ଆଇପିଏଲ 2022: ବୁମରାଙ୍କ 5 ୱିକେଟ ହଲ ସତ୍ତ୍ୱେ ପରାସ୍ତ ହେଲା ମୁମ୍ବାଇ
କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 52 ରନରେ ପରାସ୍ତ କରିଛି । ଶେଷ ଦୁଇଟି ମ୍ୟାଚ୍ ଜିତିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏଠାରେ ପହଞ୍ଚିଥିଲା ।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନର 56 ତମ ମ୍ୟାଚ୍ ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଠାରେ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 52 ରନରେ ପରାସ୍ତ କରିଛି । ଶେଷ ଦୁଇଟି ମ୍ୟାଚ୍ ଜିତିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏଠାରେ ପହଞ୍ଚିଥିଲା । କିନ୍ତୁ ଆହତ ସୁର୍ଯ୍ୟକୁମାର ଯାଦବ ବାଦ୍ ପଡିବା ପରେ ମୁମ୍ବାଇକୁ ଏହି ବିରାଟ ପରାଜୟର ସମ୍ମୁଖୀନ ହେବାକ ପଡିଛି ।

ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ରମଣଦୀପ ସିଂଙ୍କୁ ସେମାନଙ୍କ ମଧ୍ୟମ କ୍ରମରେ ସୁଯୋଗ ଦେଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେକେଆର ଦଳ 20 ଓଭରରେ 9 ୱିକେଟ୍ ହରାଇ 165 ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ 113 ରନ୍ ସଂଗ୍ରହ କରିଥିଲା।
କୋଲକାତା ନାଇଟ୍ ରାଇଡର୍ସ ଦଳ 52 ରନ୍ ବିଜୟ ସହ ପ୍ଲେ ଅଫରେ ପହଞ୍ଚିବା ଆଶା ରଖିଛି ଏବଂ ଏହି ବଡ ବିଜୟ ସହିତ ସେମାନଙ୍କର ନେଟ୍ ରନ୍ ହାରରେ ଉନ୍ନତି ଆଣିଛି । ଅନ୍ୟପକ୍ଷରେ, ମୁମ୍ବାଇ ଇଣ୍ଡିଆନ୍ସର ଏହି ପରାଜୟ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେ ଅଫରେ ପହଞ୍ଚିବା ଆଶାକୁ ଆଘାତ ଦେଇଛି ଏବଂ ବର୍ତ୍ତମାନ ଯୋଗ୍ୟତା ଅର୍ଜନ କରିବା ସେମାନଙ୍କ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହୋଇପଡିଛି।












Click it and Unblock the Notifications