ଆଇପିଏଲ ୨୦୨୩: ଶେଷରେ ଦିଲ୍ଲୀ ଚାଖିଲା ବିଜୟର ସ୍ୱାଦ, ୪ ୱିକେଟରେ କୋଲକତାକୁ ଦେଲା ମାତ୍

IPL 2023, DC vs KKR: ଇଣ୍ଡିଆନ ପ୍ରିମିୟର ଲିଗ୍‌ ବା ଆଇପିଏଲ ୨୦୨୩ ରେ ଲଗାତାର ପଞ୍ଚମ ପରାଜୟ ପରେ ପଏଣ୍ଟ ଖାତା ଖୋଲିଲା ଦିଲ୍ଲୀ କ୍ୟାପିଟାଲ୍ସ । ଶେଷରେ ବିଜୟର ସ୍ବାଦ ଚାଖିଲା ଦିଲ୍ଲୀ । ଗତକାଲି (ଗୁରୁବାର) ଖେଳା ଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) କୁ ୪ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବୋଲରଙ୍କ ଘାତକ ବୋଲିଂ ଓ ପରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁଁ ୪ ୱିକେଟରେ କୋଲକାତାକୁ ପରାସ୍ତ କରିଛି କ୍ୟାପିଟାଲ୍ସ । ବର୍ଷା ଯୋଗୁଁ ଘଣ୍ଟାଏ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା ବେଳେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୨୭ ରନ୍‌ କରିଥିଲା । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ମଧ୍ୟ ସମାନ ଦଶା ଭୋଗିଥିଲା । କେବଳ ଡେଭିଡ୍‌ ୱାର୍ଣ୍ଣର ଅର୍ଦ୍ଧଶତକୀୟ ପାଳି ଖେଳି ଗୋଟିଏ ପଟ ସମ୍ଭାଳିଥିଲେ ବି ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ପୃଥ୍ବୀ ସ'ଙ୍କ ଖରାପ ପ୍ରଦର୍ଶନ ଜାରି ରହିଥିଲା । ପାୱାର ପ୍ଲେ ମଧ୍ୟରେ ଦିଲ୍ଲୀ ୬୧/୧ ସ୍କୋର କରିଥିଲା ବେଳେ ଅଷ୍ଟମ ଓଭର ପରଠୁ ୱିକେଟ୍‌ ଖସିବା ଧାରା ଆରମ୍ଭ ହୋଇଥିଲା ।

IPL 2023, DC vs KKR

ମିଚେଲ ମାର୍ଶ, ଫିଲ୍‌ ସଲ୍ଟ ଏକ ଅଙ୍କ ରନ୍‌ କରି ଆଉଟ୍‌ ହେବା ପରେ ଦଳକୁ ଶତକର ନିକଟତର କରାଇ ୱାର୍ଣ୍ଣର ମଧ୍ୟ ନିଜ ୱିକେଟ୍‌ ହରାଇଥିଲେ । ମନୀଷ ପାଣ୍ଡେ ଦଳର ଦ୍ବିତୀୟ ସର୍ବାଧିକ ୨୧ ରନ୍‌ କରିଥିଲେ । ଅକ୍ଷର ପଟେଲ୍‌ ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ଖେଳି ୪ ବଲ୍‌ ପୂର୍ବରୁ ଦଳକୁ ଜିତାଇଥିଲେ। କେକେଆର୍‌ର ବରୁଣ ଚକ୍ରବର୍ତ୍ତୀ, ଅନୁକୁଳ ଓ ନୀତୀଶ ରାଣା ୨ ୱିକେଟ୍‌ ଲେଖାଏଁ ନେଇଥିଲେ ।

ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। । କୋଲକାତା ପକ୍ଷରୁ ଜାସନ ରୟ ଏବଂ ଆନ୍ଦ୍ରେ ରସେଲଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରିନଥିଲେ । ୮ ଜଣ ଖେଳାଳି ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ।

ଲିନଟ ଦାସ ୪, ଭେଙ୍କଟେଶ ଆୟର ୦, ଅଧିନାୟକ ନୀତିଶ ରାଣା ୪, ମନଦୀପ ସିଂ ୧୨ ରନ କରି ପାଭିଲିୟନ ଫେରିଥିଲେ । ଭଲ ଫର୍ମରେ ଥିବା ରିଙ୍କୁ ସିଂ(୬) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ସୁନିଲ ନାରିନ ୪ ମଧ୍ୟ ନିରାଶ କରିଥିଲେ। ଜାସନ ରୟ ୩୯ ବଲ୍‌ରୁ ୫ ଚୌକା ଏବଂ ୧ ଛକା ସହାୟତାରେ ୪୩ ରନ କରି ପାଭିଲିୟନ ଫେରିଥିଲେ । ୯ ୱେକେଟ୍ ହରାଇ ୯୬ ରନ କରିଥିବା କୋଲକାତା ଶେଷ ଆଡକୁ ଆନ୍ଦ୍ରେ ରସେଲଙ୍କ ୩୮ ରନ ବଳରେ ୧୨୭ ରନ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅନରିଚ ନୋର୍ଜି,ଅକ୍ଷର ପଟେଲ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ୱେକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+