Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2022: ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ

ଆଜିର ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

ମୁମ୍ବାଇ: ଆଇପିଏଲ 2022 ର 64 ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପରସ୍ପରକୁ ଭେଟିବେ । 12 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦିଲ୍ଲୀ 5ମ ସ୍ଥାନରେ ଥିବାବେଳେ ପଞ୍ଜାବ ସମାନ ସଂଖ୍ୟକ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। ଉଭୟ ପଞ୍ଜାବ ଏବଂ ଦିଲ୍ଲୀ ପ୍ଲେ ଅଫ୍ ପାଇଁ ଅପେକ୍ଷା କରିଛନ୍ତି। ପରସ୍ପରକୁ ପରାସ୍ତ କରିବା ଏବଂ ସେମାନଙ୍କର ଆଶାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଉଭୟ ଆଜି ପଡିଆକୁ ଓହ୍ଲାଇବେ ।

IPL 2022, PBKS vs DC

ତେବେ ଆଜିର ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଚଳିତ ସିଜନରେ ଏପର୍ଯ୍ୟନ୍ତ ଉଭୟ ଦଳ ଲଗାତାର ଦୁଇଟି ମ୍ୟାଚ୍ ଜିତିବାରେ ସକ୍ଷମ ହୋଇ ନାହାଁନ୍ତି । ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠୁ ପରାସ୍ତ ହୋଇଛି । ଦିଲ୍ଲୀର ଓପନର୍ ଡେଭିଡ୍ ୱାର୍ଣ୍ଣର ବହୁତ ଭଲ ଲୟରେ ଅଛନ୍ତି । କିନ୍ତୁ ଦ୍ୱିତୀୟ ଓପନର୍ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ଡେଭିଡ ୱାର୍ଣ୍ଣର, ସରଫରାଜ ଖାନ, ମିଚେଲ ମାର୍ଶ, ଋଷଭ ପନ୍ତ, ଲଲିତ ଯାଦବ, ରୋଭମାନ ପାୱେଲ, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅନ୍ରିଚ ନର୍କିଆ, ଖଲିଲ ଅହମ୍ମଦ ।

ପଞ୍ଜାବ କିଙ୍ଗସ ଏକାଦଶ: ଜନି ବେୟାରଷ୍ଟୋ, ଶିଖର ଧୱନ, ଭାନୁକା ରାଜପାକସେ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମାୟାନକ ଅଗ୍ରୱାଲ, ଜିତେଶ ଶର୍ମା, ହରପ୍ରୀତ ବ୍ରା, ଋଷି ଧୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+