Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2022: 7 ଜର୍ସି ନମ୍ବର ଦେଲା ମୁମ୍ବାଇକୁ ସପ୍ତମ ପରାଜୟ

ଗତକାଲି ମ୍ୟାଚରେ CSK ମୁମ୍ବାଇକୁ 3 ୱିକେଟରେ ପରାସ୍ତ କରିଛି ।

ମୁମ୍ବାଇ: ଆଇପିଏଲ 2022 ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଗୋଟିଏ ହେଲେ ବି ମ୍ୟାଚ ଜିତିବାରେ ସକ୍ଷମ ହୋଇପାରି ନାହିଁ । କ୍ରମାଗତ 7 ଟି ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନରେ ରହିଛି ଏମଆଇ । ଆଇପିଏଲ ଇତିହାସରେ 5 ଥରର ଚାମ୍ପିଅନ ଦଳର ଏହା ସବୁଠାରୁ ଖରାପ ପ୍ରଦର୍ଶନ ।

MI vs CSK

ଗତକାଲି ମ୍ୟାଚରେ CSK ମୁମ୍ବାଇକୁ 3 ୱିକେଟରେ ପରାସ୍ତ କରିଛି । ମ୍ୟାଚ୍‌ରେ ପ୍ରଥମ ଖେଳି ମୁମ୍ବାଇ 7 ୱିକେଟ୍ ପାଇଁ 155 ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ, CSK ର ସ୍ଥିତି ଖରାପ ଥିଲା । ଶେଷ ବଲରେ ଜିତିବା ପାଇଁ ଦଳକୁ 4 ରନ୍ ଆବଶ୍ୟକ ଥିଲା । ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଜୟଦେବ ଉନାଦକଟଙ୍କ ଓଭରର ଶେଷ ବଲରେ ଚୌକା ମାରି ଚେନ୍ନାଇକୁ ଦ୍ବିତୀୟ ବିଜୟ ଭେଟି ଦେଇଥିଲେ । ସେ 13 ଟି ବଲରୁ 28 କରି ଅପରାଜିତ ରହିଥିଲେ।

ମୁମ୍ବାଇ ବିପକ୍ଷରେ ମଧ୍ୟ ସେ 4ଟି ବଲରେ ଦୁଇଟି ଚୌକା ଓ ଗୋଟିଏ ଛକା ସହୟତାରେ ଶେଷ ଓଭରରେ 16 ରନ ସ୍କୋର କରିଥିଲେ। ଆଇପିଏଲ ଇତିହାସରେ ସେ 244 ର ଷ୍ଟ୍ରାଇକ୍ ହାରରେ 20 ତମ ଓଭରରେ 637 ରନ ସଂଗ୍ରହ କରିଛନ୍ତି ଧୋନି । ଏହି ସମୟରେ ସେ 51ଟି ଛକା ମାରିଛନ୍ତି । ଧୋନି 7 ନମ୍ବର ଜର୍ସି ପିନ୍ଧନ୍ତି । ସେ ମ୍ୟାଚରେ ବିଜୟୀ ଛକା ମାରିବା ମାତ୍ରେ, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ମୁଣ୍ଡରେ ହାତ ଦେଇଥିଲେ । ସେ ପରାଜୟକୁ ବିଶ୍ବାସ କରିପାରିଲେ ନାହିଁ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇର ଦଳ ଗତ ସିଜନରେ ମଧ୍ୟ ପ୍ଲେ ଅଫ୍ ଖେଳି ପାରି ନଥିଲା। ଚଳିତ ସିଜନରେ ମଧ୍ୟ କ୍ରମାଗତ 7 ହାରିବା ପରେ ପ୍ଲେ ଅଫ୍ ପହଞ୍ଚିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+