ଆଇପିଏଲ 2023: କାହା ମାଲିକାନାରେ କେଉଁ ଦଳ ? କେଉଁ ଫ୍ରାଞ୍ଚାଇଜର ବ୍ରାଣ୍ଡ୍ ଭାଲ୍ୟୁ କେତେ ?

ଏହି ଆର୍ଟିକିଲରେ, ଆମେ ସମସ୍ତ ଦଶଟି ଆଇପିଏଲ୍ ଦଳର ମାଲିକ ଓ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ଉପରେ ନଜର ପକାଇବା ।

IPL 2023

IPL Teams Owners List: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ (ଆଇପିଏଲ 2023) ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଭାରତରେ କ୍ରିକେଟ୍ ପର୍ବ ଭାବେ ପରିଗଣିତ ଆଇପିଏଲ 2023ର ପ୍ରଥମ ମ୍ୟାଚ ଆସନ୍ତା ମାର୍ଚ୍ଚ 31 ଖେଳାଯିବ । ଚେନ୍ନାଇ ସୁପର କିଙ୍ଗ୍ସ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସିଜିନର ପ୍ରଥମ ମ୍ୟାଚରେ ଚାମ୍ପିଅନ୍ସ ଗୁଜୁରାଟ ଟାଇଟାନ୍ସକୁ ଭେଟିବ । ମେ 28 ରେ ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବ ।

ତେବେ ଗତ ସିଜନରେ ପାରମ୍ପାରିକ ଆଠଟି ଦଳ ସହିତ ଗୁଜୁରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଭଳି ଦୁଇଟି ଦଳ ଯୋଡା ଯାଇଥିଲା । ଟାଇଟାନ୍ସ ଡେବ୍ୟୁ ଋତୁରେ ଟାଇଟଲ୍ ଉଠାଇଥିଲା । ଚଳିତ ଥର ମଧ୍ଯ ଦଶଟି ଦଳ ମହାସମରରେ ନିଜ ନିଜ ଶକ୍ତି ସାମର୍ଥ୍ୟ ଲଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ସୂଚନାଥାଉ କି, 2021ରେ ଆଇପିଏଲର ବ୍ରାଣ୍ଡ୍ ଭାଲ୍ୟୁ 4.7 ବିଲିୟନ ଡ଼ଲାର ଥିବା ବେଳେ 2022 ମସିହାରେ ଏହା ଲମ୍ବା ଲମ୍ଫ ମାରି 8.4 ବିଲିୟନ ଡ଼ଲାରରେ ପହଞ୍ଚିଥିଲା । ତେବେ ଏହି ମୋଟା ଅଙ୍କର ମୂଲ୍ୟ ଦ୍ବାରା ଆଇପିଏଲ ଓ ବିସିସିଆଇ ଉପକୃତ ହୋଇଥିବା ବେଳେ 10ଟି ଦଳ ମାନଙ୍କର ମଧ୍ୟ ବ୍ରାଣ୍ଡ୍ ଭାଲ୍ୟୁ ବଢିଛି । ତେବେ ଏହି ଆର୍ଟିକିଲରେ, ଆମେ ସମସ୍ତ ଦଶଟି ଆଇପିଏଲ୍ ଦଳର ମାଲିକ ଓ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ଉପରେ ନଜର ପକାଇବା ।

ଆଇପିଏଲ୍ ଦଳର ମାଲିକ

ଦଳ ନାମ ମାଲିକାନା
ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆୱିନ୍ ସ୍ପୋର୍ଟସ୍
ଚେନ୍ନାଇ ସୁପର କିଙ୍ଗ୍ସ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ୍ ଲିମିଟେଡ୍
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବାଙ୍ଗାଲୋର ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍
ଦିଲ୍ଲୀ କ୍ୟାପିଟାଲ୍ସ GMR ଗ୍ରୁପ୍ ଏବଂ JSW ଗ୍ରୁପ୍
କୋଲକାତା ନାଇଟ୍ ରାଇଡର୍ସ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଏବଂ ମେହେଟା ଗ୍ରୁପ୍
ରାଜସ୍ଥାନ ରୟାଲ୍ସ ମନୋଜ ବାଦଲେ, ଗେରି କାର୍ଡିନାଲେ, ଶିଳ୍ପା ଶେଟ୍ଟୀ
ଗୁଜୁରାଟ ଟାଇଟାନ୍ସ CVC କ୍ୟାପିଟାଲ୍ସ
ସନରାଇଜର୍ସ ହାଇଦ୍ରାବାଦ ସନ୍ ଟିଭି ନେଟୱାର୍କ
ପଞ୍ଜାବ କିଙ୍ଗ୍ସ ପ୍ରୀତି ଜିଣ୍ଟା, ମୋହିତ ବର୍ମନ୍, ନେସ୍ ୱାଡିଆ, କରନ୍ ପାଲ୍
ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସଞ୍ଜୀବ ଗୋଏଙ୍କାର RPSG ଗ୍ରୁପ୍

ଆଇପିଏଲ 2023 ଟିମ୍ ବ୍ରାଣ୍ଡ ଭାଲ୍ୟୁ ଏବଂ ସିଇଓ

ଆଇପିଏଲ ଦଳର ବ୍ରାଣ୍ଡ ମୂଲ୍ୟ ଉପରେ ନଜର ପକାନ୍ତୁ ଏବଂ ଯେଉଁମାନେ ସେମାନଙ୍କର ବର୍ତ୍ତମାନର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି-

ଟିମ୍ ବ୍ରାଣ୍ଡ୍ ଭାଲ୍ୟୁ (ମିଲିୟନ୍ ଡଲାରରେ) ସିଇଓ
ମୁମ୍ବାଇ ଇଣ୍ଡିଆନ୍ସ 83.00 -
ଚେନ୍ନାଇ ସୁପର କିଙ୍ଗ୍ସ 73.60 କାସି ବିଶ୍ୱନାଥନ୍
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 68.00 ପ୍ରଥମେଶ ମିଶ୍ର
ଦିଲ୍ଲୀ କ୍ୟାପିଟାଲ୍ସ 62.40 ସିଦ୍ଧାର୍ଥ ଭାସିନ୍
କୋଲକାତା ନାଇଟ୍ ରାଇଡର୍ସ

76.80

ଭେଙ୍କି ମାଇସୋର
ରାଜସ୍ଥାନ ରୟାଲ୍ସ 61.30 ଜେକେ ଲୁଶ୍ ମ୍ୟାକକର୍ମ୍
ଗୁଜୁରାଟ ଟାଇଟାନ୍ସ 47.40 ଅରବିନ୍ଦର ସିଂ
ସନରାଇଜର୍ସ ହାଇଦ୍ରାବାଦ 48.80 କେ ଶାନମୁଗମ୍
ପଞ୍ଜାବ କିଙ୍ଗ୍ସ 45.00 ସତୀଶ ମେନନ୍
ଲକ୍ଷ୍ନୌ ସୁପର ଜିଆଣ୍ଟସ୍ 31.80 ବିନୋଦ ବିଶ୍ୱାସ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+