Get Updates
Get notified of breaking news, exclusive insights, and must-see stories!

କୋହଲିଙ୍କ ଶତକ ପରେ ଅନୁଷ୍କା କରିଥିଲେ ଭିଡିଓ କଲ୍‌: କହିଲେ ଏପରି କଥା...

ମୁମ୍ଵାଇ: ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ଆଇପିଏଲ୍ ମ୍ୟାଚରେ ଶତକ ହାସଲ କରିବା ପରେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଭିଡିଓ କଲ କରିଥିଲେ । ଯାହା ବେଶ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ଏହି ଭଲପାଇବା ଦେଖି ଫ୍ୟାନ୍ସ ପ୍ରଶଂସା କରିଛନ୍ତି ।

ଭିଡିଓ କଲରେ ଉଭୟ ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନୁଷ୍କା ବହୁତ ଖୁସି ଥିବାର ନଜର ଆସିଥିଲେ । ଏହା ପରେ ଅନୁଷ୍କା ଇନଷ୍ଟା ଷ୍ଟୋରୀ ବିରାଟଙ୍କୁ ବମ୍‌ ସହ ତୁଳନା କରିଥିଲେ । ଷ୍ଟୁଡିଓରୁ ଅନୁଷ୍କାଙ୍କ ସହ ବିରାଟଙ୍କ ଭିଡିଓ କଲର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକଙ୍କ ହୃଦୟ ଜିତୁଛି ।

Anushka Sharma

ସୂଚନାଥାଉ କି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍‌ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ଲେ ଅଫ ରେସରେ ଆଗୁଆ ରହିଛି । ୧୮୭ ରନ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଆରସିବି ବିରାଟଙ୍କ ଦମଦାର ବ୍ୟାଟିଂ ଯୋଗୁଁ ୧୯.୨ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ପାଇଥିଲା । ବିରାଟଙ୍କ ଶତକ ଯୋଗୁଁ ଆରସିବି ମ୍ୟାଚକୁ ସହଜରେ ଜିତି ନେଇଥିଲା ।

ଟାର୍ଗେଟକୁ ପିଛା କରି କୋହଲି ଏବଂ ଡୁ ପ୍ଲେସିସଙ୍କ ଓପନିଂ ଯୋଡି ଆରସିବି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୧୭୨ ରନ୍ ଯୋଡିଥିଲେ। ବିରାଟ ୧୨ ଟି ଚଉକା ଓ ୪ ଛକା ମାରି ୬୩ ବଲରେ ୧୦୦ ରନ୍ କରିଥିବାବେଳେ ଡୁପ୍ଲେସି ୭୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+