ଆଇପିଏଲ 2022: ମୁମ୍ବାଇରେ ଆଜି ବେବି ଏବି, ଟସ୍ ଜିତି ବୋଲିଂ କରୁଛି କେକେଆର
ମୁମ୍ବାଇ ଦଳ କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେପଟେ କେକେଆର ଦଳ ଟୁର୍ଣ୍ଣାମେଣ୍ଟର ତୃତୀୟ ବିଜୟ ହାସଲ କରିବାକୁ ଚାହୁଁଛି ।
ପୁଣେ: ସ୍ଥାନୀୟ କ୍ରିକେଟ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନର 14 ତମ ମ୍ୟାଚ୍ ଖେଳାଯାଉଛି । ଯେଉଁଠାରେ ମୁମ୍ବାଇ ଦଳ କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି । ସେପଟେ କେକେଆର ଦଳ ଟୁର୍ଣ୍ଣାମେଣ୍ଟର ତୃତୀୟ ବିଜୟ ହାସଲ କରିବାକୁ ଚାହୁଁଛି ।
ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଏଠାରେ ଅଧିକ କାକର ପଡେ ନାହିଁ । ଏହି କାରଣରୁ ଦଳ ଏଠାରେ ରନ୍ ରକ୍ଷା କରିବାରେ ସଫଳ ହୋଇଥିଏ । ଏଭଳି ପରିସ୍ଥିତିରେ ଆଶା କରାଯାଉଥିଲା ଯେ, ଏଠାରେ ଟସ୍ ଜିତୁଥିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ । କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଶ୍ରେୟସ୍ ଆୟର ଟସ୍ ଜିତି ସମସ୍ତଙ୍କୁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

KKR ପାଇଁ ଡେବ୍ୟୁ କରିଛନ୍ତି ରସିଖ ସଲାମ
ଆଜିର ମ୍ୟାଚ୍ ପାଇଁ କୋଲକାତା ନାଇଟ୍ ରାଇଡର୍ସ ଦଳ ଦୁଇଟି ପରିବର୍ତ୍ତନ କରିଛି । ଅଷ୍ଟ୍ରେଲୀୟ ପେସର୍ ପ୍ୟାଟ୍ କମିନ୍ସ ଦଳକୁ ଫେରିଥିବା ବେଳେ ଟିମ୍ ସାଉଥୀଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଯୁବ ପେସର ରସିଖ ସଲାମଙ୍କୁ ଶିବମ ମାଭିଙ୍କ ସ୍ଥାନରେ କେକେଆର୍ ଡେବ୍ୟୁ କରିବାର ସୁଯୋଗ ଦେଇଛି ।

ମୁମ୍ବାଇରେ ଆଜି ବେବି ଏବି
ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଟସ୍ ଜିତିବା ପରେ ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ । ତେଣୁ ଟସ୍ ହାରି ଆମେ କୌଣସି କ୍ଷତିରେ ନାହୁଁ। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ 2ଟି ପରିବର୍ତ୍ତନ କରିଛି । ସୁର୍ଯ୍ୟକୁମାର ଯାଦବ ଅନମୋଲପ୍ରୀତ ସିଂଙ୍କ ସ୍ଥାନରେ ଆସିଛନ୍ତି । ସେହିପରି ବେବି ଏବି ନାମରେ ଜଣାଶୁଣା ଡିୱାଲ୍ଡ ବ୍ରେଭିସଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି। ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଅଣ୍ଡର 19 ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ବ୍ୟାଟିଂ କରି ବେବି ଏବି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କୁ ନିଲାମରେ ବାଜି ଲଗାଇଥିଲା ।
- କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର୍, ଶ୍ରେୟସ୍ ଆୟର୍ (ଅଧନାୟକ), ସାମ୍ ବିଲିଙ୍ଗସ୍ (ୱିକେଟକିପର), ନୀତୀଶ ରାଣା, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ଉମେଶ ଯାଦବ, ରସିଖ ସଲାମ, ବରୁଣ ଚକ୍ରବର୍ତ୍ତୀ ।
- ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ଇଶାନ କିଶନ (ୱିକେଟକିପର), ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କିରନ ପୋଲାର୍ଡ, ଡାନିଏଲ ସାମ୍ସ , ଡିୱାଲ୍ଡ ବ୍ରେଭିସ, ମୁରୁଗାନ ଅଶ୍ୱିନ, ଜସପ୍ରୀତ ବୁମରା, ଟାଇମଲ ମିଲ୍ସ , ବେସିଲ ଥାମ୍ପି ।












Click it and Unblock the Notifications