ଆଇପିଏଲ୍ ୨୦୨୩: ମ୍ୟାଚ ହାରିଲା ଚେନ୍ନାଇ, ହେଲେ ଏହି ମାଇଲଖୁଣ୍ଟ ଅତିକ୍ରମ କଲେ ଧୋନି

IPL 2023, CSK Vs PBKS: ଗତକାଲି (ରବିବାର) ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏକ ରୋମାଞ୍ଚକର ମୁକାବିଲା ଖେଳା ଯାଇଥିଲା । ଯାହାକୁ ଶେଷ ବଲରେ ଜିତିଥିଲା ପଞ୍ଜାବ ।

ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସୁପରକିଙ୍ଗସ ୨୦୦ ରନ୍ କରିବାରେ ସକ୍ଷମ ହୋଇଥିଲା । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ତଥା ୨୦ତମ ଓଭରରେ ସାମ୍‌ କରନଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ । ଫ୍ୟାନ୍ସ ତାଙ୍କ ଗଗନ ଚୁମ୍ବି ଛକା ଦେଖି ବହୁତ ଖୁସି ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

MS Dhoni

ତେବେ ଏହି ଦୁଇ ଛକା ସହ ଧୋନି ଟି-୨୦ ଫର୍ମାଟର ୨୦ତମ ଓଭରରେ ୧୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଏଭଳି କରିବାରେ ସେ ବିଶ୍ବର ଦ୍ବିତୀୟ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ଏକମାତ୍ର ବ୍ୟାଟର୍‌ ଭାବେ ପୂର୍ବତନ ୱେଷ୍ଟ୍‌ଇଣ୍ଡିଜ୍‌ ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସର କିରଣ ପୋଲାର୍ଡ ଏହି ରେକର୍ଡ ନିଜ ନାମରେ ରଖିଛନ୍ତି ।

ତେବେ ଟି-୨୦ ଫର୍ମାଟରେ ୨୦ତମ ଓଭରରୁ ଧୋନିଙ୍କ ୧୦୦୦ ରନ୍‌ ମଧ୍ୟରେ ଆଇପିଏଲ୍‌ରେ କେବଳ ୭୦୯ ରନ୍‌ ସାମିଲ ରହିଛି । ଫଳରେ ତାଙ୍କ ୭୦୯ ମଧ୍ୟ ଆଇପିଏଲ୍‌ରେ କୀର୍ତ୍ତିମାନ । ସେ ଆଇପିଏଲ୍‌ର ଏହି ତାଲିକାରେ ଶୀର୍ଷରେ ରହିଥିଲା ବେଳେ ତାଙ୍କ ପଛକୁ ପୋଲାର୍ଡ (୪୦୫) ରହିଛନ୍ତି ।

ଯଦି କାଲିର ମ୍ୟାଚ କଥା କହିବା ଗତକାଲି ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୪ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ପାଇଁ ୨୦୦ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ । ଜବାବରେ ପଞ୍ଜାବ ଛଅ ୱିକେଟ ହରାଇ ୨୦୧ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା । ଶେଷ ବଲରେ ଆବଶ୍ୟକ ୩ ରନ୍ ସ୍କୋର କରି ପଞ୍ଜାବ ମ୍ୟାଚ୍ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+