ଆଇପିଏଲ 2022: ଆଜି ରୟାଲ ଲଢେଇ; କାହାର କଟିବ ଫାଇନାଲ ଟିକେଟ୍, ବାଙ୍ଗାଲୋର ନା ରାଜସ୍ଥାନ
ଆଜି ଆଇପିଏଲ 2022ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ।
ଅହମ୍ମଦାବାଦ: ଆଜି ଆଇପିଏଲ 2022ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର । ପ୍ରଥମ ଆଇପିଏଲ ଟ୍ରଫିର ସ୍ୱପ୍ନରେ ଆରସିବି ଆଜି ଲଢେଇ କରିବ । ସେପଟେ ପ୍ରଥମ ଚାମ୍ପିଅନ ରାଜସ୍ଥାନ ମଧ୍ୟ ଜି ଜାନ୍ ଲଗାଇ ଦେବ ।

ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସ ପ୍ରଥମ ଟିମ ଭାବେ ଫାଇନାଲରେ ପହଞ୍ଚିସାରିଛି । ସେହିପରି ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା ବାଙ୍ଗାଲୋର । ସେହି ମ୍ୟାଚରେ ନିଜ ଆଇପିଏଲ କ୍ୟାରିୟରରେ ଶ୍ରେଷ୍ଠ ପାଳି ଖେଳିଥିବା ରଜତ ପଟିଦାରଙ୍କ ଉପରେ ମଧ୍ୟ ଆଜି ସମସ୍ତଙ୍କ ନଜର ରହିବ । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳି ମ୍ୟାଚ୍ ଜିତାଇ ଥିଲେ ରଜତ ପଟିଦାର ।
ସେପଟେ ରାଜସ୍ଥାନ ପାଇଁ ଜୋସ୍ ବଟଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଧିନାୟକ ସଞ୍ଜୁ ସାମସନଙ୍କୁ ମଧ୍ୟ ନିଜ ଫର୍ମ ସଜାଡିବାକୁ ପଡ଼ିବ । ଅଶ୍ୱିନ, ଚହଲଙ୍କ ପରି ବୋଲର ଥିବାରୁ ସ୍ପିନ୍ ବିଭାଗରେ ଆରସିବିଠାରୁ ରାଜସ୍ଥାନର ପଲ୍ଲା ଭାରି ରହିବ । ଲିଗ ମ୍ୟାଚରେ ଦୁଇ ଦଳ ପରସ୍ତରକୁ ୨ ଥର ଭେଟିଥିଲେ । ଦୁଇଟି ଯାକ ମ୍ୟାଚ ଜିତିଥିଲା ରାଜସ୍ଥାନ । ଫଳରେ ଆଜି ଲଢେଇ ଦମଦାର ହେବକୁ ଯାଉଛି ।












Click it and Unblock the Notifications