ଆଇପିଏଲ 2022: ଗୁଜରାଟକୁ ୧୫୯ ରନର ଟାର୍ଗେଟ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ଜିତିବା ପାଇଁ ୧୫୯ ରନ୍ର ଟାର୍ଗଟ ମିଳିଛି। ଗୁଜରାଟ ମଧ୍ୟ ଚଳିତ ଆଇପିଏଲରେ ପ୍ରଥମଥର ଭାଗ ନେଉଛି।
ମୁମ୍ବାଇ: ପ୍ରଥମଥର ପାଇଁ ଆଇପିଏଲରେ ଭାଗ ନେଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି। ଯୁବ ତାରକା ଦୀପକ ହୁଡ୍ଡାଙ୍କ ୫୫ ଓ ଆୟୁଷ ବାଦୋନିଙ୍କ ୫୪ ରନ୍ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୮ ରନ୍ କରିଛି। ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ଜିତିବା ପାଇଁ ୧୫୯ ରନ୍ର ଟାର୍ଗଟ ମିଳିଛି। ଗୁଜରାଟ ମଧ୍ୟ ଚଳିତ ଆଇପିଏଲରେ ପ୍ରଥମଥର ଭାଗ ନେଉଛି।

ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍ରେ ଗୁଜରାଟ୍ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ୍ର ଅଧିନାୟକ ଦାର୍ଦ୍ଦିକ ପାଣ୍ଡ୍ୟା୍ଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ନୌ ବ୍ୟାଟିଂ ଆରମ୍ଭ କରିଥିଲା ଏବଂ ସ୍କୋରକୁ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୫୮ରେ ପହଞ୍ଚାଇଛି।
ଲକ୍ଷ୍ନୌର ପ୍ରାଥମିକ ପର୍ଯ୍ୟାୟର ୪ ଜଣ ବ୍ୟାଟର ବିପର୍ଯ୍ୟର ସାମ୍ନା କରିଛନ୍ତି। ଅଭିଜ୍ଞ ଖେଳାଳି କେଏଲ୍ ରାହୁଲ (୦), କ୍ୱିଣ୍ଟନ୍ ଡି' କକ୍(୭), ଇଭିନ୍ ଲୁଇସ୍ (୧୦) ଓ ମନୀଷ ପାଣ୍ଡେ (୬) ଶସ୍ତାରେ ଆଉଟ୍ ହୋଇଛନ୍ତି। କିନ୍ତୁ ମଧ୍ୟ କ୍ରମର ଖେଳାଳି ଦୀପକ ହୁଡ୍ଡା (୫), ଆୟୁଷ ବାଦୋନି (୫୪) ଓ କ୍ରୁଣାଳ ପାଣ୍ୟା (ଅପରାଜିତ ୨୧ ରନ୍) ଲକ୍ଷ୍ନୌର ଆଶା ସଂଚାର କରିଛନ୍ତି।
ପାୱାର ପ୍ଲେରେ ଶାମି ଟ୍ରପିଲ ଝଟକା ଦେଇ ଲକ୍ଷ୍ନୌକୁ ବ୍ୟାକଫୁଟକୂ ଠେଲି ଦେଇଥିଲେ। ଲକ୍ଷ୍ନୌ ମଧ୍ୟ ୨୯ ରନ୍ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଏହାପରେ ସ୍ଥିତି ସମ୍ଭାଳିଥିଲେ ଦୀପକ ହୁଡ୍ଡା ଓ ଆୟୁଷ। ଉଭୟ ବେଶ ସାହାସିକତାର ସହ ଗୁଜରାଟ ବୋଲିଂ ଆଟାକର ମୁକାବିଲା କରିଥିଲେ। ଏଥିସହ ଦ୍ରୁତଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ।
ବିଶେଷ କରି ଦୀପକ ହୁଡ୍ଡାଙ୍କ ବ୍ୟାଟରୁ ବଡ଼ ଶଟ ଦେଇବାକୁ ମିଳିଥିଲେ। ସେ ମଧ୍ୟ ଆଇପିଏଲରେ ଲକ୍ଷ୍ନୌ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ଓ ଆୟୁଷ ୫ମ ୱିକେଟ ପାଇଁ ୮୭ ରନ୍ ଯୋଡ଼ି ସ୍ଥିତିକୁ ମଜବୁତ କରିଥିଲେ। ଦଳୀୟ ସ୍କୋର ୧୧୬ରେ ଥିବା ବେଳେ ଦୀପକ(୫୫)ଙ୍କୁ ରଶିଦ ଖାନ ପ୍ୟାଭିଲିୟନ ପଠାଇଥିଲେ। ସେ ୪୧ ବଲରେ ୬ ଚୌକା ଓ ଗୋଟିଏ ଛକା ବଳରେ ୫୫ ରନ୍ କରିଛନ୍ତି।












Click it and Unblock the Notifications