ଆଇପିଏଲ 2023: ଓପନିଂ ମ୍ୟାଚ ଖେଳିବେନି ଧୋନି ! କିଏ ସମ୍ଭାଳିବ ଚେନ୍ନାଇର ଭାର ?

IPL 2023

IPL 2023, MS Dhoni News: ଆଇପିଏଲ 2023 ସିଜନର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍ସ ଗୁଜୁରାଟ ଟାଇଟାନ୍ସ (ଚେନ୍ନାଇ ବନାମ ଗୁଜୁରାଟ) ମଧ୍ୟରେ ଖେଳାଯିବ ।

ଏହି ମ୍ୟାଚ ଅମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏବେ ଏବେ ମିଳିଥିବା ବଡ ଅପଡେଟରୁ ଜଣାପଡିଛି ଯେ, ଆସନ୍ତାକାଲି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ମିସ୍ କରି ପାରନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି । କାରଣ ସେ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ନାହାନ୍ତି ।

ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାଇ, ପୂର୍ବତନ ଭାରତ କ୍ରିକେଟରଙ୍କ ବାମ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିଛି । ଯାହା ଫଳରେ ସେ ଏପର୍ଯ୍ୟନ୍ତ ନିଜକୁ ସମ୍ପୂର୍ଣ୍ଣ ଫିଟ୍ ଅନୁଭବ କରୁ ନାହାଁନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, କିମ୍ବଦନ୍ତୀ କ୍ରିକେଟର ଅଭ୍ୟାସ ଅଧିବେଶନରେ ଭାଗ ନେବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ । କିନ୍ତୁ ନେଟ୍ସରେ ବ୍ୟାଟିଂ କରି ନଥିଲେ ।

ମାତ୍ର ସେ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରାଙ୍କ ସହ କଥା ହେଉଥିବାର ନଜର ଆସିଥିଲେ । ସେହିପରି ଧୋନି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କିର୍ଷ୍ଟେନଙ୍କ ସହ ଚାଟିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଧୋନି ଖେଳିବେ କି ନାହିଁ ତାହା ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ନିଷ୍ପତ୍ତି ନିଆଯିବ ।

କିଏ ସମ୍ଭାଳିବ ଚେନ୍ନାଇର ଭାର ?

ଧୋନି ଏହି ମ୍ୟାଚ ମିସ୍ କରିକୁ ନିଷ୍ପତ୍ତି ନେଲେ ନ୍ୟୁଜିଲାଣ୍ଡ କ୍ରିକେଟର ଡିଭନ୍ କନୱେଙ୍କୁ ୱିକେଟ୍ ରକ୍ଷକ କାର୍ଯ୍ୟ କରିବାକୁ ପଡିପାରେ। ତେବେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଓପନିଂ ମ୍ୟାଚରେ ଚେନ୍ନାଇ ନେତୃତ୍ୱ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଇପିଏଲ ଅକ୍ସନରେ ଦଳ ତାଙ୍କୁ 16.25 କୋଟି ଟଙ୍କାରେ କିଣିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+