ଆଇପିଏଲ 2022: ଗୁଜୁରାଟ ବିଜୟ ପରେ ବିରାଟଙ୍କ ଆଗରେ ଆଣ୍ଠେଇଲେ ତେୱଟିଆ !
ବିଜୟ ପରେ ବିରାଟଙ୍କ ଆଗରେ ଆଣ୍ଠେଇଲେ ତେୱଟିଆ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟ ଟାଇଟାନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପରେ ।
ମୁମ୍ବାଇ: ବିଜୟ ପରେ ବିରାଟଙ୍କ ଆଗରେ ଆଣ୍ଠେଇଲେ ତେୱଟିଆ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟ ଟାଇଟାନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପରେ । ଆଇପିଏଲ 2022 ର 43 ତମ ମ୍ୟାଚ୍ ପରେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଛି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଆଗରେ ଆଣ୍ଠୁ ମାଡି ବସିଛନ୍ତି ଗୁଜୁରାଟ ବିଜର ହିରୋ ରାହୁଲ ତେୱଟିଆ । ଉଲ୍ଲେଖଥାଉ କି, ଉକ୍ତ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ RCB କୁ 6 ୱିକେଟରେ ପରାସ୍ତ କରିଛି । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାହୁଲ ତେୱଟିଆ 25 ବଲରୁ 43 ରନ୍ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ।

ଏହି ମ୍ୟାଚରେ ଆରସିବିର କୋହଲି ମଧ୍ୟ ଫର୍ମରେ ଦେଖା ଦେଇଥିଲେ ଏବଂ ସେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଦଳ ଜିତିବା ପାଇଁ ତାଙ୍କର ଅର୍ଦ୍ଧଶତକ ପର୍ଯ୍ୟାପ୍ତ ହୋଇନଥିଲା । ମ୍ୟାଚ୍ ପରେ କୋହଲି ଏବଂ ତେୱଟିଆଙ୍କ ଏକ ଫଟୋ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ସେମାନଙ୍କର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଥିଲା, ଯେଉଁଥିରେ କୋହଲି ଏକ ଚେୟାର ଉପରେ ଗୋଡ ଉପରେ ଗୋଡ ପକାଇ ବସିଥିବାର ଦେଖିବାକୁ ମିଳୁଛି ଏବଂ ତେୱଟିଆ ତାଙ୍କ ଆଗରେ ଆଣ୍ଠୁ ମାଡି ବସି କଥା ହେଉଛନ୍ତି ।
PoTM toh hai hi, par apne Rahul bhai 𝘧𝘢𝘯𝘣𝘰𝘺 𝘰𝘧 𝘵𝘩𝘦 𝘥𝘢𝘺 bhi hai 📸🤩#SeasonOfFirsts #AavaDe #GTvRCB pic.twitter.com/GRTPan4MsI
— Gujarat Titans (@gujarat_titans) April 30, 2022
ତେବେ ଏହି ଫଟୋରେ ଟ୍ରୋଲରମାନେ କୋହଲିଙ୍କୁ ପରିହାସ କରିଛନ୍ତି । କିଛି ଟ୍ବିଟର ଉପଭୋକ୍ତା ଲେଖିଛନ୍ତି ଯେ, କୋହଲି ତେୱାଟିଆଠୁ ଟିପ୍ସ ନେଉଛନ୍ତି ଯାହା ଦ୍ବାରା ସେ ତାଙ୍କ ଦକ୍ଷତାକୁ ବୃଦ୍ଧି କରିପାରିବେ।
ଏଥିସହିତ ଜଣେ ଉପଭୋକ୍ତା କହିଛନ୍ତି ଯେ ତେୱାଟିଆ କୋହଲିଙ୍କୁ ଟି-20 ରେ ଖେଳିବାକୁ ଶିଖାଉଛି। କୋହଲିଙ୍କ 53 ଟି ବଲରୁ 58 ରନର ଇନିଂସ ଆଧାରରେ ଆରସିବି ଗୁଜୁରାଟକୁ 171 ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଗୁଆରାଟ ତେୱଟିଆଙ୍କ ଇନିଂସ ଆଧାରରେ 19.3 ଓଭରରେ 4 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।












Click it and Unblock the Notifications