ଆଇପିଏଲ 2023: ଶେଷ ବଲରେ ଛକା ମାରି ପାରିଲେନି ଧୋନି, 3 ରନରେ ବିଜୟୀ ହେଲା ରାଜସ୍ଥାନ
IPL 2023, CSK vs RR: ଇଣ୍ଡିଆନ୍ ସୁପର ଲିଗ୍ 2023ର ମ୍ୟାଚ୍ ନମ୍ବର 17ରେ ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ 3ରନରେ ବିଜୟୀ ହୋଇଛି ।
ଶେଷ ବଲରେ ପାଞ୍ଚ ରନ୍ ଆବଶ୍ୟକ ହେଉଥିବା ବେଳେ ଛକା ମାରି ପାରି ନଥିଲେ ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂ ଧୋନି । ଶେଷ ବଲରେ କେବଳ ଗୋଟିଏ ରନ ସଂଗ୍ରହ ହୋଇ ପାରିଥିଲା । ଫଳରେ ଦୀର୍ଘ 15 ବର୍ଷ ପରେ ଚେପକ୍ ଗାରଉଣ୍ଡରେ ମ୍ୟାଚ ଜିତିଥିଲା ରାଜସ୍ଥାନ ରୟାଲ୍ସ ।

ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଦଳ 20 ଓଭରରେ 175 ରନ୍ ସଂଗ୍ରହ କରି 8 ୱିକେଟ୍ ହରାଇଥିଲା । ଏହାର ଜବାବରେ ଚେନ୍ନାଇ 20 ଓଭରରେ 6 ୱିକେଟ୍ ପାଇଁ 172 ରନ୍ ସଂଗ୍ରହ କରିଥିଲା।
ଚେନ୍ନାଇର ଟପ୍ ଅର୍ଡରରେ ଡିଭନ୍ କନୱେ 38 ବଲରେ 50 ରନ୍ ସଂଗ୍ରହ କରିଥିଲେ। ଅଜିଙ୍କ୍ୟ ରାହାଣେ ମଧ୍ୟ 19 ବଲରୁ 31 ରନ ଖେଳିଥିଲେ । ମଧ୍ୟମ ଓଭରରେ ବିଫଳ ହେବା ପରେ ଧୋନି ଏବଂ ଜାଡେଜାଙ୍କ ଯୋଡି ସର୍ବୋତ୍ତମ ଚେଷ୍ଟା କରିଥିଲେ ଏବଂ ଶୀଘ୍ର 59 ରନ୍ ସହଭାଗୀତା ବାଣ୍ଟିଥିଲେ।
ଶେଷ ଓଭରରେ 21 ରନ୍ ଆବଶ୍ୟକ ଥିବାବେଳେ ସନ୍ଦୀପ ଶର୍ମା ଆରମ୍ଭରେ ନିୟନ୍ତ୍ରଣ ହରାଇବା ପରେ ଫେରିବାରେ ସଫଳ ହୋଇଥିଲେ । ପ୍ରଥମ ଦୁଇଟି ବଲର ୱାଇଡ୍ ହେବା ପରେ ପରବର୍ତ୍ତୀ ଦୁଇଟି ବଲରେ ଧୋନିଙ୍କ ଦୁଇଟି ଆକର୍ଷଣୀୟ ଛକା ମାରିଥିଲେ । ତେବେ ଅନ୍ତିମ ବଲ୍ରୁ ଆଉ 5 ରନ୍ ଆବଶ୍ୟକ ହେଉଥିଲା । ହେଲେ ସନ୍ଦୀପ ଶର୍ମାଙ୍କ ୟର୍କରକୁ ଧୋନି ବାଉଣ୍ଡରି ପାର୍ କରିବାରେ ବିଫଳ ହୋଇଥିଲେ।
ତେବେ ରାଜସ୍ଥାନ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ୍ 2ଟି ଲେଖାଏଁ ନେଇଥିଲେ । 4 ଓଭରରେ 25 ରନ୍ ପାଇଁ 2 ୱିକେଟ୍ ନେଇଥିବାରୁ ଅଶ୍ୱିନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ବର୍ତ୍ତମାନ 4 ଟି ମ୍ୟାଚ ମଧ୍ୟରୁ 3 ଟି ଜିତିବା ପରେ ରାଜସ୍ଥାନ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି ।
ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଇଁ ଜୋସ୍ ବଟଲର 52 ଏବଂ ଦେବଦତ୍ତ ପାଡ୍ଡିକଲ 38 ରନ ସ୍କୋର କରିଥିଲେ। ଅଶ୍ୱିନ ଏବଂ ହେଟମିୟର 30-30 ରନ୍ ସ୍କୋର କରିଥିଲେ। ଚେନ୍ନାଇ ପାଇଁ ରବୀନ୍ଦ୍ର ଜାଡେଜା, ଆକାଶ ସିଂହ ଏବଂ ତୁଷାର ଦେଶପାଣ୍ଡେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ମୋଇନ ଅଲି ଗୋଟିଏ ୱିକେଟ୍ ପାଇଥିଲେ।












Click it and Unblock the Notifications