ଆଇପିଏଲ ଅକ୍ସନ 2023: 10 ଟିମ୍, 405 ଖେଳାଳି ଆଉ 87 ସ୍ଲଟ୍; ଦେଖନ୍ତୁ ମେଗା ନିଲାମର ଟିକିନିକି ଅପଡେଟ୍
IPL 2023 Auction: ଆଇପିଏଲ 2023 ପାଇଁ ନିଲାମ ତାରିଖ ପାଖେଇ ଆସିଛି । ଏହି ବର୍ଷ ମିନି ନିଲାମ କୋଚିରେ ଅନୁଷ୍ଠିତ ହେବ । ଏଥିରେ 405 ଖେଳାଳି 87 ସ୍ଲଟ୍ ପାଇଁ ଭାଗ୍ୟ ପରୀକ୍ଷା କରିବେ । 10 ଟି ଦଳ ମଧ୍ୟରେ ସର୍ବୋତ୍ତମ ଖେଳାଳି ବାଛିବା ପାଇଁ ଯୁଦ୍ଧ ହେବ ।
IPL 2023 Auction: ଆଇପିଏଲ 2023 ପାଇଁ ନିଲାମ ତାରିଖ ପାଖେଇ ଆସିଛି । ଏହି ବର୍ଷ ମିନି ନିଲାମ କୋଚିରେ ଅନୁଷ୍ଠିତ ହେବ । ଏଥିରେ 405 ଖେଳାଳି 87 ସ୍ଲଟ୍ ପାଇଁ ଭାଗ୍ୟ ପରୀକ୍ଷା କରିବେ । 10 ଟି ଦଳ ମଧ୍ୟରେ ସର୍ବୋତ୍ତମ ଖେଳାଳି ବାଛିବା ପାଇଁ ଯୁଦ୍ଧ ହେବ ।

ବେନ୍ ଷ୍ଟୋକ୍ସ, ସାମ୍ କୁରନ୍, କ୍ୟାମେରନ୍ ଗ୍ରୀନ୍, କେନ୍ ୱିଲିୟମ୍ସନ୍ ଏବଂ ଜୋ ରୁଟ୍ ପରି ଅନେକ ହାଇ-ପ୍ରୋଫାଇଲ୍ ଖେଳାଳି ଚଳିତ ବର୍ଷ ପ୍ଲେୟାର ପୁଲ୍ ରେ ରହିଛନ୍ତି । ଆଇପିଏଲ ମିନି ଅକ୍ସନ ଦଳ ଗୁଡିକ ପାଇଁ ସେମାନଙ୍କ ଟିମରେ କିଛି ନୂଆ ଚେହେରା ଯୋଡିବାକୁ ଏକ ସୁଯୋଗ ପ୍ରଦାନ କରିଛି । ଟି-20 ବିଶ୍ୱକପ ଜିତିଥିବା ଇଂଲଣ୍ଡ ଦଳର ଅନେକ ତାରକା ଖେଳାଳି ଏଥିରେ ମହଙ୍ଗା ବିକ୍ରି ହେବେ ବୋଲି ଆଶା କରାଯାଉଛି । ଏଥିମଧ୍ୟରେ ହ୍ୟାରି ବ୍ରୁକ୍ ପରି ଯୁବ ତାରକା ଅନ୍ତର୍ଭୁକ୍ତ ଅଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ବଡ ପର୍ସ 42.25 କୋଟି ଟଙ୍କା ସହିତ ମିନି ନିଲାମରେ ପ୍ରବେଶ କରୁଥିବା ବେଳେ ପଞ୍ଜାବ କିଙ୍ଗ୍ସ 32.2 କୋଟି ଏବଂ ଲକ୍ଷ୍ନୌ ସୁପରଗିଆଣ୍ଟ 23.35 କୋଟି ଟଙ୍କା ସହିତ ମିନି ନିଲାମରେ ପ୍ରବେଶ କରିବ । ପର୍ସ ଦୃଷ୍ଟିରୁ ଏହି ଦୁଇ ଜଣ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି । ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ସେମାନଙ୍କ ପର୍ସରେ ମାତ୍ର 7.05 କୋଟି ଟଙ୍କା ଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସଙ୍କ ପାଖରେ 8.75 କୋଟି ଟଙ୍କା ରହିଛି ।
ଉଲ୍ଲେକଥାଉ କି, ଆଇପିଏଲ 2023 ର ମିନି ନିଲାମ ଭାରତୀୟ ସମୟ ଅପରାହ୍ନ 2:30 ରେ ଆରମ୍ଭ ହେବ । ମିନି ନିଲାମକୁ ସିଧା ପ୍ରସାରଣ ଆପଣ ଷ୍ଟାର୍ ସ୍ପୋର୍ଟସ୍ ଚ୍ୟାନେଲରେ ଦେଖି ପାରିବେ ।
କାହା ପାଖରେ କେତେ ବଜେଟ୍ ?
- ୧-ସନ ରାଇଜର୍ସ ହାଇଦ୍ରାବାଦ: ୪୨.୨୫ କୋଟି ଟଙ୍କା ରହିଥିବା ବେଳେ ଦଳ ସର୍ବାଧିକ ୧୩ ଜଣ ଖେଳାଳିଙ୍କୁ କିଣି ପାରିବ
୨-ପଞ୍ଜାବ କିଙ୍ଗସ: ୩୨.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ
୩-ଲକ୍ଷ୍ନୌ ସୁପର ଜିଆଣ୍ଟସ: ୨୩.୩୫ କୋଟି ଟଙ୍କା ଥିବା ବେଳେ ଦଳ ୧୦ ଜଣ ଖେଳାଳିଙ୍କୁ କିଣି ପାରିବ
୪-ମୁମ୍ବାଇ ଇଣ୍ଡିଆନ୍ସ: ୨୦.୫୫ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣ ଖେଳାଳିଙ୍କୁ କିଣି ପାରିବ
୫-ଚେନ୍ନାଇ ସୁପର କିଙ୍ଗସ: ୨୦.୪୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳି କିଣି ପାରିବ
୬-ଦିଲ୍ଲୀ କ୍ୟାପିଟାଲ୍ସ: ୧୯.୪୫ କୋଟି ଟଙ୍କା ଥିବା ବେଳେ ଦଳ ୫ ଜଣ ଖେଳାଳିଙ୍କୁ କିଣି ପାରିବ
୭-ଗୁଜରାଟ ଟାଇଟନ୍ସ: ୧୯.୨୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣ ଖେଳାଳିଙ୍କୁ କିଣି ପାରିବ
୮-ରାଜସ୍ଥାନ ରୟାଲ୍ସ: ୧୩.୨୦ କୋଟି ଟଙ୍କା ଥିବା ବେଳେ ଦଳ ୯ ଜଣଙ୍କୁ କିଣି ପାରିବ
୯-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ୮.୭୫ କୋଟି ଟଙ୍କା ଥିବା ବେଳେ ଦଳ ୭ ଜଣଙ୍କୁ କିଣି ପାରିବ
୧୦- କୋଲକାତା ନାଇଟ ରାଇଡର୍ସ: ୭.୦୫ କୋଟି ଟଙ୍କା ଥିବା ବେଳେ ଦଳ ୧୧ ଜଣଙ୍କୁ କିଣି ପାରିବ
ଦେଖନ୍ତୁ ଖେଳାଳିଙ୍କ ବେସ୍ ପ୍ରାଇସ୍ ତାଲିକା:
- ବେସ୍ ପ୍ରାଇସ ୨ କୋଟି: ନାଥନ କୁଲ୍ଟରନାଇଲ, କାମେରୁନ ଗ୍ରୀନ, ଡ୍ରାଭିସ ହେଡ, କ୍ରିସ ଲିନ, ଟମ ବାଣ୍ଟନ, ସାମ କୁରାନ, କ୍ରିସ ଜୋର୍ଡାନ, ଟାୟମଲ ମିଲ୍ସ, ଜାମି ଓଭରଟନ, କ୍ରେଗ ଓଭରଟନ, ଆଦିଲ ରଶିଦ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ଆଡାମ ମିଲନେ, ଜିମ୍ମି ନିଶୀମ, କେନ ୱିଲିୟମସନ, ରିଲି ରୁସୋ, ରସି ଭାନ ଡେର ଡୁସେନ, ଆଞ୍ଜେଲୋ ମାଥ୍ୟୁସ, ନିକୋଲ୍ସ ପୂରନ ଓ ଜାସନ ହୋଲ୍ଡର।
- ବେସ୍ ପ୍ରାଇସ ୧.୫ କୋଟି: ସେନ ଆବୋଟ, ରିଲେ ମେରେଡିଥ, ଝାଇ ରିଚାର୍ଡସନ, ଆଡାମ ଜାମ୍ପା, ସାକିବ ଅଲ ହାସନ, ହ୍ୟାରୀ ବ୍ରୁକ୍ସ, ୱିଲ ଜ୍ୟାକ୍ସ, ଡାୱିଡ ମଲାନ, ଜେସନ ରୟ, ଶେରଫନ ରଥରଫର୍ଡ।
- ବେସ ପ୍ରାଇସ ୧ କୋଟି: ମୟଙ୍କ ଅଗ୍ରୱାଲ, କେଦାର ଯାଦବ, ମନୀଷ ପାଣ୍ଡେ, ମହମ୍ମଦ ନବି, ମୁଜିବ ଉର ରହମନ, ମୋଜିସ ହେନରିକ୍ସ, ଆଣ୍ଡ୍ର୍ୟୁ ଟାଏ, ଜୋ ରୁଟ, ଲୁକ ଉଡ, ମିଚେଲ ବ୍ରେସୱେଲ, ମାର୍କ ଚାମ୍ପମାନ, ମାର୍ଟିନ ଗପ୍ଟିଲ, କାୟଲ ଜାମିସନ, ମ୍ୟାଟ ହେନରୀ, ଟମ ଲାଥମ, ଡାରେଲ ମିଚେଲ, ହେନିରିଚ କ୍ଲାସେନ, ତ୍ରାବାଇଜ ଶାମସି, କୁସଲ ପେରେରା, ରୋଷ୍ଟନ ଚେଜ୍, ରାଖୀମ କର୍ଣ୍ଣୱେଲ, ଶାଈ ହୋପ, ଅକେଲା ହୁସେନ ଓ ଡାଭିସ ଭିସା।












Click it and Unblock the Notifications