ଆଇପିଏଲ 2022: ଟସ୍ ଜିତି ଲକ୍ଷ୍ନୌର ବୋଲିଂ ନିଷ୍ପତ୍ତି, ଆଜି ପଡିଆକୁ ଓହ୍ଲାଇବେ ଡେଭିଡ ୱାର୍ଣ୍ଣର

ମ୍ୟାଚରେ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ । ଫଳରେ ଦିଲ୍ଲୀ କରିବେ ପ୍ରଥମେ ବ୍ୟାଟିଂ ।

ମୁମ୍ବାଇ: ଆଜି ଆଇପିଏଲର 15 ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଲକ୍ଷ୍ନୌ ଏହି ଋତୁରେ ପ୍ରଥମ ଥର ପାଇଁ ଖେଳୁଥିବାବେଳେ ଦିଲ୍ଲୀର ଲକ୍ଷ୍ୟ ହେଉଛି ସେମାନଙ୍କର ପ୍ରଥମ ଟାଇଟଲ୍ ଜିତିବା । ଚଳିତ ସିଜିନରେ ଲକ୍ଷ୍ନୌ 3ଟି ମ୍ୟାଚ ମଧ୍ୟରୁ 2ଟି ଜିତିଛି । ଏଥିସହିତ ଦିଲ୍ଲୀ 2ଟି ମ୍ୟାଚରୁ ଗୋଟିଏ ମ୍ୟାଚ ଜିତିଛି। ଏପରି ସ୍ଥିତିରେ ଆଜିର ମ୍ୟାଚ ଖୁବ ସଙ୍ଘର୍ଷ ପୂର୍ଣ୍ଣ ହେବ ।

IPL 2022, LSG vs DC

ତେବେ ମ୍ୟାଚରେ ପ୍ରଥମେ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ । ଫଳରେ ଦିଲ୍ଲୀ କରିବେ ପ୍ରଥମେ ବ୍ୟାଟିଂ ।

IPL 2022, LSG vs DC

ଦିଲ୍ଲୀ ଏକାଦଶରେ ଆଜି କିଛି ବଡ ପରିବର୍ତ୍ତନ ହୋଇଛି । ଟିମ ସେଫଟଙ୍କ ସ୍ଥାନରେ ଡେଭିଡ ୱାର୍ଣ୍ଣରଙ୍କୁ ଏକାଦଶରେ ସ୍ଥାନ ମିଳିଛି ।
ତେବେ ଡେଭିଡ ୱାର୍ଣ୍ଣର ସିଜିନର ପ୍ରଥମ ମ୍ୟାଚ୍ ଖେଳିବେ । ତାଙ୍କ ବ୍ୟତୀତ ପେସର୍ ଏନ୍ରିକ୍ ନୋର୍କିଆ ମଧ୍ୟ ଏକାଦଶରେ ସ୍ଥାନ ପାଇଛନ୍ତି ।

1
53624
  • ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ୱୀ ଶ', ଡେଭିଡ ୱାର୍ଣ୍ଣର, ଋଷଭ ପନ୍ତ (w/c), ରୋଭମାନ ପାୱେଲ, ସରଫରାଜ ଖାନ, ଲଲିତ ଯାଦବ, ଆକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ ଏବଂ ଅନ୍ରିକ୍ ନୋର୍କିଆ ।
  • ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଏକାଦଶ: କେଏଲ୍ ରାହୁଲ (କ୍ୟାପ୍ଟେନ), କ୍ୱିଣ୍ଟନ୍ ଡି କକ୍ (wk), ଇଭିନ୍ ଲୁଇସ୍, ଦୀପକ ହୁଡା, ଆୟୁଷ ବାଡୋନି, କ୍ରୁନାଲ ପାଣ୍ଡ୍ୟା, ଜେସନ ହୋଲ୍ଡର, କୃଷ୍ଣପ୍ପା ଗୌତମ, ଆଣ୍ଡ୍ରିୟୁ ଟାଇ, ରବି ବିଷ୍ଣୋଇ, ଆଭେଶ ଖାନ ।
1
53624
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+