ ପ୍ଲେ ଅଫରୁ ବାଦ ପଡିଥିବା ଦିଲ୍ଲୀ କେବଳ ସମ୍ମାନ ପାଇଁ ଖେଳିବ । ଘରୋଇ ଗ୍ରାଉଣ୍ଡରେ ଖେଳିବ ପଞ୍ଜାବ ।

IPL 2023

ଗତ ମେ ୧୩ ତାରିଖରେ ଦୁଇ ଦଳ ମଧ୍ୟରେ ଚଳିତ ସିଜନରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ପଞ୍ଜାବ ବିଜୟ ହାସଲ କରିଥିଲା । ପଞ୍ଜାବ କିଙ୍ଗ୍ସ ୩୧ ରନରେ ବିଜୟ ହାସଲ କରିଥିଲା । ପ୍ରଭସିମରନଙ୍କ ଶତକ ଓ ହରପ୍ରୀତଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପରାସ୍ତ ପରେପ୍ଲେ ଅଫରୁ ବାଦ୍‌ ପଡିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ପଞ୍ଜାବକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ ।

ଅନ୍ୟପଟେ ଧର୍ମଶାଳାରେ ଏହି ମ୍ୟାଚ ଖେଳାଯାଉଥିବାରୁ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବ । ଉଭୟ ଦଳରେ ଦକ୍ଷ ପେସ୍‌ ବୋଲର ରହିଛନ୍ତି । ମାତ୍ର କାଗିସୋ ରାବାଡା ଓ ସାମ କରାନଙ୍କ ଫର୍ମକୁ ନେଇ ପଞ୍ଜାବ କିଙ୍ଗ୍‌ସ ସାମାନ୍ୟ ଚିନ୍ତାରେ ରହିଛି । ଅନ୍ୟପଟରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲର ଆନରିଚ ନର୍ଜ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି । ତାଙ୍କ ଅନୁପସ୍ଥିତିରେ ଈଶାନ୍ତ ଶର୍ମା ଚମତ୍କାର ବୋଲିଂ କରୁଛନ୍ତି ।

PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ(ଅଧିନାୟକ), ଭାନୁକା ରଜାପକ୍ଷ, ଲିଆମ ଲିଭିଂଷ୍ଟୋନ୍‌, ଜିତେଶ ଶର୍ମା, ଶାହରୁଖ ଖାନ, ହରପ୍ରୀତ ବ୍ରାର, ରିଶି ଧାୱନ, ସାମ କରନ/କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

DC ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଫିଲ ସଲ୍ଟ, ମିଚେଲ ମାର୍ଶ, ରିଲେ ଋସୋ, ଲଳିତ ଯାଦବ, ରିପଲ ପଟେଲ, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ଲଳିତ ଯାଦବ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+