ଆଇପିଏଲ 2023: ପଞ୍ଜାବ କିଙ୍ଗ୍ସଠୁ ହାରି ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ରେସରୁ ବାଦ୍‌ ପଡ଼ିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ପ୍ରଭସିମ୍ରନ ସିଂହଙ୍କ ପ୍ରଥମ ଆଇପିଏଲ୍ ଶତକ ପରେ ସ୍ପିନରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ପଞ୍ଜାବ କିଙ୍ଗ୍ସ ୩୧ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଅରୁଣ ଜେଟ୍ଲି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୬୭/୭ ସ୍କୋର କରିଥିଲା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୬/୮ ରନରେ ରୋକି ଦେଇଥିଲା ।

ତେବେ ଦିଲ୍ଲୀ ୧୨ଟି ମ୍ୟାଚରୁ ୮ଟି ମ୍ୟାଚ୍‌ ହାରି ପ୍ଲେ ଅଫ୍‌ରୁ ଆଉଟ୍‌ ହୋଇଯାଇଛି । ପଞ୍ଜାବ ବିପକ୍ଷରେ ଦିଲ୍ଲୀ ଅଷ୍ଟମ ପରାଜୟ ବରଣ କରିବା ସହ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି ।

IPL 2023

୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଡେଭିଡ୍ ୱାର୍ଣ୍ଣର ଓ ଫିଲ୍ ସଲ୍ଟ କଡ଼ା ଜବାବ ଦେଇଥିଲେ। ପାୱାରପ୍ଲେରୁ ୬୫ ରନ୍ ଉଠାଇ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ସଲ୍ଟଙ୍କୁ ହରପ୍ରୀତ୍ ବ୍ରାର୍ ବୋଲ୍ଡ କରି ଯୋଡ଼ି ଭାଙ୍ଗିବା ସହ ମ୍ୟାଚ୍କୁ ପଞ୍ଜାବ ପଟକୁ ଢଳାଇଥିଲେ। ଏହାପରଠୁ ନିୟମିତ ବ୍ୟବଧାନରେ ଦିଲ୍ଲୀ ୱିକେଟ୍ ହରାଇଥିଲା । ନିମ୍ନକ୍ରମରୁ ଆଉ ବଡ଼ ରନ୍ ନବାହାରିବାରୁ ଶେଷରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ବୋଲରମାନେ ମ୍ୟାଚ୍ ଉପରେ ନିୟନ୍ତ୍ରଣ ରଖିଥିଲେ। ପାୱାରପ୍ଲେ ଭିତରେ ଶିଖର ଧାୱନ, ଲିଆମ୍ ଲିଭିଙ୍ଗଷ୍ଟୋନ୍ ଓ ଜିତେଶ ଶର୍ମାଙ୍କୁ ପଞ୍ଜାବ ହରାଇଥିଲା । କିନ୍ତୁ ଲଗାତାର ବିଫଳ ହେଉଥିବା ପ୍ରଭସିମ୍ରନ ସିଂହ ଏକାକି ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ। ସେ ସାମ୍ କରନଙ୍କ ସହ ଚତୁର୍ଥ ୱିକେଟ୍ରେ ୭୨ ରନ୍ ଯୋଡ଼ିଥିଲେ। ପରେ ପ୍ରଭସିମ୍ରନ ୬୧ ବଲ୍ରୁ ପ୍ରଥମ ଶତକ ଅର୍ଜନ କରିଥିଲେ। ତାଙ୍କର ଏହି ସ୍ମରଣୀୟ ପାଳିରେ ୧୦ ଚୌକା ଓ ୬ ଛକା ସାମିଲ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+