ଆଇପିଏଲ 2023ରେ ପଶିଲା କରୋନା, ପଜିଟିଭ୍ ହେଲେ ଏହି କମେଣ୍ଟେଟର
Coronavirus In IPL 2023: ଆଇପିଏଲ 2023ରେ ପୁଣି ପଶିଲା କରୋନା । ପଜିଟିଭ୍ ହେଲେ ପ୍ରସିଦ୍ଧ ହିନ୍ଦୀ ଭାଷ୍ୟକାର ଆକାଶ ଚୋପ୍ରା ।
ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ଭିତରେ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କରୋନା ପଜିଟିଭ୍ ଖବର ଆସିଛି । ଏହି ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ପରେ ଷ୍ଟାଡିୟମରେ ଭରପୂର ସମର୍ଥକଙ୍କ ସହ ଏଥର ଆଇପିଏଲ ଖେଳା ଯାଉଛି ।

କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଆକାଶ ନିଜେ ଟୁଇଟ କରି ଜଣାଇଛନ୍ତି । ଆଉ କିଛି ଦିନ ମୁଁ କମେଂଟ୍ରି କରିପାରିବି ନାହିଁ । ଏପରିକି ୟୁଟ୍ୟୁବରେ ମଧ୍ୟ ଆପଣମାନଙ୍କ ସାମ୍ନାକୁ ଆସିପାରିବି ନାହିଁ ବୋଲି ସେ କହିଛନ୍ତି । ଗଳା ଖରାପ ଥିବାରୁ ତାଙ୍କ ସ୍ୱର ଠିକରେ ବାହାରି ପାରୁ ନାହିଁ ।
ତେବେ ଆକାଶଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । ତେବେ ସବୁକିଛି କଣ୍ଟ୍ରୋଲ ଭିତରେ ରହିବା ସହିତ ସେ ଖୁବଶୀଘ୍ର ଫେରିବେ ବୋଲି ସୂଚନା ଦେଇଛନ୍ତି ।












Click it and Unblock the Notifications