SRH vs GT: ପ୍ରଥମେ ବ୍ୟାଟିଂ କରିବ ଗୁଜୁରାଟ୍, ଦୁଇ ଦଳରେ କୌଣସି ପରିବର୍ତ୍ତନ ନାହିଁ
ଆଜି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ମୁମ୍ବାଇ: ଆଇପିଏଲ୍ 2022 ର 21 ତମ ମ୍ୟାଚରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ରୋମାଞ୍ଚକର ଲଢେଇ ଦେଖଇବାକୁ ମିଳିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ କ୍ରମାଗତ ତିନିଟି ମ୍ୟାଚରେ ବିଜୟ ସହ ଆଗକୁ ବଢି ଚାଲିଛି ଏବଂ ହାଇଦ୍ରାବାଦ ବିପକ୍ଷରେ ଏହି ଯାତ୍ରା ଜାରି ରଖିବାକୁ ଚାହୁଁଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ସିଜିନର ପ୍ରଥମ ବିଜୟ ପଞ୍ଜିକରଣ କରିଛି।

ତେବେ ଆଜି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଡ୍ୟୁ ପାଇଁ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଜିଟି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆଜି ମ୍ୟାଚ ପାଇ ଦୁଇ ଦଳ ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି ।

ଗୁଜୁରାଟ ଟାଇଟାନ୍ସର ଶୁଭମାନ ଗିଲ, ରାହୁଲ ଟିଟିଆ ବହୁତ ଭଲ ଫର୍ମରେ ଅଛନ୍ତି । ଅନ୍ୟପକ୍ଷରେ ହାଇଦ୍ରାବାଦର ପ୍ରଥମ ବିଜୟରେ ହାଇଦ୍ରାବାଦ ଓପନର୍ ଅଭିଷେକ ଶର୍ମା ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ସେ 75 ରନର ଏକ ଇନିଂସ ଖେଳିଥିଲେ।
- ଗୁଜୁରାଟ ଟାଇଟାନ୍ସ ଏକାଦଶ: ମାଥ୍ୟୁ ୱେଡ, ଶୁବମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ ମିଲର, ରାହୁଲ ତେୱତିଆ, ଅଭିନବ ମନୋହର, ରସିଦ ଖାନ, ଲକି ଫର୍ଗୁସନ୍, ମହମ୍ମଦ ଶାମି, ଦର୍ଶନ ନାଲକଣ୍ଡେ ।
- ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଅଭିଷେକ ଶର୍ମା, କେନ ୱିଲିୟମସନ, ରାହୁଲ ତ୍ରିପାଠୀ, ନିକୋଲାସ ପୁରନ, ଆଡେନ ମାର୍କ୍ରାମ, ଶଶାଙ୍କ ସିଂ, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ମାର୍କୋ ଜନସନ, ଉମ୍ରାନ ମଲିକ, ଟି ନଟରାଜନ ।












Click it and Unblock the Notifications