ଆଇପିଏଲ 2022: ଟସ ଜିତିଲେ ସଞ୍ଜୁ, ପ୍ରଥମେ ବ୍ୟାଟିଂ କରିବ କୋହଲିଙ୍କ ଦଳ
ଆଇପିଏଲ 2022 ର ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ତେବେ ମ୍ୟାଚରେ ଟସ୍ ଜିତି ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ।
ଅହମ୍ମଦାବାଦ: ଆଇପିଏଲ 2022 ର ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ତେବେ ମ୍ୟାଚରେ ଟସ୍ ଜିତି ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ।

ତେବେ ଆଜି ମ୍ୟାଚର ବିଜୟୀ ଦଳ ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ। ଏଲିମିନେଟରରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆରସିବିର ରଜତ ପାଟିଦାରଙ୍କ ଉପରେ ଆଜି ସମସ୍ତଙ୍କର ନଜର ରହିଛି । ଉଭୟ ଦଳର ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ ।

- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲୋମର, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିନ୍ଦୁ ହାସରଙ୍ଗା, ହର୍ଷଲ ପଟେଲ, ଜୋଶ ହେଜଲଉଡ, ମହମ୍ମଦ ସିରାଜ ।
- ରାଜସ୍ଥାନ ରୟାଲ୍ସ ଏକାଦଶ: ୟଶ୍ୱସୀ ଜସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ, ଦେବଦତ୍ତ ପାଡିକ୍କଲ, ଶିମ୍ରନ୍ ହେଟମିୟର, ରିୟାନ୍ ପରାଗ, ଆର ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଓବାଇ ମ୍ୟାକକୋଇ, ୟୁଜଭେନ୍ଦ୍ର ଚହଲ ।












Click it and Unblock the Notifications