ଆଇପିଏଲ 2022: ଏବେ ବି ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ମୁମ୍ବାଇ କରିବ ପ୍ରଥମେ ବ୍ୟାଟିଂ
ଆଜି ଆଇପିଏଲର ଦୁଇଟି ସଫଳ ଦଳ ମଧ୍ୟରେ ଏକ ପ୍ରତିଯୋଗିତା । ରେକର୍ଡ ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର 33 ତମ ଲିଗ୍ ମ୍ୟାଚ୍ ରେ ମୁହାଁମୁହିଁ ହେଉଛନ୍ତି ।
ମୁମ୍ବାଇ: ଆଜି ଆଇପିଏଲର ଦୁଇଟି ସଫଳ ଦଳ ମଧ୍ୟରେ ଏକ ପ୍ରତିଯୋଗିତା । ରେକର୍ଡ ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର 33 ତମ ଲିଗ୍ ମ୍ୟାଚ୍ ରେ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ପାଇଁ ପ୍ଲେ ଅଫରେ ନିଜର ଦାବି ଉପସ୍ଥାପନ କରିବା ପାଇଁ ଯେକୈଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବା ଆବଶ୍ୟକ, ଯେତେବେଳେ କି CSK ର ପ୍ରୟାସ ମଧ୍ୟ ଆଗକୁ ବଢିବା ପାଇଁ ରହିଛି ।

ତେବେ ଆଜି ମ୍ୟାଚରେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା । ଚେନ୍ନାଇ ଦଳରେ ଦୁଇଟି ପରିବର୍ତ୍ତନ କରିଯାଇଥିବା ବେଳେ ମୁମ୍ବାଇ ଦଳରେ 3ଟି ପରିବର୍ତ୍ତନ ହୋଇଛି ।
- ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା, ଇଶାନ କିଶନ, ଡିୱାଲ୍ଡ ବ୍ରେଭିସ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କିରଣ ପୋଲାର୍ଡ, ଡାନିଏଲ ସାମ୍ସ, ହ୍ରିତିକ ଶୋକିନ, ରେଲି ମେରେଡିଥ, ଜୟଦେବ ଉନାଦକଟ୍, ଜସପ୍ରୀତ ବୁମରା ।
- ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଋତୁରାଜ ଗାଇକୱାଡ, ରବିନ୍ ଉଥାପ୍ପା, ଅମ୍ବାତି ରାୟଡୁ, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ଡ୍ୱେନ୍ ପ୍ରିଟୋରିସ୍, ଡାୱେନ ବ୍ରାଭୋ, ମିଚେଲ୍ ସାଣ୍ଟନର୍, ମହେଶ ତୀକ୍ଷ୍ଣା, ମୁକେଶ ଚୈଧରୀ ।












Click it and Unblock the Notifications