IPL 2022, RR vs RCB: ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2022 ର 13 ତମ ମ୍ୟାଚ୍ ମଙ୍ଗଳବାର (ଏପ୍ରିଲ 5) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆରମ୍ଭ ହୋଇଛି ।
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2022 ର 13 ତମ ମ୍ୟାଚ୍ ମଙ୍ଗଳବାର (ଏପ୍ରିଲ 5) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆରମ୍ଭ ହୋଇଛି । ବାଙ୍ଗାଲୋର ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ୱାଙ୍ଖଡେ ଷ୍ଟାଡିୟମରେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

ଫାଫ୍ ଡୁ ପ୍ଲେସିସ୍ ନେତୃତ୍ୱାଧୀନ ବାଙ୍ଗାଲୋର ଏହି ସିଜନରେ ଦୁଇଟି ମ୍ୟାଚ୍ ଖେଳିଛି । ବାଙ୍ଗାଲୋରର ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ହୋଇଥିଲା । ଯେଉଁଥିରେ ସେମାନେ 5 ୱିକେଟରେ ପରାଜୟ ପାଇଥିଲେ। ତା'ପରେ କୋଲକାତା ନାଇଟ୍ ରାଇଡର୍ସର ସମ୍ମୁଖୀନ ହୋଇଥିଲେ । ସେ ଏହି ମ୍ୟାଚକୁ 3 ୱିକେଟରେ ଜିତିଥିଲେ।
- ରାଜସ୍ଥାନ ରୟାଲ୍ସ ଏକାଦଶ: ଜୋସ୍ ବଟଲର୍, ଯଶସ୍ୱୀ ଜସୱାଲ, ଦେବଦତ୍ତ ପାଡିକ୍କାଲ୍, ସଞ୍ଜୁ ସାମସନ୍ (ଅଧିନାୟକ/ୱିକେଟକିପର), ଶିମ୍ରନ୍ ହେଟମିର୍, ରିୟାନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ନବଦୀପ ସାଇନି, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜଭେନ୍ଦ୍ର ଚହଲ ।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଦିନେଶ କାର୍ତ୍ତିକ (ୱିକେଟକିପର), ଶେରଫେନ ରାଉଟରଫୋର୍ଡ, ଶାହବାଜ ଅହମ୍ମଦ, ୱାନେନ୍ଦୁ ହାସରଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ।












Click it and Unblock the Notifications