ଆଇପିଏଲ 2023: ବର୍ଷା ସାଜିଲା ବାଧକ, ପଏଣ୍ଟ ବାଣ୍ଚିଲେ ଚେନ୍ନାଇ-ଲକ୍ଷ୍ନୌ

IPL 2023 CSK vs LSG: ଆଜି ଆଇପିଏଲ ୨୦୨୩ର ୪୫ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳା ଯାଉଥିଲା । ଟସ୍‌ ଜିତି ପ୍ରଥମେ ଘାତକ ବୋଲିଂ କରିଥିଲା ଧୋନି ବାହିନୀ ।

ତେବେ ପ୍ରଥମ ଇନିଂସ ଶେଷ ହେବାକୁ ମାତ୍ର ୪ଟି ବଲ ବାକି ଥିବା ବେଳେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲେ । ଫଳରେ ମ୍ୟାଚ୍‌ ରଦ୍ଦ ହୋଇଥିଲା । ଏଥିସହ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଛି ।

ତେବେ ପ୍ରଥମ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ଆଜି ୬.୪୭ ହାରରେ ରନ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଆୟୁଷ ବାଦୋନୀ ସର୍ବାଧିକ ୫୯ ରନ୍ କରିଥିବା ବେଳେ ନିକୋଲାସ ପୁରନ ୨୦ ରନ୍ କରିଥିଲେ । ଏହି ଦୁଇ ବ୍ୟାଟରଙ୍କ ବ୍ୟାତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନଥିଲେ ।

IPL 2023 CSK vs LSG

ଲକ୍ଷ୍ନୌ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲା। ଚେନ୍ନାଇର ଘାତକ ବୋଲିଂ ବଳରେ ଲକ୍ଷ୍ନୌ ବ୍ୟାଟରମାନେ ବଡ଼ ଶଟ୍ ଖେଳିପାରୁ ନଥିଲେ । ୩.୪ ଓଭରରେ ପ୍ରଥମେ କାଇଲ ମେୟର୍ସ(୧୭ ବଲ ୧୪ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ୫.୪ ଓଭରରେ ମନନ ଭୋରା(୧୧ ବଲ୍ ୧୦ ରନ୍), ୫.୫ ଓଭରରେ କ୍ରଣାଲ୍ ପାଣ୍ଡ୍ୟା(୧ ବଲ୍ ୦ ରନ୍), ୬.୫ ଓଭରରେ ମାରକସ୍ ଷ୍ଟୋଇନିସ୍ (୪ ବଲ୍ ୬ ରନ୍), ୯.୪ ଓଭରରେ କରଣ ଶର୍ମା(୧୬ ବଲ୍ ୯ ରନ୍), ୧୭.୪ ଓଭରରେ ନିକୋଲାସ ପୁରନ(୩୧ ବଲ ୨୦ ରନ୍),୧୯.୨ ଓଭରରେ କ୍ରିଷ୍ଣାପ୍ପା ଗୌତମ(୩ ବଲ୍ ୧ ରନ୍) ରନ୍ କରି ଆଉଟ୍ ହୋଇଥିଲେ। ୧୯.୨ ଓଭର ଖେଳ ଚାଲିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ୍‌କୁ ଅଟକାଇବାକୁ ପଡ଼ିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ନ ଛାଡ଼ିବାରୁ ବାଧ୍ୟ ହୋଇ ମ୍ୟାଚ୍‌କୁ ବାତିଲ କରାଯାଇଥିଲା।

ତେବେ ଶେଷ ଓଭର ପଥିରାଣା ବୋଲିଂ କରୁଥିବା ବେଳେ ଘୋଟି ଆସିଥିଲ କଳା ବାଦଲ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଦ୍ବିତୀୟ ଇନିଂସ ଆରମ୍ଭ ହୋଇ ପାରିନଥିଲା । ମ୍ୟାଚ୍‌କୁ ରଦ୍ଦ କରିଥିଲେ ଅମ୍ପାୟାର । ଫଳରେ ମ୍ୟାଚ୍‌ ପଏଣ୍ଟ ଦୁଇ ଦଳ ମଧ୍ୟରେ ଭାଗ ହୋଇଛି ।

ଲକ୍ଷ୍ନୌ ଗତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାଜିତ ହୋଇଥିଲା। ସେହିପରି ଚେନ୍ନାଇ ମଧ୍ୟ ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଠାରୁ ଶେଷ ମ୍ୟାଚ୍‌ରେ ହାରି ଯାଇଥିଲା। ତେଣୁ ଦୁଇ ଟିମ୍ ପାଇଁ ଏହି ମୁକାବିଲା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଇପିଏଲ୍‌ ୨୦୨୩ରେ ଏହି ଦୁଇ ଟିମ୍ ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳିଛନ୍ତି । ସେଥିରୁ ୫ ଲେଖାଏ ମ୍ୟାଚ୍ ଜିତିଥିବା ବେଳେ ୪ଟିରେ ପରାଜିତ ହୋଇଛନ୍ତି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଲକ୍ଷ୍ନୌ ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛି । ଆଜି ପଏଣ୍ଟ ଶେୟାର ହେବା ପରେ ତାଲିକାରେ ପରିବର୍ତ୍ତନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+