ଆଇପିଏଲ 2022: ଆରସିବିର ପ୍ରଥମ ବିଜୟ ସହ ହାସରଙ୍ଗାଙ୍କ ମୁଣ୍ଡରେ ପର୍ପଲ କ୍ୟାପ୍, ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି
ଆଇପିଏଲ୍ ଅପଡେଟ୍ ପଏଣ୍ଟ୍ ଟେବୁଲ୍ ବିଷୟରେ କହିବାକୁ ଗଲେ 6ଟି ଦଳ ସମାନ 2-2 ପଏଣ୍ଟ ପାଇଛନ୍ତି । କିନ୍ତୁ ନେଟ୍ ରନ୍ ହାର ଆଧାରରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସର ଦଳ ଶୀର୍ଷରେ ରହିଛି।
ନୂଆଦିଲ୍ଲୀ: ଫାଫ୍ ଡୁ ପ୍ଲେସିସଙ୍କ ନେତୃତ୍ୱାଧିନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି । ଆଇପିଏଲ 2022 ର ଷଷ୍ଠ ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସକୁ 3 ୱିକେଟରେ ପରାସ୍ତ କରିଛି ଆରସିବି । ଏହାପୂର୍ବରୁ ପଞ୍ଜାବ ବିପକ୍ଷରେ 200 ରୁ ଅଧିକ ସ୍କୋର କରିବା ସତ୍ତ୍ୱେ ଆରସିବିକୁ ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ସେପଟେ ଦୁଇଟି ମ୍ୟାଚ ଖେଳିଥିବା KKRର ଏହା ପ୍ରଥମ ପରାଜୟ । ଆରସିବି ତରଫରୁ ସ୍ପିନର ୱାନିନ୍ଦୁ ହାସରାଙ୍ଗା 4 କେକେଆର ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ। ହାସରଙ୍ଗାଙ୍କ ଚମତ୍କାର ବୋଲିଂ ପାଇଁ ତାଙ୍କୁ ପ୍ଲେୟାର୍ ଅଫ ଦ ମ୍ୟାଚ୍ ଭାବରେ ସମ୍ମାନିତ କରାଯାଇଥିଲା।

ଆଇପିଏଲ୍ ଅପଡେଟ୍ ପଏଣ୍ଟ୍ ଟେବୁଲ୍ ବିଷୟରେ କହିବାକୁ ଗଲେ 6ଟି ଦଳ ସମାନ 2-2 ପଏଣ୍ଟ ପାଇଛନ୍ତି । କିନ୍ତୁ ନେଟ୍ ରନ୍ ହାର ଆଧାରରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସର ଦଳ ଶୀର୍ଷରେ ରହିଛି। ରାଜସ୍ଥାନର ନେଟ୍ ରନ୍ ହାର ହେଉଛି (3.050) । ଦିଲ୍ଲୀ କ୍ୟାପିଟାଲ୍ସ (+0.914) ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଞ୍ଜାବ କିଙ୍ଗ୍ସ (0.697) ତୃତୀୟ ସ୍ଥାନରେ ଅଛି । ଗୁଜୁରାଟ ଟାଇଟାନ୍ସର ନେଟ୍ ରନ୍ ହାର 0.286 ରହିଛି । ଫଳରେ ସେ ଚତୁର୍ଥ ସ୍ଥାନରେ ଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ (0.093) ସହ ପାଞ୍ଚ ନମ୍ବରରେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (-0.048) ଷଷ୍ଠ ସ୍ଥାନରେ ରହିଛି ।

ସମ୍ପୂର୍ଣ୍ଣ ପଏଣ୍ଟ ଟେବୁଲ ଦେଖନ୍ତୁ ଏଠାରେ...
କେ.ଏଲ୍ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜଏଣ୍ଟସ୍, ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ, ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କେନ୍ ୱିଲିୟମସନଙ୍କ ଦଳ ଏପର୍ଯ୍ୟନ୍ତ ବିଜୟର ଖାତା ଖୋଲି ନାହାଁନ୍ତି। ଏହି ଦଳଗୁଡିକ ପ୍ରତ୍ୟେକ ଗୋଟିଏ ମ୍ୟାଚ୍ ଖେଳିଛନ୍ତି ।

ହାସରଙ୍ଗାଙ୍କ ମୁଣ୍ଡରେ ପର୍ପଲ କ୍ୟାପ୍
ଆଇପିଏଲର 15 ତମ ସିଜନରେ ସର୍ବାଧିକ ରନ୍ ସ୍କୋର କରିବାରେ ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଶୀର୍ଷରେ ଅଛନ୍ତି। ଡୁ ପ୍ଲେସିସ୍ 2 ମ୍ୟାଚରେ 93 ରନ୍ ସଂଗ୍ରହ କରିଛନ୍ତି । ଡୁ ପ୍ଲେସିସ୍ ବର୍ତ୍ତମାନ ତାଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ (କମଳା ଟୋପି) ପିନ୍ଧିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । କମଳା କ୍ୟାପ୍ ଦୌଡ଼ରେ ଇଶାନ୍ କିଶାନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ଏପର୍ଯ୍ୟନ୍ତ 81 ରନ୍ ସଂଗ୍ରହ କରିଥିବାବେଳେ ଆଡେନ ମାର୍କ୍ରାମ 57 ରନ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।

ଅନ୍ୟପଟେ ବୋଲିଂରେ ଆରସିବି ସ୍ପିନର ୱାନିନ୍ଦୁ ହାସରଙ୍ଗା କେକେଆର୍ ବିପକ୍ଷରେ 4 ୱିକେଟ୍ ନେଇ ପର୍ପଲ କ୍ୟାପ (ବାଇଗଣୀ ଟୋପି) କବଜା କରିଛନ୍ତି । ସେ 2ଟି ମ୍ୟାଚରେ 5 ୱିକେଟ୍ ନେଇଛନ୍ତି। ଏହି ତାଲିକାରେ ଉମେଶ ଯାଦବ 4 ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆକାଶଦୀପ 4 ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।












Click it and Unblock the Notifications