ଆଇପିଏଲର ଦୁଇଟି ନୂଆ ଦଳ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ଘୋଷଣା ହେଲା ନିଲାମ ତାରିଖ

ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ଋତୁ ପାଇଁ ଦୁଇଟି ନୂଆ ଦଳର ନିଲାମ ଅକ୍ଟୋବର 17 ରେ ଅନୁଷ୍ଠିତ ହେବ।

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ଋତୁ ପାଇଁ ଦୁଇଟି ନୂଆ ଦଳର ନିଲାମ ଅକ୍ଟୋବର 17 ରେ ଅନୁଷ୍ଠିତ ହେବ। ତେବେ ଟେଣ୍ଡର ସମ୍ବନ୍ଧୀୟ ଅନୁସନ୍ଧାନର ଶେଷ ତାରିଖ ହେଉଛି ସେପ୍ଟେମ୍ବର 21 । ସେହିପରି ବିଡ୍ ଭରିବାର ଶେଷ ତାରିଖ ଅକ୍ଟୋବର 5 ପର୍ଯ୍ୟନ୍ତ ରହିଛି ।

IPL 2021

ଆଇପିଏଲର ୨୦୨୨ ସିଜିନରେ ବିସିସିଆଇ ଦୁଇ ନୂଆ ଦଳକୁ ସାମିଲ କରିବାକୁ ଯୋଜନା କରିଛି । ଏଥିପାଇଁ ୬ଟି ସହରକୁ ମଧ୍ୟ ବଛାଯାଇଛି । ଅହମ୍ମଦାବାଦ, ଲକ୍ଷ୍ନୌ, ଇନ୍ଦୋର, କଟକ, ଗୁହାହାଟି ଓ ଧର୍ମଶାଳା ସହର ଭିତରୁ ଦୁଇଟି ସହର ଆଗାମୀ ଆଇପିଏଲରେ ସାମିଲ ହେବେ । ତେବେ ଆରପିଏସଜି ଗ୍ରୁପର ସଞ୍ଜିବ ଗୋଏଙ୍କା ଲକ୍ଷ୍ନୌ ଟିମକୁ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି । ସପେଟେ ଅହମ୍ମଦାବାଦ ସହରକୁ ନେଇ ଟିମ୍ କିଣିବାକୁ ମଧ୍ୟ କିଛି ବ୍ୟକ୍ତି ନିଜର ଇଚ୍ଛା ରଖିଥିବା ସୂଚନା ମିଳିଛି ।

ଅନ୍ୟପଟେ ଦୁଇ ନୂଆ ଟିମ୍ ଆଇପିଏଲରେ ସାମିଲ ହେଲେ , ସେଇ ଅନୁଯାୟୀ ମ୍ୟାଚ୍ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବ । ଯାହା ଫଳରେ ଆଇପିଏଲ ଆୟୋଜନର ସମୟ ସୀମା ମଧ୍ୟ ବୃଦ୍ଧି ଘଟିପାରେ । ତା ସହିତ ଦୁଇ ନୂଆ ଟିମକୁ ନେଇ ଆଗକୁ ମେଗା ଅକ୍ସନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+