ଆଜି ଓପନ କରିବେ ବିରାଟ କୋହଲି
ଆଜି (ମଙ୍ଗଳବାର) ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା 39ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଓପନ କରିବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପୂର୍ବତନ ଅଧିନାୟକ ବିରାଟ କୋହଲି ।
ମୁମ୍ବାଇ: ଆଜି (ମଙ୍ଗଳବାର) ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା 39ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଓପନ କରିବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପୂର୍ବତନ ଅଧିନାୟକ ବିରାଟ କୋହଲି । ଅଧିନାୟକ ଫାପ୍ ଡୁ ପ୍ଲେସିସଙ୍କ ସହ ବିରାଟ ଓପନ କରିବେ ବୋଲି ଆରସିବିର ଟ୍ବିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଆରସିବି ଅଧିନାୟକ ଡୁ ପ୍ଲେସିସ୍ କହିଛନ୍ତି, ବାମହାତୀ ଅନୁଜ ରାୱତଙ୍କୁ ବେଞ୍ଚ ବସାଇ ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ସୁଯୋଗ ଦିଆଯାଇଛି । ସୂଚନାଥାଉ କି, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2022 ରେ ରାୱତ ଅଧିନାୟକ ଡୁ ପ୍ଲେସିସଙ୍କ ସହ ଆରସିବି ପାଇଁ ଓପନ କରୁଥିଲେ ।
Virat Kohli to open the batting with Faf! 🥳🥳🥳🥳#PlayBold #WeAreChallengers #IPL2022 #Mission2022 #RCB #ನಮ್ಮRCB #RCBvRR
— Royal Challengers Bangalore (@RCBTweets) April 26, 2022
ଚଳିତ ଆଇପିଏଲ ଋତୁରେ ବିରାଟଙ୍କ ବ୍ୟାଟ୍ରୁ ଉଲ୍ଲେଖନୀୟ ସ୍କୋର ଦେଖିବାକୁ ମିଳିନାହିଁ । ଆଇପିଏଲ 2022 ର 8ଟି ମ୍ୟାଚରୁ ହାରାହାରି 17 ରନ ସହ ବିରାଟ ମୋଟ 119 ରନ ସଂଗ୍ରହ କରିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ସର୍ବାଧିକ 48 ରନ ସ୍କୋର କରିଥିଲେ ବିରାଟ ।












Click it and Unblock the Notifications