ଆଇପିଏଲ 2022: ରାଜସ୍ଥାନ ଆଗରେ 193 ରନର ବିଜୟ ଲକ୍ଷ୍ୟ ରଖିଲା ଗୁଜୁରାଟ୍

20 ଓଭରରେ 4 ଟି ୱିକେଟ୍ ହରାଇ ଗୁଜୁରାଟ 192 ରନ୍ ସଂଗ୍ରହ କରି ରାଜସ୍ଥାନ ରୟାଲ୍ସକୁ 193 ରନର ବିଜୟ ଲକ୍ଷ୍ୟ ଦେଇଛି ।

ମୁମ୍ବାଇ: ଆଇପିଏଲର ଚଳିତ ସିଜନର 24 ତମ ମ୍ୟାଚ୍ ପୂର୍ବତନ ଚାମ୍ପିଅନ୍ ରାଜସ୍ଥାନ ରୟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ମୁମ୍ବାଇର ଡିଏ ପାଟିଲ ଷ୍ଟାଡିୟମରେ ଟସ୍ ଜିତି ଗୁଜୁରାଟ ଟାଇଟାନ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। 20 ଓଭରରେ 4 ଟି ୱିକେଟ୍ ହରାଇ ଗୁଜୁରାଟ 192 ରନ୍ ସଂଗ୍ରହ କରି ରାଜସ୍ଥାନ ରୟାଲ୍ସକୁ 193 ରନର ବିଜୟ ଲକ୍ଷ୍ୟ ଦେଇଛି ।

IPL 2022, RR vs GT

କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଦଳ ପାଇଁ ସର୍ବାଧିକ 87 ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ସେ 52 ବଲରେ 8 ଚୌକା ଓ 4 ଛକା ମାରିଥିଲେ । ତାଙ୍କ ବ୍ୟତୀତ ଅଭିନାଭ ମନୋହର 4 ଟି ଚୌକା ଓ 2 ଛକା ସହାୟତାରେ 28 ବଲରେ 43 ରନ୍ ସଂଗ୍ରହ କରିଥିଲେ। ଡେଭିଡ ମିଲର ମଧ୍ୟ 31 ରନ୍ ଯୋଗଦାନ କରି ଅପରାଜିତ ରହିଥିଲେ। 14 ବଲରେ ଅପରାଜିତ ଇନିଂସରେ ମିଲର୍ 5 ଚୌକା ଓ ଗୋଟିଏ ଛକା ମାରିଥିଲେ । ରାଜସ୍ଥାନ ପାଇଁ କୁଲଦୀପ ସେନ୍, ୟୁଜଭେନ୍ଦ୍ର ଚହଲ ଏବଂ ରିୟାନ୍ ପାରାଗ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ଗୁଜୁରାଟର ପ୍ରଥମ ୱିକେଟ୍ ଭାବେ ମାଥ୍ୟୁ ୱେଡ ପାଭିଲିଅନ ଫେରିଥିଲେ । ଯିଏ ବ୍ୟକ୍ତିଗତ ସ୍କୋରରେ 12 ରନ୍ କରିଥିଲେ। ଏହା ପରେ କୁଲଦୀପ ସେନ୍ ବିଜୟ ଶଙ୍କରଙ୍କୁ ସଞ୍ଜୁ ସାମସନଙ୍କ ହାତରେ ୱିକେଟ୍ ପଛରେ ଧରାଇ ଥିଲେ। ଶିମ୍ରନ୍ ହେଟମିୟରଙ୍କ ଦ୍ୱାରା ରିୟାନ୍ ପାରାଗ ଶୁଭମନ ଗିଲ ପାଭିଲିୟନକୁ ପଠାଇଥିଲେ ।

ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲ 2022 ଟେବୁଲରେ ଶୀର୍ଷରେ ଅଛି । ସେ 4 ଟି ମ୍ୟାଚ ମଧ୍ୟରୁ 3 ଟି ଜିତିଛନ୍ତି ଏବଂ ନେଟ୍ ରନ୍ ହାର ହେତୁ ଟେବୁଲ୍ ଟପ୍ପର । ଏଥି ସହିତ ଗୁଜୁରାଟ ଟାଇଟାନ୍ସ ମଧ୍ୟ 4 ଟି ମ୍ୟାଚ ମଧ୍ୟରୁ 3 ଟି ଜିତିଛି । କିନ୍ତୁ ନେଟ ରନ୍ ହାର ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ 5 ନମ୍ବରରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+