ଆଇପିଏଲ 2022: କର ବା ମର ମ୍ୟାଚରେ ଟସ ହାରିଲେ ପନ୍ତ
ଆଇପିଏଲର 69 ତମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଯଦି ଦିଲ୍ଲୀ ମୁମ୍ବାଇକୁ ପରାସ୍ତ କରେ, ତେବେ ଦଳ ପ୍ଲେ ଅଫରେ ପହଢ୍ଚି ପାରିବ । ଅନ୍ୟପଟେ ଯଦି ମୁମ୍ବାଇ ଏହି ମ୍ୟାଚ୍ ଜିତିବ, ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ
ମୁମ୍ବାଇ: କେଉଁ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2022 ପ୍ଲେ ଅଫରେ ଚତୁର୍ଥ ନମ୍ବର ପାଇଁ ଯୋଗ୍ୟତା ଅର୍ଜନ କରିବେ ତାହା ଆଜି ସ୍ଥିର ହେବ । ଆଇପିଏଲର 69 ତମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଯଦି ଦିଲ୍ଲୀ ମୁମ୍ବାଇକୁ ପରାସ୍ତ କରେ, ତେବେ ଦଳ ପ୍ଲେ ଅଫରେ ପହଢ୍ଚି ପାରିବ । ଅନ୍ୟପଟେ ଯଦି ମୁମ୍ବାଇ ଏହି ମ୍ୟାଚ୍ ଜିତିବ, ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପ୍ଲେ-ଅଫ ଟିକେଟ ପାଇବ ।

ଫଳରେ ଦିଲ୍ଲୀ ପାଇଁ ଏହା କର ବା ମର ମୁକାବିଲା ହୋଇଛି । ମ୍ୟାଚ ପୂର୍ବରୁ ଟସ ହାରିଛନ୍ତି ଦିଲ୍ଲୀ ଅଧିନାୟକ ଋଷବ ପନ୍ତ । ଟସ ଜିତି ରୋହିତ ଶର୍ମା ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇ ନିଜେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦୁଇ ଦଳ ଏପର୍ଯ୍ୟନ୍ତ 31 ଥର ମୁହାଁମୁହିଁ ହୋଇଛନ୍ତି। ଏହି ସମୟ ମଧ୍ୟରେ ମୁମ୍ବାଇ 16 ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀର ଦଳ 15 ଟି ମ୍ୟାଚ ଜିତିବାରେ ସଫଳ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡି ସାରିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ୱିକେଟକିପର), ଡାନିଏଲ ସାମସ, ତିଲକ ଭର୍ମା, ଦେଭାଲଡ ବ୍ରେଭିସ, ଟିମ ଡେଭିଡ, ରାମାନଦୀପ ସିଂ, ହ୍ରିତିକ ଶୋକେନ, ଜସପ୍ରୀତ ବୁମରା, ରେଲି ମେରେଡିଥ, ମାୟାନକ ମାର୍କାଣ୍ଡେ।
ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ୱୀ ଶ' , ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଋଷଭ ପନ୍ତ, ସରଫରାଜ ଖାନ, ରୋଭମାନ ପାୱେଲ, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅନ୍ରିକ୍ ନୋର୍କିଆ, ଖଲ୍ଲୀଲ ଅହମ୍ମଦ।












Click it and Unblock the Notifications