Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2022: ନୂଆ ସିଜିନ ପାଇଁ ନୂଆ ଅଧିନାୟକ ଘୋଷଣା କଲା କେକେଆର

କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କୁ ସେମାନଙ୍କର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି । କେକେଆର ବୁଧବାର ଏହି ଘୋଷଣା କରିଛି । ଆଇପିଏଲ ନିଲାମରେ କେକେଆର ଶ୍ରେୟସ୍ ଆୟରଙ୍କ ଉପରେ 12.25 କୋଟି ଟଙ୍କା ଦେବା ମାତ୍ରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ, ଟିମ୍

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କୁ ସେମାନଙ୍କର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି । କେକେଆର ବୁଧବାର ଏହି ଘୋଷଣା କରିଛି । ଆଇପିଏଲ ନିଲାମରେ କେକେଆର ଶ୍ରେୟସ୍ ଆୟରଙ୍କ ଉପରେ 12.25 କୋଟି ଟଙ୍କା ଦେବା ମାତ୍ରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ, ଟିମ୍ ଇଣ୍ଡିଆର ଏହି ଉଦୀୟମାନ ତାରକାଙ୍କୁ ଏକ ବଡ ଦାୟିତ୍ବ ମିଳିବାକୁ ଯାଉଛି । ଶ୍ରେୟସ ଆୟର ବର୍ତ୍ତମାନ କେବଳ କେକେଆରର ସବୁଠାରୁ ଦାମୀ କ୍ରିକେଟର ହୋଇପାରି ନାହାଁନ୍ତି, ବରଂ ତାଙ୍କୁ ଅଗ୍ରଣୀ କରିବାର ସମ୍ମାନ ମଧ୍ୟ ମିଳିଛି ।

KKR

କୋଲକାତା ନାଇଟ୍ ରାଇଡର୍ସ ଦଳ ଦୁଇଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି। ସେ 2012 ରେ ପ୍ରଥମ ଥର ପାଇଁ ଏବଂ 2014 ରେ ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଥିଲେ । ଉଭୟ ଥର ଗୌତମ ଗମ୍ଭୀର ଦଳର ଅଧିନାୟକ ଥିଲେ। ଗୌତମ ଗମ୍ଭୀରଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିନାୟକ କେକେଆରକୁ ଟାଇଟଲ୍ ଦେବାରେ ସକ୍ଷମ ହୋଇନାହାଁନ୍ତି।

କୋଲକାତା ନାଇଟ୍ ରାଇଡର୍ସର ପ୍ରଥମ ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି । 2008 ମସିହାରେ ଯେତେବେଳେ ଆଇପିଏଲ୍ ଆରମ୍ଭ ହୋଇଥିଲା, ସେତେବେଳେ ଶାହାରୁଖ ଖାନ୍-ଜୁହି ଚାୱାଲାଙ୍କ ଦଳ ଦାଦାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିଥିଲେ । ତେବେ ପ୍ରଥମ ବର୍ଷରେ, ଏହି ଦଳ ଆଶା ପୂରଣ କରି ପାରିନଥିଲା । ଏହା ପରେ, 2009 ରେ, ନ୍ୟୁଜିଲ୍ୟାଣ୍ଡର ବ୍ରାଣ୍ଡନ୍ ମ୍ୟାକକୁଲମ୍ କେକେଆରର ଅଧିନାୟକ ହୋଇଥିଲେ।

ମ୍ୟାକକୁଲମ୍ ମଧ୍ୟ KKRକୁ ଟାଇଟଲ୍ ଆଣି ଦେଇ ପାରିଲେ ନାହିଁ । ଏହା ପରେ ଗୌତମ ଗମ୍ଭୀରଙ୍କୁ ଦଳର ତୃତୀୟ ଅଧିନାୟକ କରାଯାଇଥିଲା। ଏହି 3ଜଣଙ୍କ ବ୍ୟତୀତ ଦିନେଶ କାର୍ତ୍ତିକ ଏବଂ ଇଏନ୍ ମୋର୍ଗାନ୍ ମଧ୍ୟ ଦଳର ଅଧିନାୟକ ରହିଛନ୍ତି। ଗତ ବର୍ଷ ମୋର୍ଗାନଙ୍କ ଅଧିନାୟକତ୍ୱରେ କେକେଆର ଦଳ ଫାଇନାଲରେ ପ୍ରବେଶ କରିଥିଲା।

  • କୋଲକାତା ନାଇଟ୍ ରାଇଡର୍ସ ଫୁଲ୍ ସ୍କ୍ୱାର୍ଡ: ଶ୍ରେୟସ ଆୟର (କ୍ୟାପଟେନ), ଭେଙ୍କଟେଶ ଆୟର, ନୀତୀଶ ରାଣା, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, ଅଜିଙ୍କ୍ୟ ରାହାଣେ, ଆଲେକ୍ସ ହାଲ୍ସ, ସାମ୍ ବିଲିଙ୍ଗସ୍, ମହମ୍ମଦ ନବି, ଚାମିକା କରୁଣାରାତ୍ନେ, ଟିମ୍ ସାଉଦୀ , ଉମେଶ ଯାଦବ, ରିଙ୍କୁ ସିଂ, ଅନୁକୁଲ ରାୟ, ରସିଖ ସଲାମ, ଶେଲଡନ ଜ୍ୟାକସନ, ବାବା ଇନ୍ଦରଜିତ, ଅଭିଜିତ ତୋମାର, ପ୍ରଥମ ସିଂ, ଅଶୋକ ଶର୍ମା, ରମେଶ କୁମାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+