Get Updates
Get notified of breaking news, exclusive insights, and must-see stories!

ବାଜିଲା ଆଇପିଏଲ 2022 ବିଗୁଲ୍: ମୁମ୍ବାଇରେ ଖେଳାଯିବ 55ଟି ମ୍ୟାଚ, ଏହି ତାରିଖରେ ଫାଇନାଲ୍ ଫାଇଟ୍

ଆଇପିଏଲ 2022 ଖେଳସୂଚୀ ପ୍ରାୟ ସ୍ଥିର ହୋଇ ସାରିଛି । ଟି-20 ଲିଗର ଏହି ମହାପର୍ବ ଆସନ୍ତା 26 ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଏବଂ ଫାଇନାଲ (ଆଇପିଏଲ ଫାଇନାଲ) ମେ 29 ଖେଳାଯାଇ ପାରେ ।

ନୂଆଦିଲ୍ଲୀ: ଆଇପିଏଲ 2022 ଖେଳସୂଚୀ ପ୍ରାୟ ସ୍ଥିର ହୋଇ ସାରିଛି । ଟି-20 ଲିଗର ଏହି ମହାପର୍ବ ଆସନ୍ତା 26 ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଏବଂ ଫାଇନାଲ (ଆଇପିଏଲ ଫାଇନାଲ) ମେ 29 ଖେଳାଯାଇ ପାରେ ।

IPL 2022 Final Date

ଏହି ଟୁର୍ଣ୍ଣାମେଣ୍ଟର ଲିଗ୍ ରାଉଣ୍ଡ ମ୍ୟାଚ୍ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ । ମୁମ୍ବାଇରେ 55 ଟି ମ୍ୟାଚ୍ ଖେଳା ଯିବାକୁ ଯୋଜନା ହୋଇଛି । ଆସନ୍ତାକାଲି ଆଇପିଏଲ୍ ପରିଚାଳନା ପରିଷଦ ବୈଠକ ହେବାକୁ ଯାଉଛି।

କ୍ରିକେଟ୍ ପ୍ରସାରଣ ୱିବସାଇଟ୍ କ୍ରିକବଜ୍ ଅନୁଯାୟୀ, ମହାରାଷ୍ଟ୍ରରେ ଆଇପିଏଲର ଲିଗ୍ ରାଉଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ରାଉଣ୍ଡରେ ମୋଟ 70 ଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇର ତିନୋଟି ଗ୍ରାଉଣ୍ଡ ୱାଙ୍ଖଡେ ଷ୍ଟାଡିୟମ, ଡିୱାଇ ପାଟିଲ ଏବଂ ବ୍ରାବୋର୍ନ ଷ୍ଟାଡିୟମରେ ମୋଟ 55 ଟି ମ୍ୟାଚ୍ ଖେଳାଯିବ । ଏହା ବ୍ୟତୀତ ପୁଣେରେ 15 ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସମସ୍ତ 10ଟି ଦଳ ୱାଙ୍ଖଡେ ଏବଂ ଡିୱାଇ ପାଟିଲ ଷ୍ଟାଡିୟମରେ 4ଟି ଲେଖାଏଁ ଖେଳିବେ । ଏହା ବ୍ୟତୀତ ପୁଣେ ଏବଂ ବ୍ରାବୋର୍ନରେ 3ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ପଡିବ । ଚଳିତ ଋତୁରେ ମ୍ୟାଚ୍ ସଂଖ୍ୟା 60 ରୁ 74 କୁ ବୃଦ୍ଧି ପାଇଛି ।

ତେବେ ଆଇପିଏଲ ଫାଇନାଲ ମେ 29 ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ଲେ-ଅଫ୍ ପାଇଁ ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତେବେ ବିସିସିଆଇ ଏବଂ ପ୍ରସାରଣକାରୀ ଡିସ୍ନି ଷ୍ଟାର ଆଇପିଏଲର 15ତମ ସଂସ୍କରଣର ଚୁଡାନ୍ତ ତାରିଖ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିସିସିଆଇ ପ୍ରଥମେ ମାର୍ଚ୍ଚ 27କୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ତାରିଖ ଭାବେ ଚୂଡାନ୍ତ କରିଥିଲା । ​​କିନ୍ତୁ ଏହା ବଦଳରେ ମାର୍ଚ୍ଚ 26ରେ ଆଇପିଏଲ 2022 ଆରମ୍ଭ କରିବାକୁ ପ୍ରସାରଣକାରୀ ସଂସ୍ଥା ଷ୍ଟାର କହିଥିଲା । କ୍ରିକବଜ୍ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ବ୍ରଡକାଷ୍ଟର୍ ଷ୍ଟାର ଚାହୁଁଛି ଯେ, ଆଇପିଏଲ 2022 ମାର୍ଚ୍ଚ 26 ଅର୍ଥାତ ଶନିବାରଠାରୁ ଆରମ୍ଭ ହେଉ । କାରଣ ସେମାନେ 27 ତାରିଖ ଦିନ ଏକ ଡବଲ୍ ହେଡର୍ ଆୟୋଜନ କରିବାକୁ ଚାହୁଁଛନ୍ତି । ଯାହା ରବିବାର ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+