Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2022: ପ୍ଲେ ଅଫ୍ ରେ ବର୍ଷା ହେଲେ କଣ ହେବ ମ୍ୟାଚ ଫଳାଫଳ; ଜାଣନ୍ତୁ, କଣ ରହିଛି ନିୟମ ?

ଯଦି ପ୍ଲେ-ଅଫ ମ୍ୟାଚ ବର୍ଷା ଯୋଗୁଁ ବାଧପ୍ରାପ୍ତ ହୁଏ । ତେବେ କଣ ହେବ ମ୍ୟାଚ ଫଳାଫଳ ? କେଉଁ ଟିମ୍ ଯିବ ଫାଇନାଲ ? କିଏ ଖେଳିବ କ୍ୱାଲିଫାୟର-2 ? କଣ ରହିଛି ଆଇପିଏଲର ପ୍ଲେ-ଅଫ ନିୟମ ?

କୋଲକତା: ମଙ୍ଗଳବାର ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ୍ 2022 ର ପ୍ରଥମ ପ୍ଲେ ଅଫ ଫାଇଟ୍ ( ଆଇପିଏଲ 2022, କ୍ୱାଲିଫାୟର-1) ଖେଳାଯିବ । ଉଭୟଙ୍କ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଯୋଗ୍ୟତା ମ୍ୟାଚ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ପାଣିପାଗ ରିପୋର୍ଟ ବିସିସିଆଇ ଓ ପ୍ରଶଂସକଙ୍କ ମୁଣ୍ଡବିନ୍ଧାକୁ ବଢାଇ ଦେଇଛି ।

IPL 2022 Playoffs

ବାସ୍ତବରେ ପଶ୍ଚିମବଙ୍ଗରେ କାଳବୈଶାଖୀର ବିପଦ ରହିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଷ୍ଟାଡିୟମରେ ମଧ୍ୟ ପାଣି ଠିଆ ହୋଇଛି ।
ଗତ ଶନିବାର ଦିନ ପ୍ରବଳ ବର୍ଷା ଫଳରେ ଇଡେନ ଗାର୍ଡେନ୍ସରେ ବଡ଼ କ୍ଷତି ହୋଇଥିବା ସୂଚନା ମିଳିଛି । କାଳବୈଶୀଖୀ ଯୋଗୁଁ
ଷ୍ଟାଡିୟମର ପ୍ରେସ୍ ବକ୍ସ ମଧ୍ୟ ନଷ୍ଟ ହୋଇଯାଇଛି ।

ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ, ଯଦି ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ପ୍ରଥମ ପ୍ଲେ-ଅଫ ମ୍ୟାଚ ବର୍ଷା ଯୋଗୁଁ ବାଧପ୍ରାପ୍ତ ହୁଏ । ତେବେ କଣ ହେବ ମ୍ୟାଚ ଫଳାଫଳ ? କେଉଁ ଟିମ୍ ଯିବ ଫାଇନାଲ ? କିଏ ଖେଳିବ କ୍ୱାଲିଫାୟର-2 ? କଣ ରହିଛି ଆଇପିଏଲର ପ୍ଲେ-ଅଫ ନିୟମ ? ଯାହାର ଉତ୍ତର ଆମେ ଆପଣଙ୍କୁ ଦେବୁ....

ଯଦି ପ୍ଲେ ଅଫ ମ୍ୟାଚ ବେଳେ ଏଭଳି କିଛି ସ୍ଥିତି ଉପୁଜେ । ତେବେ ସୁପର ଓଭର ସାହାଯ୍ୟରେ ବିଜେତା ଚୟନ କରାଯିବ । କାରଣ ପ୍ଲେ-ଅଫ ପାଇଁ କୌଣସି ରିଜର୍ଭ ଡେ ସ୍ଥିର ହୋଇନାହିଁ । ଅନ୍ୟପଟେ ଯଦି ସୁପର ଓଭର ଖେଳିବା ମଧ୍ୟ ସମ୍ଭ ନ ହେବ । ତେବେ ମ୍ୟାଚର ଫଳାଫଳ ପଏଣ୍ଟ ଟେବୁଲର ସ୍ଥାନ ଅନୁଯାଇ ଘୋଷଣା କରାଯିବ । ଅର୍ଥାତ କୌଣସି ପ୍ରକାରରେ ମ୍ୟାଚ ଖେଳିବା ସମ୍ଭବ ନ ହେଲେ ଗୁଜୁରାଟ ଟାଇଟନ୍ସ ଚଳିତ ଆଇପିଏଲ ସିଜନର ପ୍ରଥମ ଫାଇନାଲିଷ୍ଟ ହେବ । ସେହିପରି ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର-2 ଖେଳିବ ।

ସୂଚନଯୋଗ୍ୟ ଯେ, ଚଳିତ ଆଇପିଏଲର ଫାଇନାଲ ମ୍ୟାଚ ମେ ୨୯ରେ ହାଇଦ୍ରାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ରିଜର୍ଭ ଡେ ରହିଛି । ଫାଇନାଲ ମ୍ୟାଚ ପାଇଁ ସମୟ ପୂର୍ବରୁ ୭.୩୦ରୁ ୮କୁ ପରିବର୍ତ୍ତନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+