ଆଇପିଏଲ 2022: ଟସ ଜିତିଲେ ରୋହିତ, କେନଙ୍କୁ ଦେଲେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ
ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।
ମୁମ୍ବାଇ: ଆଇପିଏଲ 2022ର 65 ତମ ମ୍ୟାଚରେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡି ସାରିଛି । କିନ୍ତୁ ହାଇଦ୍ରାବାଦ ପାଇଁ ଆଶା ଏବେ ବି ଉଦୀଜିବତ ଅଛି । ଫଳରେ ଆଜି ମ୍ୟାଚରେ ହାଇଦ୍ରାବାଦ ଦଳକୁ ବଡ ମାର୍ଜିନରେ ଜିତିବାକୁ ପଡିବ । ତେବେ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

କ୍ରମାଗତ 5 ଟି ମ୍ୟାଚ୍ ଜିତିବା ପରେ ହାଇଦ୍ରାବାଦ କ୍ରମାଗତ 5 ଟି ମ୍ୟାଚ୍ ହାରିଛି । ଯଦି ସେ ତାଙ୍କର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତନ୍ତି, ତେବେ ସେ 14 ପଏଣ୍ଟରେ ରହିବେ, କିନ୍ତୁ ପ୍ଲେ ଅଫରେ ପହଞ୍ଚିବା ପାଇଁ ତାଙ୍କୁ ଅନ୍ୟ ଦଳର ମ୍ୟାଚରେ ମଧ୍ୟ ଅନୁକୂଳ ଫଳାଫଳ ପାଇଁ ପ୍ରାର୍ଥନା କରିବାକୁ ପଡିବ ଏବଂ ଯଦି ତାଙ୍କୁ ଆଜି ପରାଜୟର ସାମ୍ନା କରିବାକୁ ପଡିବ, ତେବେ ସେ ନିଶ୍ଚିତ ଭାବରେ ବାହାରେ ରହିବେ ।
- ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଅଭିଷେକ ଶର୍ମା, ପ୍ରିୟମ୍ ଗର୍ଗ, କେନ୍ ୱିଲିୟମସନ, ରାହୁଲ ତ୍ରିପାଠୀ, ଅଇଦାନ ମାର୍କ୍ରାମ, ନିକୋଲାସ ପୁରାନ, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଫଜଲହାକ ଫାରୁକି, ଉମ୍ରାନ ମଲିକ, ଟି ନାଟରାଜନ ।
- ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ଇଶାନ୍ କିଶାନ୍, ରୋହିତ ଶର୍ମା, ଡାନିଏଲ୍ ସାମସ୍, ତିଲକ ଭର୍ମା, ରାମାନଦୀପ ସିଂ, ଷ୍ଟବ୍, ଟିମ୍ ଡେଭିଡ, ସଞ୍ଜୟ ଯାଦବ, ଜସପ୍ରୀତ ବୁମରା, ରିଏଲ ମେରେଡିଥ, ମାୟାନକ ମାର୍କଣ୍ଡେ ।












Click it and Unblock the Notifications