ଆଇପିଏଲ 2022: 40 ବର୍ଷ ବୟସରେ ଧୋନିଙ୍କ ଫୁର୍ତ୍ତିଲା ଅନ୍ଦାଜ୍, ଦେଖନ୍ତୁ ଭିଡିଓ
ମ୍ୟାଚରେ ଏମଏସ ଧୋନି ତାଙ୍କ ଫିଲ୍ଡିଂ ସହ ବିପକ୍ଷ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି।
ମୁମ୍ବାଇ: ଏମଏସ ଧୋନି ଆଇପିଏଲ 2022 ପୂର୍ବରୁ CSK ର ଅଧିନାୟକତ୍ୱ ଛାଡିଥିଲେ । 40 ବର୍ଷୀୟ ଧୋନି ବୟସ ହେତୁ ଅଧିନାୟକତ୍ୱ ଛାଡିଥିଲେ, ଯାହାଫଳରେ ରବିନ୍ଦ୍ର ଜାଡେଜା ପ୍ରସ୍ତୁତ ହେବାର ସୁଯୋଗ ପାଇପାରିବେ । ରବିବାର ଟୁର୍ଣ୍ଣାମେଣ୍ଟର 11ତମ ମ୍ୟାଚରେ ସିଏସକେ ପଞ୍ଜାବ କିଙ୍ଗ୍ସକୁ ଭେଟୁଛି । ସିଏସକେ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ଭଲ ଆରମ୍ଭ କରିଛି। ଦଳ ପ୍ରଥମ 6 ଓଭରରେ ଦୁଇଟି ବଡ଼ ୱିକେଟ୍ ହରାଇଛି।

ତେବେ ମ୍ୟାଚରେ ଏମଏସ ଧୋନି ତାଙ୍କ ଫିଲ୍ଡିଂ ସହ ବିପକ୍ଷ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନ ଇନିଂସର ଦ୍ୱିତୀୟ ଓଭର ବୋଲିଂ କରୁଥିଲେ। ଭାନୁକା ରାଜପକ୍ସା ଏକ ସଟ୍ ମାରିବା ସହ ରନ୍ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଧୱନ ରନ ନେବାକୁ ମାନ କରିଦେଇଥିଲେ । ଫଳରେ ରାଜପକ୍ସ ଷ୍ଟ୍ରାଇକର ଏଣ୍ଡକୁ ଫେରି ଯାଇଥିଲେ । ଏହି ସମୟରେ ଧୋନି ନିଜର ଫୁର୍ତ୍ତିଲା ଅନ୍ଦାଜ ଦେଖାଇଥିଲେ ଓ ରାଜପକ୍ସଙ୍କୁ ରନ ଆଉଟ୍ କରିଥିଲେ ।
ଦେଖନ୍ତୁ ଭିଡିଓ
MS Dhoni , still the best wicket keeper batsman in the world 💛#Dhoni #CSK𓃬 #Thala #MSDhoni #MSD #Legend #CSKvsPBKS pic.twitter.com/UPrpxFVHO0
— Amit kumar (@Amitkum12533745) April 3, 2022
ଧୋନିଙ୍କ ଏହା 350 ତମ ଟି-20 ମ୍ୟାଚ୍
ଏହା ହେଉଛି ଏମଏସ୍ ଧୋନିଙ୍କ 350 ତମ ଟି-20 ମ୍ୟାଚ୍ । ରୋହିତ ଶର୍ମାଙ୍କ ପରେ ସେ ଏଠାରେ ପହଞ୍ଚିଥିବା ଦ୍ୱିତୀୟ ଭାରତୀୟ ଖେଳାଳି। ଚଳିତ ସିଜନରେ ସେ ଏପର୍ଯ୍ୟନ୍ତ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ 50 ରନ୍ ସଂଗ୍ରହ କରିଥିଲେ। ଦ୍ୱିତୀୟ ମ୍ୟାଚ୍ରେ ସେ 16 ରନ୍ରେ ଅପରାଜିତ ରହିଥିଲେ। ବର୍ତ୍ତମାନ ତୃତୀୟ ମ୍ୟାଚ୍ରେ ସେ ପଞ୍ଜାବ ବିପକ୍ଷରେ ନିଜର ପ୍ରଦର୍ଶନ ବଜାୟ ରଖିବାକୁ ଚାହୁଁଛନ୍ତି।
ଏହି ମ୍ୟାଚ୍ ପୂର୍ବରୁ ଧୋନି ହାରାହାରି 39 ରେ 349 ଟି-20 ମ୍ୟାଚରେ 7001 ରନ୍ ସଂଗ୍ରହ କରିଛନ୍ତି । 28ଟି ଅର୍ଦ୍ଧଶତକ ସ୍କୋର କରିଛନ୍ତି । 307 ଟି ଛକା ମାରିଛନ୍ତି । 200 କ୍ୟାଚ୍ ବ୍ୟତୀତ ସେ ୱିକେଟ୍ କିପର ଭାବରେ 84 ଷ୍ଟମ୍ପିଂ ମଧ୍ୟ କରିଛନ୍ତି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications