ଆଇପିଏଲ 2022: ଚେପକରେ ଶେଷ ମ୍ୟାଚ ଖେଳିବେ ମାହି
କ୍ରିକେଟ ପ୍ରେମୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ବର୍ଷ ମଧ୍ୟ ଆଇପିଏଲରେ ଖେଳୁଥିବାର ନଜର ଆସିବେ ଏମଏସ ଧୋନି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।
ମୁମ୍ବାଇ: ଆଇପିଏଲ 2022 ର 68 ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ଏମଏସ ଧୋନି । ଫଳରେ 18 ପଏଣ୍ଟ ସହ ଟପ-2ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ ।

ତେବେ କ୍ରିକେଟ ପ୍ରେମୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ବର୍ଷ ମଧ୍ୟ ଆଇପିଏଲରେ ଖେଳୁଥିବାର ନଜର ଆସିବେ ଏମଏସ ଧୋନି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଟସ ସମୟରେ ଧୋନି କହିଛନ୍ତି ଯେ, ସେ ତାଙ୍କର ଶେଷ ମ୍ୟାଚ ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଖେଳିବାକୁ ଚାହୁଁଛନ୍ତି । ଧୋନି କହିଛନ୍ତି ଚେନ୍ନାଇ ଫ୍ୟାନଙ୍କ ବିନା ଫ୍ୟାରୁଏଲ ମ୍ୟାଚ ଖେଳିବା ଅସମ୍ଭବ ତାଙ୍କ ପାଇଁ ।
- ରାଜସ୍ଥାନ ରୟାଲ୍ସ ଏକାଦଶ: ୟଶ୍ୱସୀ ଜସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ, ଦେବଦତ୍ତ ପାଡିକ୍କଲ, ଶିମ୍ରନ ହେଟମିୟର, ରିୟାନ ପାରାଗ, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ , ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ, ଓବାଇଡ ମ୍ୟାକକୋଇ ।
- ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଋତୁରାଜ ଗାଇକୱାଡ, ଡିଭନ୍ କନୱେ, ମୋଏନ୍ ଅଲି, ଅମ୍ବାତି ରାୟୁଡୁ, ଏନ ଜଗାଦିସନ, ଏମଏସ ଧୋନି, ମିଚେଲ ସାଣ୍ଟନର୍, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ମହିଷ ତୀକ୍ଷ୍ଣା, ମୁକେଶ ଚୌଧରୀ ।












Click it and Unblock the Notifications