ଆଇପିଏଲ 2022: ଆଜି ପଞ୍ଜାବ-ଗୁଜୁରାଟ୍ ମୁକାବିଲା, ବିଜୟ ଭୋକରେ ଲଢିବେ ଦୁଇ ଦଳ
ଆଇପିଏଲ2022ର 15ତମ ଋତୁ ଧୀରେ ଧୀରେ ଏକ ରୋମାଞ୍ଚକର ଋଙ୍ଗରେ ଅଗ୍ରଗତି କରୁଛି । ଆଜି ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ (PBKS vs GT) ମଧ୍ୟରେ ହାଇଭୋଲ୍ଟେଜ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବାକୁ ଯାଉଛି ।
PBKS vs GT: ଆଇପିଏଲ2022ର 15ତମ ଋତୁ ଧୀରେ ଧୀରେ ଏକ ରୋମାଞ୍ଚକର ଋଙ୍ଗରେ ଅଗ୍ରଗତି କରୁଛି । ଆଜି ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ (PBKS vs GT) ମଧ୍ୟରେ ହାଇଭୋଲ୍ଟେଜ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବାକୁ ଯାଉଛି ।

କାରଣ ଅଦ୍ୟାବଧି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ନୂତନ ଫ୍ରାଞ୍ଚାଇଜ୍ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଅନ୍ୟପଟେ ସମୟରେ ପଞ୍ଜାବ ମୋଟ ତିନୋଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ 2 ଟି ମ୍ୟାଚ୍ ଜିତି ଏହି ମ୍ୟାଚ ଖେଳିବାକୁ ପାଇଁ ଆସୁଛି । ଅର୍ଥାତ ଉଭୟ ଦଳ ନିଜ ନିଜ ପୂର୍ବ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବା ପରେ ଆସୁଛନ୍ତି । ତେଣୁ ଉଭୟ ଦଳ ଉତ୍ସାହରେ ପରିପୂର୍ଣ୍ଣ ରହିଛନ୍ତି । ସେହିପରି ଦୁଇ ଦଳର ସ୍କ୍ୱାର୍ଡ ମଧ୍ୟ ବହୁତ ସନ୍ତୁଳିତ ଦେଖାଯାଉଛି ।
ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଗୁଜୁରାଟ
ଗୁଜୁରାଟ ଦଳ ବିଷୟରେ କହିବାକୁ ଗଲେ, ଚଳିତ ସିଜନରେ ଏହି ଫ୍ରାଞ୍ଚାଇଜ୍ ମୋଟ 2 ଟି ମ୍ୟାଚ୍ ଖେଳିଛି ଏବଂ ଉଭୟ ଜିତିଛି । ବର୍ତ୍ତମାନ ଦଳର ଆଖି ଶୁକ୍ରବାର ଦିନ ହ୍ୟାଟ୍ରିକ୍ ବିଜୟ ଉପରେ ରହିବ। ଗୁଜୁରାଟ ପ୍ରଥମ ମ୍ୟାଚରେ ଲକ୍ଷ୍ନୌକୁ 5 ୱିକେଟରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀକୁ 14 ରନରେ ପରାସ୍ତ କରିଥିଲା ।

ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ପଞ୍ଜାବ
ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ୱଧୀନ ଦଳ ଏପର୍ଯ୍ୟନ୍ତ 3ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ସେମାନେ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ପାଇଛନ୍ତି । ପଞ୍ଜାବ ଆରସିବିକୁ 5 ୱିକେଟରେ ପରାସ୍ତ କରି ଏହି ସିଜିନ ଆରମ୍ଭ କରିଥିଲା। ଏହା ପରେ ପଞ୍ଜାବକୁ ଦ୍ୱିତୀୟ ମ୍ୟାଚ୍ରେ କେକେଆରଠୁ 6 ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ, ତୃତୀୟ ମ୍ୟାଚ୍ରେ ପଞ୍ଜାବ CSKକୁ 54 ରନରେ ପରାସ୍ତ କରିଥିଲା ।
- ପଞ୍ଜାବ କିଙ୍ଗ୍ସ ସମ୍ଭାବ୍ୟ ଏକାଦଶ: ମୟଙ୍କ ଅଗ୍ରୱାଲ (କ୍ୟାପ୍ଟେନ), ଶିଖର ଧୱନ, ଭାନୁକା ରାଜପାକ୍ସେ / ଜନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟକିପର), ଶାହରୁଖ ଖାନ, ଓଡେନ୍ ସ୍ମିଥ୍, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂ ।
- ଗୁଜୁରାଟ ସମ୍ଭାବ୍ୟ ଏକାଦଶ: ମାଥ୍ୟୁ ୱେଡ (ୱିକେଟକିପର), ଶୁବମନ ଗିଲ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱଟିଆ, ଅଭିନଭ ମନୋହର, ରସିଦ ଖାନ, ବରୁଣ ଆରୋନ, ଲକି ଫର୍ଗୁସନ, ମହମ୍ମଦ ଶାମି ।












Click it and Unblock the Notifications