For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ 2022: କାହାକୁ ମିଳିବ ପ୍ଲେ-ଅଫ ଟିକେଟ୍ ? 4ର୍ଥ ସ୍ଥାନ ପାଇଁ 3 ଦଳ ମଧ୍ୟରେ ଟକ୍କର...

ପ୍ଲେ-ଅଫ ଦୌଡରେ ଗୋଟିଏ ଦଳ କ୍ୱାଲିଫାୟ କରି ସାରିଥିବା ବେଳେ ଅନ୍ୟ ଦୁଇ ଦଳର ପ୍ରାୟତଃ ଟିକେଟ୍ ପକ୍କା ହୋଇସାରିଛି । ଏପରି ସ୍ଥିତିରେ କେବଳ ଆଉ ଗୋଟିଏ ସ୍ଥାନ (4ର୍ଥ ସ୍ଥାନ) ପାଇଁ ଲଢେଇ ଜାରି ରହିଛି ।

|

IPL 2022 Playoffs Scenario: ଅନ୍ତିମ ପର୍ଯ୍ୟାୟରେ ଚଳିତ ଆଇପିଏଲ ସିଜିନ (ଆଇପିଏଲ 2022)ର ଲିଗ୍ ଷ୍ଟେଜ ଲଢେଇ । 70 ଟି ମଧ୍ୟରୁ 64ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆଉ 6ଟି ମ୍ୟାଚ୍ ବାକି ଅଛି । ଏହାପରେ ଆରମ୍ଭ ହେବ ପ୍ଲେ-ଅଫ ଫାଇଟ୍ । ତେବେ ପ୍ଲେ-ଅଫ ଦୌଡରେ ଗୋଟିଏ ଦଳ କ୍ୱାଲିଫାୟ କରି ସାରିଥିବା ବେଳେ ଅନ୍ୟ ଦୁଇ ଦଳର ପ୍ରାୟତଃ ଟିକେଟ୍ ପକ୍କା ହୋଇସାରିଛି । ଏପରି ସ୍ଥିତିରେ କେବଳ ଆଉ ଗୋଟିଏ ସ୍ଥାନ (4ର୍ଥ ସ୍ଥାନ) ପାଇଁ ଲଢେଇ ଜାରି ରହିଛି ।

ipl 2022 playoffs scenario

ସୂଚନାଯୋଗ୍ୟ ଯେ, ଗୁଜୁରାଟ ଟାଇଟାନ୍ସର ଦଳ 20 ପଏଣ୍ଟ ସହ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି |। ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ ଖେଳବା ଖେଳିବାକୁ ଥିବା ବେଳେ ଏବଂ ଉଭୟ ଦଳଙ୍କର 16-16 ପଏଣ୍ଟ ଖାତରେ ରହିଛି । ଫଳରେ ପ୍ଲେ-ଅଫ ଟିକେଟ୍ ପାଇଁ ଉଭୟ ଦଳର ବାକି ଥିବା ଶେଷ ମ୍ୟାଚରେ ବିଜୟ ଅନିବାର୍ଯ୍ୟ ହୋଇ ପଡିଛି । ଏପରି ସ୍ଥିତିରେ ଆସନ୍ତୁ ଜାଣିବା ବାକି 3ଟି ସ୍ଥାନ ପାଇଁ କଣ ରହିଛି ପ୍ଲେ-ଅଫ ସମୀକରଣ....

ଟପ୍-3 ପ୍ଲେ-ଅଫ ସମୀକରଣ:

ରାଜସ୍ଥାନ ରୟାଲ୍ସ: ଦଳର ନେଟ ରନରେଟ୍ ହାର ଅଧିକ ରହିଛି । ଦଳ ରବିବାର ଦିନ ଲକ୍ଷ୍ନୌକୁ ପରାସ୍ତ କରି ଆତ୍ମବିଶ୍ୱାସରେ ଭରପୁର ରହିଛି । ଆସନ୍ତା 20 ତାରିଖରେ ଦଳ ତାର ଶେଷ ମ୍ୟାଚରେ CSK ର ସାମ୍ନା କରିବ । ଯଦି ରାଜସ୍ଥାନ ଏହି ମ୍ୟାଚରେ ଏକ ବଡ ବ୍ୟାବଧାନରେ ପରାସ୍ତ ହେଉଛି, ତେବେ ଦଳର ନେଟ ରନ୍ ରେଟ୍ ଲକ୍ଷ୍ନୌ ଏବଂ ଆରସିବି ତଳେ ଆସି ଯିବ । ଏଥି ସହିତ ଆରସିବି ଦଳ ଯଦି ଗୁଜୁରାଟକୁ 70 ରୁ ଅଧିକ ରନରେ ପରାସ୍ତ କରୁଛି, ତେବେ ରାଜସ୍ଥାନ ଦଳକୁ ପ୍ଲେ-ଅଫ ଟିକେଟ୍ ମିଳିବା ମୁକ୍ସିଲ ହୋଇଯିବ ।

1
4-2022

ଲକ୍ଷ୍ନୌ ସୁପର ଜିଆଣ୍ଟସ୍: ଲଗାତାର ପରାଜୟ ହେତୁ ଲକ୍ଷ୍ନୌର ରନ୍ ହାର ହ୍ରାସ ପାଇଛି । ଆସନ୍ତା 18 ତାରିଖରେ କେକେଆର ବିପକ୍ଷରେ ପ୍ରାୟ 80 ରନରେ ହାରିଗଲେ ଦଳ ଟପ-3 ରେସ୍ ବାହାରେ ରହିପାରେ । ଅନ୍ୟପକ୍ଷରେ ଆରସିବି ଦଳ ଗୁଜୁରାଟକୁ 70 ରନରେ ପରାସ୍ତ କରିବାକୁ ପଡିବ ।

4ର୍ଥ ସ୍ଥାନ ପାଇଁ ଟକ୍କର:

ଅନ୍ୟପଟେ 4ର୍ଥ ସ୍ଥାନ ପାଇଁ ରେସରେ ରହିଛନ୍ତି 3 ଦଳ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର 14 ପଏଣ୍ଟ ସହ ଯଥାକ୍ରମେ 4ର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଫଳରେ ଦୁଇ ଦଳ ଗୋଟିଏ ଗୋଟିଏ ମ୍ୟାଚ ବାକି ଥିବା ବେଳେ 4ର୍ଥ ସ୍ଥାନ ପାଇଁ ଏମାନଙ୍କ ଭିତରେ ଲଢେଇ ଜୋରଦାର ହେବାକୁ ଯାଉଛି । ଯଦି ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ ଜିତିବାରେ ସକ୍ଷମ ହେଉଛନ୍ତି, ତେବେ ପ୍ଲେ-ଅଫ ଟିକେଟ୍ ପାଇଁ ନେଟ ରନରେଟର ଅଙ୍କ କଷା ଯିବ ।

ipl 2022 playoffs scenario

ସେହିପରି 4ର୍ଥ ସ୍ଥାନର ଲଢେଇରେ ଅନ୍ୟଏକ ଦାବିଦାର ଦଳ ସାଜିଛି କେକେଆର । ଯଦି ଦିଲ୍ଲୀ ଓ ଆରସିବି ଠୁ କେକେଆର ଦୁଇ ପଏଣ୍ଟ କମ ରହିଛି । ତଥାପି କେକେଆର କ୍ୱାଲିଫାୟ କରିବାର ସମ୍ଭାବନା ରହିଛି । 12 ପଏଣ୍ଟ ସହ 6ଷ୍ଠ ସ୍ଥାନରେ ଥିବା କେକେଆର ଯଦି ଶେଷ ମ୍ୟାଚ ଜିତିବାରେ ସକ୍ଷମ ହେଉଛି ଏବଂ ଦିଲ୍ଲୀ ଓ ଆରସିବି ଉଭୟ ଶେଷ ମ୍ୟାଚରେ ପରାସ୍ତ ହେଉଛନ୍ତି, ତେବେ ଯାଇ ଦଳକୁ ପ୍ଲେ-ଅଫ ଟିକେଟ ମିଳିବା ସମ୍ଭାବନା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ipl 2022 playoffs scenario
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X