ଆଇପିଏଲ 2022: ପୂର୍ବତନ ଦଳ ହାଇଦ୍ରାବାଦକୁ ପରାଜୟର ସ୍ୱାଦ ଚଖାଇଲେ ରସିଦ-ସାହା
ଆଇପିଏଲ 2022 ର 40 ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ 5 ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟାନ୍ସ । ଖେଳିଥିବା 8ଟି ମ୍ୟାଚରୁ 7ଟି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ବସିଛଇ ଗୁଜୁରାଟ ।
ମୁମ୍ବାଇ: ଆଇପିଏଲ 2022 ର 40 ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ 5 ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟାନ୍ସ । ଖେଳିଥିବା 8ଟି ମ୍ୟାଚରୁ 7ଟି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ବସିଛଇ ଗୁଜୁରାଟ । ଶେଷ ବଲରେ ଛକା ମାରି ରସିଦ ଗୁଜୁରାଟକୁ ଏହି ବିଜୟ ଭେଟି ଦେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ 6 ୱିକେଟ୍ ପାଇଁ 195 ସ୍କୋର କରିଥିଲା। ଅଭିଷେକ ଶର୍ମା ଏବଂ ଆଡେନ ମାର୍କ୍ରାମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଜବାବରେ ଗୁଜୁରାଟ ଟାଇଟାନ୍ସ 20 ଓଭରରେ 5 ୱିକେଟ୍ ନେଇ ଲକ୍ଷ୍ୟ ହାସଲ କରିଛି। ଦଳ ପାଇଁ ରିଦ୍ଧିମାନ ସାହା, ରାହୁଲ ତେୱାଟିଆ ଏବଂ ରସିଦ ଖାନ ଭଲ ବ୍ୟାଟିଂ କରିଥିଲେ।
ଟାର୍ଗେଟକୁ ଗୋଡ଼ାଇ ଗୁଜୁରାଟ ଟାଇଟାନ୍ସ ବହୁତ ଆକ୍ରମଣାତ୍ମକ ଭାବରେ ଆରମ୍ଭ କରିଥିଲା। 7.4 ଓଭରରେ ପ୍ରଥମ ୱିକେଟ୍ ପାଇଁ ରିଦ୍ଧିମାନ ସାହା ଏବଂ ଶୁବମାନ ଗିଲ 69 ରନ୍ ଯୋଡିଥିଲେ। 24 ଟି ବଲରୁ ଗିଲ 22 ରନ୍ କରି ଉମ୍ରାନ ମଲିକଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହା ପରେ ପାଣ୍ଡ୍ୟା ଏକ ବଡ଼ ଇନିଂସ ଖେଳି ପାରିନଥିଲେ। ସେ 6 ଟି ବଲରେ 10 ରନ୍ ସ୍କୋର କରି ଉମ୍ରାନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ସେ 2 ଟି ଚୌକା ମାରିଥିଲେ। ରିଦ୍ଧିମାନ ସାହା 38 ବଲରେ 68 ରନ୍ ସଂଗ୍ରହ କରିଥିଲେ।

ତେବେ ଗୁଜୁରାଟ ଟାଇଟାନ୍ସକୁ ଶେଷ 24 ବଲରେ 56 ରନ୍ ସ୍କୋର ଆବଶ୍ୟକ ଥିଲା । ତେବେ ରାହୁଲ ତେୱଟିଆ ଏବଂ ରସିଦ ଖାନ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ। 19 ତମ ଓଭରରେ ଟି ନାଟରାଜନ୍ 13 ରନ୍ ଦେଇଥିଲେ। ବର୍ତ୍ତମାନ ଦଳକୁ 6 ଟି ବଲରେ 22 ରନ୍ ଆବଶ୍ୟକ ଥିଲା । ମାର୍କୋ ୟେନସନଙ୍କ ପ୍ରଥମ ବଲରୁ ତେୱାଟିଆ ଏକ ଚମତ୍କାର ଛକା ମାରିଥିଲେ। ବର୍ତ୍ତମାନ 5 ଟି ବଲରୁ 16 ରନ୍ ଆବଶ୍ୟକ ଥିଲା | ଦ୍ୱିତୀୟ ବଲରେ ତେୱାଟିଆ ଏକ ରନ୍ ନେଇଥିଲେ। ରସିଦ ତୃତୀୟ ବଲରେ ଛକା ମାରିଥିଲେ। ବର୍ତ୍ତମାନ 3 ଟି ବଲରେ 9 ରନ୍ ସ୍କୋର କରିବାକୁ ଆବଶ୍ୟକ ଥିଲା । ଚତୁର୍ଥ ବଲରେ କୌଣସି ରନ୍ ସ୍କୋର ହୋଇନଥିଲା। 5 ମ ବଲରେ ପୁଣି ଏକ ଛକା ହିଟ୍ କରିଥିଲେ ରସିଦ । ବର୍ତ୍ତମାନ ଗୋଟିଏ ବଲରେ 3 ରନ୍ ସ୍କୋର ଆବଶ୍ୟକ ଥିଲା । ତେବେ ରସିଦ ଶେଷ ବଲରେ ଛକା ମାରି ବିଜୟ ନିଶ୍ଚିତ କରିଥିଲେ ।












Click it and Unblock the Notifications