ଆଇପିଏଲ 2022: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଲକ୍ଷ୍ନୌ, ଦିଲ୍ଲୀକୁ ପ୍ରଥମ ସଫଳତା

ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଆଇପିଏଲର ଚଳିତ ସିଜନର 45 ତମ ମ୍ୟାଚ୍ ଖେଳାଯାଉଛି । ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ମୁମ୍ବାଇ: ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଆଇପିଏଲର ଚଳିତ ସିଜନର 45 ତମ ମ୍ୟାଚ୍ ଖେଳାଯାଉଛି । ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପେସର୍ ଶାର୍ଦ୍ଦୁଲ ଠାକୁର ତାଙ୍କର ପ୍ରଥମ ଓଭରରେ ଦିଲ୍ଲୀକୁ ସଫଳତା ଦେଇଛନ୍ତି । ଇନିଂସର 5ମ ଓଭରର ଦ୍ୱିତୀୟ ବଲରେ କ୍ୱିଣ୍ଟନ୍ ଡି କକ୍ (23) ଲଲିତ ଯାଦବଙ୍କ ହାତରେ ଠାକୁରଙ୍କ ଦ୍ବାରା ଧରା ପଡିଛନ୍ତି । ଡି କକ୍ 13 ବଲରୁ 3 ଚୌକା ଓ ଗୋଟିଏ ଛକା ସହ 23 ରନ ସଂଗ୍ରହ କରିଛନ୍ତି ।

ipl 2022

ଲକ୍ଷ୍ନୌ ଏପର୍ଯ୍ୟନ୍ତ 9 ଟି ମ୍ୟାଚ୍ ଖେଳିଛି ଯେଉଁଥିରୁ 6 ଟି ଜିତିଛି । ଏଥି ସହିତ ଦିଲ୍ଲୀ 8 ଟି ମ୍ୟାଚ ମଧ୍ୟରୁ 4 ଟି ଜିତିଛି। ଲକ୍ଷ୍ନୌ ବର୍ତ୍ତମାନ 12 ପଏଣ୍ଟ ସହ ଟେବୁଲରେ ତୃତୀୟ ସ୍ଥାନରେ ଥିବାବେଳେ ଦିଲ୍ଲୀ ଦଳ 8 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । କେବଳ ଟେବୁଲର ଶ୍ରେଷ୍ଠ 4 ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

1
4-2022
  • ଦିଲ୍ଲୀ କ୍ୟାପିଟାଲ୍ ଏକାଦଶ: ପୃଥ୍ୱୀ ଶ', ଡେଭିଡ ୱାର୍ନର, ମିଚେଲ ମାର୍ଶ, ଋଷଭ ପନ୍ତ, ଲଲିତ ଯାଦବ, ରୋଭମାନ ପାୱେଲ, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ ଏବଂ ଚେତନ ସାକରିଆ ।
1
53654
  • ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏକାଦଶ: କ୍ୱିଣ୍ଟନ୍ ଡି କକ୍ (wk), କେ.ଏଲ୍ ରାହୁଲ (ଅଧନାୟକ), ଦୀପକ ହୁଡା, ମାର୍କସ୍ ଷ୍ଟୋନିସ୍, ଆୟୁଷ ବାଡୋନି, କ୍ରୁନାଲ ପାଣ୍ଡ୍ୟା, କୃଷ୍ଣପ୍ପା ଗୌତମ, ଜେସନ ହୋଲ୍ଡର, ଦୁଷ୍ମାନ୍ତ ଚାମିରା, ମୋହସିନ୍ ଖାନ୍, ରବି ବିଷ୍ଣୋଇ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+