ଆଇପିଏଲ 2022: ସାମସନଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦ ଆଗରେ ୨୧୧ ରନ୍‌ର ଟାର୍ଗେଟ

ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ସାଙ୍ଗଙ୍କୁ ଅନ୍ୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ବିଶାଳ ୨୧୦ ରନ୍ କରିଛି। ଫଳରେ ଆଇପିଏଲ ସିଜନର ପ୍ରଥମ ମ୍ୟାଚ୍ ଜିତିବାକୁ ହାଇଦ୍ରାବାଦକୁ ୨୧୧ ରନର ଟାର୍ଗେଟ ମିଳିଛ

ପୁଣେ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଦମଦାର ବ୍ୟାଟିଂ କରିଛି। ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ସାଙ୍ଗଙ୍କୁ ଅନ୍ୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ବିଶାଳ ୨୧୦ ରନ୍ କରିଛି। ଫଳରେ ଆଇପିଏଲ ସିଜନର ପ୍ରଥମ ମ୍ୟାଚ୍ ଜିତିବାକୁ ହାଇଦ୍ରାବାଦକୁ ୨୧୧ ରନର ଟାର୍ଗେଟ ମିଳିଛି।

ipl 2022

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳୁଥିବା ରାଜସ୍ଥାନ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ ଅଭିଜ୍ଞ ଜସ୍‌ ବଟଲର ଓ ଯୁବ ବ୍ୟାଟିଂ ଷ୍ଟାର ଜଶଶ୍ବୀ ଜୟଶ୍ବାଲ । ଉଭୟ ପ୍ରଥମ ୱିକେଟ ଯୋଡିରେ ୫୮ ରନ୍‌ ଯୋଡିଥିଲେ । ବଟଲ୍‌ର ୨୮ ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହାୟତାରେ ୩୫ ରନ୍‌ର ଇଂନିସ ଖେଳିଥିଲେ । ସେହିପରି ଜୟଶ୍ବାଲ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ ଭାର ସମ୍ଭାଳିଥିଲେ କ୍ୟାପଟେନ ସଞ୍ଜୁ ସାମସନ ।ମାତ୍ର ୨୭ ବଲ୍‌ରୁ ୩ଟି ଚୌକା ଓ ୫ଟି ଛକା ସହାୟତାରେ ୫୫ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ସାମସନ । ଦେବଦତ୍ତ ପାଦିକ୍କଲ ୪୧ ଓ ରିଆନ ପରାଗ ୧୨ ରନ୍‌ କରିଥିଲେ । ଶେଷ ଭାଗରେ ୱେଷ୍ଟଇଣ୍ଡିଜ ପାୱରହିଟର ସିମ୍ରନ ହେଟମେୟର ୧୩୨ ବଲ୍‌ରୁ ଦ୍ରୁତ ୩୨ ରନ୍‌ର ଇଂନିସ ଖେଳିବା ପରେ ରାଜସ୍ଥାନ ୨୦୦ ରନ୍‌ ପାର୍‌ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଉମରାନ ଓ ନଟରାଜନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଶେଫର୍ଡ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+