ଆଇପିଏଲ 2022: ଲକ୍ଷ୍ନୌ ଆଗରେ 179 ରନର ଟାର୍ଗେଟ

ଆଜି ଖେଳାଯାଉଥିବା ଆଇପିଏଲ 2022ର 63ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 179 ରନର ଟାର୍ଗେଟ ଦେଇଛି ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍‌ରେ 6 ୱିକେଟ ହରାଇ 178 ରନ୍‌ କରିଛି।

ମୁମ୍ବାଇ: ଆଜି ଖେଳାଯାଉଥିବା ଆଇପିଏଲ 2022ର 63ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 179 ରନର ଟାର୍ଗେଟ ଦେଇଛି ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍‌ରେ 6 ୱିକେଟ ହରାଇ 178 ରନ୍‌ କରିଛି। ଦଳ ପକ୍ଷରୁ ଜଶ୍ୱସୀ ଜସୱାଲ ସର୍ବାଧିକ 41 ରନ୍‌ କରିଥିବା ବେଳେ ଦେବଦତ୍ତ ପାଡିକ୍କଲ 39 ଓ ଅଧିନାୟକ ସଞ୍ଜୁ ସାମସନ 32 ରନ୍‌ର ଇନିଂସ ଖେଳିଛନ୍ତି।

IPL 2022, RR vs LSG

ଅନ୍ୟପଟେ ପର୍ପଲ କ୍ୟାପ ହୋଲ୍ଡର ଜୋଶ ବଟଲର ମାତ୍ର 2 ରନ୍‌ କରି ଆଭେଶ ଖାନଙ୍କ ବଲରେ କ୍ଲିନବୋଲ୍ଡ ହୋଇଛନ୍ତି ।
ପଏଣ୍ଟ ଟେବୁଲର 3ୟ ସ୍ଥାନରେ ଥିବା ରାଜସ୍ଥାନ ପାଇଁ ଆଜି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ତେବେ ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ 2ଟି ୱିକେଟ ନେଇଥିବା ବେଳେ ବଦୋନି, ଆଭେଶ ଖାନ ଓ ହୋଲ୍ଡର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+