ଆଇପିଏଲ 2022: ଟସ ଜିତି ଫିଲ୍ଡି କରିବାକୁ ନିଷ୍ପତ୍ତି ନେଲେ କେନ୍

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ।

ପୁଣେ: ଆଇପିଏଲ 2022 ପଞ୍ଚମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ।

ipl 2022

ଏହା ପୂର୍ବରୁ ଉଭୟ ଦଳ ଆଇପିଏଲରେ 15 ଥର ମୁହାଁମୁହିଁ ହୋଇଛନ୍ତି। ଏହି ସମୟ ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦ 8 ଟି ମ୍ୟାଚ୍ ଜିତିଥିବାବେଳେ ରାଜସ୍ଥାନ ରୟାଲ୍ସ ଦଳ 7 ଟି ମ୍ୟାଚ୍ ଜିତିଛି । ରାଜସ୍ଥାନ ରୟାଲ୍ସ 2008 ମସିହାରେ ପ୍ରଥମ ଆଇପିଏଲ ଟାଇଟଲ୍ ଜିତିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ଦଳ 2016 ରେ ଡେଭିଡ ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହୋଇଥିଲା ।

  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, କେନ ୱିଲିୟମସନ (ଅଧିନାୟକ), ନିକୋଲାସ ପୁରାନ (ୱିକେଟକିପର), ଆଡେନ ମାର୍କ୍ରାମ, ଅବଦୁଲ ସମାଦ, ୱାଶିଂଟନ ସୁନ୍ଦର, ରୋମାରିଓ ଶେଖର, ଭୁବନେଶ୍ୱର କୁମାର, ଟି ନଟରାଜନ୍, ଉମରନ୍ ମଲିକ୍ ।
  • ରାଜସ୍ଥାନ ରୟାଲ୍ସ ଏକାଦଶ: ଜସ୍ୱଶୀ ଜସୱାଲ, ଜୋସ୍ ବଟଲର୍, ଦେବଦତ୍ତ ପାଡି଼କଲ, ସଞ୍ଜୁ ସାମସନ୍ (ଅଧିନାୟକ / ୱିକେଟକିପର), ଶିମ୍ରନ୍ ହେଟମିର୍, ରିୟାନ୍ ପାରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ନାଥାନ୍ କୁଲଟର-ନାଇଲ୍, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+