Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର 23ରେ ଆଇପିଏଲ ମିନି ଅକ୍ସନ: ଦେଖନ୍ତୁ, କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିଲା ଓ ଛାଡିଲା

ଆଗାମୀ ଆଇପିଏଲ ସିଜନ (ଆଇପିଏଲ 2023) ପାଇଁ ଡିସେମ୍ବର 23ରେ ଆୟୋଜିତ ହେବ ଆଇପିଏଲ ମିନି ଅକ୍ସନ (ଆଇପିଏଲ ଅକ୍ସନ 2023) । ଏହା ପୂର୍ବରୁ ଆଜି ଶେଷ ହୋଇଛି ଦଳରେ ଖେଳାଳିଙ୍କୁ ରଖିବା ଓ ଛାଡିବା ପ୍ରକ୍ରିୟା ।

IPL 2023 Retention and Released Player List: ଆଗାମୀ ଆଇପିଏଲ ସିଜନ (ଆଇପିଏଲ 2023) ପାଇଁ ଡିସେମ୍ବର 23ରେ ଆୟୋଜିତ ହେବ ଆଇପିଏଲ ମିନି ଅକ୍ସନ (ଆଇପିଏଲ ଅକ୍ସନ 2023) । ଏହା ପୂର୍ବରୁ ଆଜି ଶେଷ ହୋଇଛି ଦଳରେ ଖେଳାଳିଙ୍କୁ ରଖିବା ଓ ଛାଡିବା ପ୍ରକ୍ରିୟା । ତେବେ ସମସ୍ତ 10 ଫ୍ରାଞ୍ଚାଇଜ୍ ଆଜି ସେମାନଙ୍କର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି ।

IPL 2023

ତେବେ ମୁମ୍ବାଇ ଇଣ୍ଡିଆନ୍ସ ସମୁଦାୟ 12 ଜଣ କ୍ରିକେଟରଙ୍କୁ ଛାଡିଛି । କିରଣ ପୋଲାର୍ଡ ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସେହିପରି ସନରାଇଜର୍ସ ହାଇଦ୍ରାବାଦ କେନ୍ ୱିଲିୟମସନ, ପଞ୍ଜାବ କିଙ୍ଗ୍ସ ମୟଙ୍କ ଅଗ୍ରୱାଲ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଡୱେନ ବ୍ରାଭୋଙ୍କୁ ଛାଡିଛି । ତେବେ ମୋଟ 87 ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍ ମାନେ ଛାଡିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ ସେମାନଙ୍କର ଦୁଇ ଖେଳାଳି ରହମାନତୁଲ୍ଲା ଗୁରୁବାଜ ଏବଂ ଲକି ଫର୍ଗୁସନଙ୍କୁ କେକେଆରକୁ ଟ୍ରେଡ କରିଛନ୍ତି । ସେହିପରି କେକେଆର ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶାର୍ଦ୍ଦୁଲ ଠାକୁରଙ୍କୁ
ଟ୍ରେଡ କରିଛି ।

ସେହିପରି ଆରସିବି ଡେଭିଡ ୱିଲି, ଶେରଫେନ ରାଉଟରଫୋର୍ଡ, ସିଦ୍ଧାର୍ଥ କୌଲ, ଆକାଶ ଦୀପ ଏବଂ କରନ ଶର୍ମାଙ୍କୁ ରିଲିଜ କରିଛି । ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ସିଏସକେ କ୍ରିସ ଜୋର୍ଡାନ, ଆଡାମ ମିଲନେ, ନାରାୟଣ ଜାଗାଦେସନ ଏବଂ ମିଚେଲ ସାଣ୍ଟନର୍ଙ୍କୁ ମୁକ୍ତ କରିଛି ।

ତେବେ ଆସନ୍ତୁ, ନଜର ପକାଇବା କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିଲେ ଓ ଛାଡିଲେ ?

ସିଏସକେ (CSK )-

  • ରଖିଲା: ଏମଏସ ଧୋନି, ଡେଭନ୍ କନୱେ, ଋତୁରାଜ ଗାଇକୱାଡ, ଅମ୍ବାତି ରାୟୁଡୁ, ସୁଭ୍ରାନ୍ସୁ ସେନାପତି, ମୋଇନ୍ ଅଲ୍ଲୀ, ଶିବମ୍ ଦୁବେ, ରାଜଭାରାନ୍ ହାଙ୍ଗରଗେକର, ଡ୍ୱାଇନ୍ ପ୍ରିଟୋରିୟସ୍, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ତୁଷାର ଦେଶପାଣ୍ଡେ, ମୁକେଶ ସିଂଜେନ୍ଦ୍ର , ଦୀପକ ଚହର, ପ୍ରଶାନ୍ତ ସୋଲାନକି, ମହେଶ ତୀକ୍ଷ୍ଣା ।
  • ଛାଡିଲା: ଡୱେନ ବ୍ରାଭୋ, ରବିନ୍ ଉଥାପ୍ପା, ଆଦାମ ମିଲନେ, ହରି ନିଶାନ୍ତ, କ୍ରିସ ଜୋର୍ଡାନ, ଭାଗବତ ଭର୍ମା, କେଏମ ଆସିଫ, ନାରାୟଣ ଜଗଦେସନ ।

ମୁମ୍ବାଇ ଇଣ୍ଡିଆନ୍ସ (MI)-

  • ରଖିଲା: ରୋହିତ ଶର୍ମା, ଡିୱାଲ୍ଡ ବ୍ରେଭିସ୍, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଡାନିଏଲ ସାମସ, ଟିମ ଡେଭିଡ, ଜୋଫ୍ରା ଆର୍ଚର, ଜସପ୍ରୀତ ବୁମରା, ତ୍ରିଷ୍ଟାନ ଷ୍ଟବ୍ସ , ତିଲକ ବର୍ମା, ଅର୍ଜୁନ ତେନ୍ଦୁଲକର, ଅର୍ଶଦ ଖାନ, କୁମାର କାର୍ତ୍ତିକେୟ, ହ୍ରିତିକ ଶୋରେନ ଆକାଶ ମାଧୱଲ ।

    ଛାଡିଲା: କିରଣ ପୋଲାର୍ଡ, ଅନମୋଲପ୍ରୀତ ସିଂ, ଆର୍ଯ୍ୟନ୍ ଜୁୟାଲ୍, ବେସିଲ୍ ଥାମ୍ପି, ଡାନିଏଲ୍ ସାମସ୍, ଫାବିଆନ୍ ଆଲେନ୍, ଜୟଦେବ ଉନାଦକାଟ, ମାୟାନକ ମାର୍କାଣ୍ଡେ, ମୁରୁଗାନ୍ ଅଶ୍ୱିନ୍, ରାହୁଲ ବୁଦ୍ଧୀ, ରେଲି ମେରେଡିଥ୍, ସଞ୍ଜୟ ଯାଦବ, ଟାଇମଲ୍ ମିଲ୍ସ ।

    ଆରସିବି-

    • ରଖିଲା: ଫାଫ୍ ଡୁ ପ୍ଲେସିସ୍ , ବିରାଟ କୋହଲି, ସୁୟାଶ ପ୍ରଭାସେସାଇ, ରଜତ ପାଟିଦାର, ଦିନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ୍ ଆଲେନ୍, ଗ୍ଲେନ୍ ମ୍ୟାକ୍ସୱେଲ, ୱାନିଣ୍ଡୁ ହାସରାଙ୍ଗା, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ ଶର୍ମା, ମହମ୍ମଦ ଲୋମର, ସିରାଜ, ଜୋସ୍ ହାଜଲେଉଡ୍, ସିଦ୍ଧାର୍ଥ କୌଲ୍, ଆକାଶ ଦୀପ୍ ।
    • ଛାଡିଲା: ଜେସନ ବେହେରେଣ୍ଡର୍ଫ, ଅନେଶ୍ୱର ଗୌତମ, ଚାମା ମିଲିନ୍ଦ, ଲୁଭନିଥ ସିସୋଡିଆ, ଶେରଫେନ ରାଉଟରଫୋର୍ଡ।

    ଗୁଜୁରାଟ ଟାଇଟନ୍ସ-

    • ରଖିଲା: ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ, ଡେଭିଡ ମିଲର, ଅଭିନାଭ ମନୋହର, ସାଇ ସୁଧରସନ, ରିଦ୍ଧିମାନ ସାହା, ମାଥ୍ୟୁ ୱେଡ, ରସିଦ ଖାନ, ରାହୁଲ ତେୱାଟିଆ, ବିଜୟ ଶଙ୍କର, ମହମ୍ମଦ ଶାମି, ଅଲଜାରୀ ଜୋସେଫ, ୟଶ ଦିନଲ, ପ୍ରଦୀପ ସାଙ୍ଗୱାନ , ଜୟନ୍ତ ଯାଦବ, ଆର ସାଇ କିଶୋର, ନୁର ଅହମ୍ମଦ ।
    • ଛାଡିଲା: ରହମାନୁଲ୍ଲା ଗୁରୁବାଜ, ଲକି ଫର୍ଗୁସନ୍, ଡୋମିନିକ୍ ଡ୍ରେକସ୍, ଗୁରୁକେରାଟ ସିଂ, ଜାସନ୍ ରୟ, ବରୁଣ ଆରୋନ ।

    ଲକ୍ଷ୍ନୌ ସୁପର ଜଏଣ୍ଟ୍ସ-

    • ରଖିଲା: କେଏଲ୍ ରାହୁଲ, ଆୟୁଷ ବାଡୋନି, କରଣ ଶର୍ମା, ମନନ୍ ଭୋହ୍ରା, କ୍ୱିଣ୍ଟନ୍ ଡି କକ୍, ମାର୍କସ୍ ଷ୍ଟୋଇନିସ୍, କୃଷ୍ଣପ୍ପା ଗୋଥାମ, ଦୀପକ ହୁଡା, କାଇଲ୍ ମାୟର୍ସ, କ୍ରୁନାଲ ପାଣ୍ଡ୍ୟା, ଆଭେଶ ଖାନ, ମୋହସିନ୍ ଖାନ, ମାର୍କ କାଠ, ମାୟାନକ ଯାଦବ, ରବି ବିଷ୍ଣୋଇ ।
    • ଛାଡିଲା: ଆଣ୍ଡ୍ରିୟୁ ଟାଇ, ଅଙ୍କିତ ରାଜପୁତ, ଦୁଷ୍ମାନଥା କାମିରା, ଇଭିନ୍ ଲୁଇସ୍, ଜେସନ ହୋଲ୍ଡର, ମନୀଷ ପାଣ୍ଡେ, ଶାହାବାଜ ନାଡିମ ।

    ରାଜସ୍ଥାନ ରୟାଲ୍ସ

    • ରଖିଲା: ସଞ୍ଜୁ ସାମସନ, ୟସ୍ୱଶୀ ଜସୱାଲ, ଶିମ୍ରନ୍ ହେଟମିୟର, ଦେବଦତ୍ତ ପାଦିକ୍କାଲ, ଜୋସ୍ ବଟଲର, ଧ୍ରୁଭ ଜୁରେଲ, ରିୟାନ ପାରାଗ, ପ୍ରସାଦ କୃଷ୍ଣ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକକୋ, ନବଦୀପ ସାଇନି, କୁଲଦୀପ ଯାଦବ, କେସି କାରିଆପ୍ପା ।
    • ଛାଡିଲା: ଅନ୍ନୟ ସିଂ, କର୍ବିନ ବୋଶ, ଡାରିଲ ମିଚେଲ, ଜେମ୍ସ ନିଶାମ, କରୁଣ ନାୟାର, ନାଥାନ କୁଲଟର-ନାଇଲ୍, ରାସି ଭାନ୍ ଡେର୍ ଡୁସେନ୍, ଶୁଭମ୍ ଗରୱାଲ୍, ତେଜସ୍ ବାରୋକା ।

    ଦିଲ୍ଲୀ କ୍ୟାପିଟାଲ୍ସ-

    • ରଖିଲା: ଋଷଭ ପନ୍ତ, ଡେଭିଡ ୱାର୍ଣ୍ଣର, ପୃଥ୍ୱୀ ଶ, ରିପାଲ ପଟେଲ, ରୋଭମାନ ପାୱେଲ, ସରଫରାଜ ଖାନ, ମିଚେଲ ମାର୍ଶ, ଲଲିତ ଯାଦବ, ଆକ୍ସର ପଟେଲ, ଅନ୍ରିଚ୍ ନର୍ଟେଜେ, ଚେତନ ସାକରିଆ, କମଲେଶ ନାଗାର୍କୋଟି, ଖଲେଲ ଅହମ୍ମଦ, ଲୁଙ୍ଗି ନିଗିଡି , ମୁସ୍ତାଫିଜୁର ରହମାନ, ଅମାନ ଖାନ, କୁଲଦୀପ ଯାଦବ, ପ୍ରବୀଣ ଦୁବେ, ବିକି ଓଷ୍ଟୱାଲ ।
    • ଛାଡିଲା: ଶାର୍ଦ୍ଦୁଲ ଠାକୁର, ଟିମ୍ ସେଫର୍ଟ, କେଏସ୍ ଭରତ, ମନଦୀପ ସିଂ, ଅଶ୍ୱିନ୍ ହେବର ।

    ସନରାଇଜର୍ସ ହାଇଦ୍ରାବାଦ

    • ରଖିଲା: ଅବଦୁଲ ସମାଦ, ଆଡେନ ମାର୍କ୍ରାମ, ରାହୁଲ ତ୍ରିପାଠୀ, ଗ୍ଲେନ ଫିଲିପ୍ସ, ଅଭିଷେକ ଶର୍ମା, ମାର୍କୋ ଜାନସେନ୍, ୱାଶିଂଟନ୍ ସୁନ୍ଦର, ଫଜଲହକ୍ ଫାରୁକି, କାର୍ତ୍ତିକ ତାଇଗୀ, ଭୁବନେଶ୍ୱର କୁମାର, ଟି ନାଟରାଜନ୍, ଉମରନ୍ ମଲିକ୍
    • ଛାଡିଲା: କେନ୍ ୱିଲିୟମସନ, ନିକୋଲାସ୍ ପୁରାନ୍, ଜଗାଦେଶା ସୁଚିଥ୍, ପ୍ରିୟମ୍ ଗର୍ଗ, ରବିକୁମାର ସମାର୍ଥ, ରୋମାରିଓ ଶେଖର, ସୌରଭ ଦୁବେ, ସଚନ୍ ଆବଟ୍ଟ, ଶଶାଙ୍କ ସିଂ, ଶ୍ରେୟାସ ଗୋପାଳ, ସୁଶାନ୍ତ ମିଶ୍ର, ବିଷ୍ଣୁ ବିନୋଦ ।


    ପଞ୍ଜାବ କିଙ୍ଗ୍ସ

    • ରଖିଲା: ଶିଖର ଧୱନ, ଶାହାରୁଖ ଖାନ, ଜନି ବେୟାରଷ୍ଟୋ, ପ୍ରଭାସମ୍ରନ ସିଂ, ଭାନୁକା ରାଜପକ୍ସା, ଜିତେଶ ଶର୍ମା, ରାଜ ବାୱା, ଋଷି ଧୱନ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଅଥର୍ବା ଟାଇଡେ, ଅର୍ଶଦୀପ ସିଂ, ବାଲଟେଜ ସିଂ, ନାଥାନ୍ ଏଲିସ୍, କାଗିସୋ ରାବାଡା , ହରପ୍ରୀତ ବ୍ରା ।
    • ଛାଡିଲା: ମୟଙ୍କ ଅଗ୍ରୱାଲ, ଓଡିଆନ୍ ସ୍ମିଥ୍, ବୈଭବ ଆରୋରା, ବେନି ହାୱେଲ, ଇଶାନ ପୋରେଲ, ଅନଶ ପଟେଲ, ପ୍ରେରକ ମାନକଡ, ସନ୍ଦୀପ ଶର୍ମା, ରାଇଟିକ୍ ଚାଟାର୍ଜୀ ।

    କୋଲକାତା ନାଇଟ୍ ରାଇଡର୍ସ

    • ରଖିଲା: ଶ୍ରେୟସ୍ ଆୟର, ନିତୀଶ ରାଣା, ରହମାନୁଲ୍ଲା ଗୁରୁବାଜ, ଭେଙ୍କଟେଶ ଆୟର୍, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର, ଲକି ଫର୍ଗୁସନ୍, ଉମେଶ ଯାଦବ, ଟିମ୍ ସାଉଥୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ରିଙ୍କୁ ସିଂ ।
    • ଛାଡିଲା: ପ୍ୟାଟ୍ କମିନ୍ସ , ସାମ୍ ବିଲିଙ୍ଗସ୍, ଅମାନ୍ ଖାନ୍, ଶିବମ୍ ମାଭି, ମହମ୍ମଦ ନବୀ, ଚାମିକା କରୁଣାତ୍ନେ, ଆରୋନ୍ ଫିଞ୍ଚ, ଆଲେକ୍ସ ହାଲ୍ସ, ଅଭିଜିତ୍ ତୋମାର, ଅଜିଙ୍କ୍ୟ ରାହାନେ, ଅଶୋକ ଶର୍ମା, ବାବା ଇନ୍ଦ୍ରଜିତ୍, ପ୍ରତମ୍ ସିଂ, ରମେଶ ଜ୍ୟାକସନ, ଶେଲଡନ୍ ଜ୍ୟାକସନ ସଲାମ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+