ଆଇପିଏଲ 2022: ମୁମ୍ବାଇକୁ ଧନ୍ୟବାଦ ଜଣାଇଲେ ବିରାଟ୍ କୋହଲି !, କହିଲେ...
ମ୍ୟାଚ ପରେ ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ଆରସିବି ନାମ ଟ୍ରେଣ୍ଡ କରୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ କୌତୁକିଆ ଢଙ୍ଗରେ ଧନ୍ୟବାଦ ଜଣାଇଛନ୍ତି ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲି ।
ମୁମ୍ବାଇ: ଶେଷରେ କ୍ୱାଲିଫାୟରର ଶେଷ ସ୍ଥାନ (4ର୍ଥ) ପାଇ ପ୍ଲେ-ଅଫ ଟିକେଟ୍ ହାତେଇଲା ଆରସିବି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଶେଷ ମ୍ୟାଚରେ ମୁମ୍ବାଇ ବିଜୟ ପଞ୍ଜିକରଣ କରି ଆରସିବି ହାତରେ ଥାମି ଦେଲା ପ୍ଲେ-ଅଫ ଟିକେଟ୍ । ଯୁବ ଦିଲ୍ଲୀ ଦଳର ପ୍ଲେ-ଅଫ ଖେଳିବା ସ୍ୱପ୍ନ ଧୂଳିସାତ ହୋଇଗଲା । ମ୍ୟାଚ ପରେ ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ଆରସିବି ନାମ ଟ୍ରେଣ୍ଡ କରୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ କୌତୁକିଆ ଢଙ୍ଗରେ ଧନ୍ୟବାଦ ଜଣାଇଛନ୍ତି ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲି ।

ମ୍ୟାଚ ପରେ ବିରାଟ ଟ୍ବିଟ୍ କରି କରି ଲେଖିଛନ୍ତି, କୋଲକତା । ଯେଉଁଥିରେ ଏକ ଉଡାଯାହାଜ ଚିହ୍ନ ରହିଛି । ଅର୍ଥାତ କୋଲକାତର ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ପ୍ଲେ-ଅଫ ମ୍ୟାଚ ପାଇଁ ତାଙ୍କ ଦଳ ଏବେ ଉଡାଣ ଭରିବ । ତେବେ ବିରାଟ୍ ଏହି ଟ୍ୱିଟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବିକୁ ଟ୍ୟାଗ କରିଛନ୍ତି ।
ତେବେ 5 ଥର ଚାମ୍ପିଅନ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଆଇପିଏଲ 2022 ର ଶେଷ ଲିଗ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ 5 ୱିକେଟ୍ ରେ ପରାସ୍ତ କରିଛି । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା 69 ତମ ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି 7 ୱିକେଟ୍ ପାଇଁ 159 ରନ୍ ସଂଗ୍ରହ କରିଥିଲା । ଯାହାର ଜବାବରେ ମୁମ୍ବାଇ 5ଟି ବଲ ବାକି ଥାଇ 5 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।
160 ରନ୍ର ଟାର୍ଗେଟକୁ ପଛରେ ପକାଇ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ 35 ଟି ବଲରେ 48 ରନ ସଂଗ୍ରହ କରି 3 ଚୌକା ଓ 4ଟି ଛକା ମାରିଥିଲେ । ତାଙ୍କ ବ୍ୟତୀତ ଡିୱାଲ୍ଡ ବ୍ରେଭିସ୍ ଗୋଟିଏ ଚୌକା ଏବଂ 3 ଛକା ସହାୟତାରେ 33 ଟି ବଲରେ 37 ରନ୍ ସଂଗ୍ରହ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଇଶାନ୍ ଏବଂ ବ୍ରେଭିସ୍ 51 ରନ୍ ଯୋଡିଥିଲେ।

ଏହା ପରେ ଟିମ୍ ଡେଭିଡ୍ 34 ରନର ଏକ ବଡ ଇନିଂସ ଖେଳିଥିଲେ । ସେ 11 ବଲରେ 2 ଚୌକା ଓ 4 ଛକା ମାରିଥିଲେ । 19 ତମ ଓଭରର 5ମ ବଲରେ ତିଲକ ଭର୍ମା ଆଉଟ ହୋଇଥିଲେ। ସେ 17 ଟି ବଲ ଖେଳି 21 ରନ ସ୍କୋର କରି 1 ଚୌକା, 1 ଛକା ମାରିଥିଲେ। ଚତୁର୍ଥ ୱିକେଟ୍ ପାଇଁ ତିଲକ ଏବଂ ଟିମ୍ ଡେଭିଡ୍ 50 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଦିଲ୍ଲୀର ଏନ୍ରିକ୍ ନୋର୍କିଆ ଏବଂ ଶାର୍ଦ୍ଦୁଲ ଠାକୁର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଛନ୍ତି।
ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍ ପାଇଁ ଗୁଜୁରାଟ ଟାଇଟାନ୍ସ , ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହ ଯୋଗ୍ୟତା ଅର୍ଜନ କରିଛି । ବାଙ୍ଗାଲୋର ଦଳ ଟେବୁଲରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ସେ 14 ଟି ମ୍ୟାଚ ମଧ୍ୟରୁ 8 ଟି ଜିତି 16 ପଏଣ୍ଟ ହାସଲ କରିଥିଲା । ଲକ୍ଷ୍ନୌ ଏବଂ ରାଜସ୍ଥାନ ପ୍ରତ୍ୟେକ 9 ଟି ମ୍ୟାଚ ଜିତିଥିବାବେଳେ ଗୁଜୁରାଟ 14 ଟି ମ୍ୟାଚ ମଧ୍ୟରୁ 10 ଟି ଜିତିଛି। ବିଶେଷ କଥା ହେଉଛି ଗୁଜୁରାଟ ଏବଂ ଲକ୍ଷ୍ନୌ ପ୍ରଥମ ଥର ପାଇଁ ଏହି ଲିଗରେ ପ୍ରବେଶ କରିଛନ୍ତି ଏବଂ ପ୍ରଥମ ସିଜିନରେ ପ୍ଲେ ଅଫ୍ ଖେଳିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ 24 ମେରେ କ୍ୱାଲିଫାୟର-1 ରେ ମୁହାଁମୁହିଁ ହେବେ । ସେହିଭଳି 25 ମେ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications